ବାଉଁଶ କାରିଗରଙ୍କ ପେଟରେ ‘କରୋନା’ ମାଡ଼

କାମାକ୍ଷାନଗର (ବିଦ୍ୟାଧର ବରାଳ): କରୋନା ମୁକାବିଲା ପାଇଁ ଏବେ ସାରା ଦେଶରେ ଲକ୍‌ଡାଉନ୍‌ ଚାଲିଥିବା ବେଳେ ଏଥିରେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି ରାଜ୍ୟର ବାଉଁଶ କାରିଗର। ସରକାରଙ୍କ ପାଞ୍ଚ କେଜି ଚାଉଳ ଓ ‌ଏକ ହଜାର ଟଙ୍କାର ସହାୟତା ସେମାନଙ୍କ ଅଭାବ ଅନଟନକୁ ଦୂର କରି ପାରୁନାହିଁ। ଫଳରେ ଜୀବିକା ପରେ ସେମାନଙ୍କ ଜୀବନ ଏବେ ନାନା ସମସ୍ୟାରେ ଛନ୍ଦି ହୋଇପଡ଼ିଛି। ଏଭଳି ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲାରୁ। ଜିଲ୍ଲାର ପରଜଙ୍ଗ ବ୍ଲକ ବସୋଇ ଗାଁର […]

Kandauchhi-Corona

Kandauchhi-Corona

Tapaswini Nayak
  • Published: Thursday, 23 April 2020
  • Updated: 30 April 2020, 01:54 PM IST

Sports

Latest News

କାମାକ୍ଷାନଗର (ବିଦ୍ୟାଧର ବରାଳ): କରୋନା ମୁକାବିଲା ପାଇଁ ଏବେ ସାରା ଦେଶରେ ଲକ୍‌ଡାଉନ୍‌ ଚାଲିଥିବା ବେଳେ ଏଥିରେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି ରାଜ୍ୟର ବାଉଁଶ କାରିଗର। ସରକାରଙ୍କ ପାଞ୍ଚ କେଜି ଚାଉଳ ଓ ‌ଏକ ହଜାର ଟଙ୍କାର ସହାୟତା ସେମାନଙ୍କ ଅଭାବ ଅନଟନକୁ ଦୂର କରି ପାରୁନାହିଁ। ଫଳରେ ଜୀବିକା ପରେ ସେମାନଙ୍କ ଜୀବନ ଏବେ ନାନା ସମସ୍ୟାରେ ଛନ୍ଦି ହୋଇପଡ଼ିଛି। ଏଭଳି ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲାରୁ।

ଜିଲ୍ଲାର ପରଜଙ୍ଗ ବ୍ଲକ ବସୋଇ ଗାଁର ଡମ ସାହିରେ ବାସ କରନ୍ତି ପ୍ରାୟ ଶହେ ବାଉଁଶ କାରିଗର ପରିବାର। ବାଉଁଶରେ ବିଭିନ୍ନ ସାମଗ୍ରୀ ତିଆରି କରିବା ସେମାନଙ୍କର କୂଳ ବେଉସା। ବାପ ଜେଜେ କାଳରୁ ଏ ବେଉସା ସେମାନଙ୍କର ଭାତହାଣ୍ଡି ପାଲଟିଛି। ନିଜ ନିଜର କୁଟୁମ୍ବକୁ ଏହି ବେଉସା ମାଧ୍ୟମରେ ବହୁ କଷ୍ଟରେ ସେମାନେ ଚଲାଇଥାନ୍ତି । ହେଲେ ଏହା ଭିତରେ ସେମାନଙ୍କ ଜୀବିକାର୍ଜନରେ ପାଇଁ ବାଧକ ସାଜିଛି କରୋନା ।

କରୋନା ମୁକାବିଲା ପାଇଁ ଚାଲିଥିବା ଲକ୍‌ଡାଉନ୍ ଯୋଗୁ ସେମାନଙ୍କ ବେପାର ପୂରା ବନ୍ଦ ହୋଇଯାଇଛି। ବଜାର ବନ୍ଦ ଥିବାରୁ ବୋଝ, ଟୋକେଇ, କୁଲା, ଝାଡୁ ଓ ଚାଲୁଣି ବିକ୍ରି ନ ହୋଇପାରି ଘରେ ପଡ଼ି ରହିଛି। ଆଉ ଏଥିପାଇଁ ଘରେ ଦୁଇ ଓଳି ଚୂଲି ଜାଳିବା ବି ସେମାନଙ୍କ ଲାଗି ମୁସ୍କିଲ୍‌ ହୋଇପଡ଼ୁଛି।

କରୋନା ମୁକାବିଲା ପାଇଁ ସରକାରଙ୍କ ତରଫରୁ ପ୍ରତି ରାସନ କାର୍ଡ ହୋଲ୍ଡରମାନଙ୍କୁ ଏକ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ତେବେ ଦୁର୍ଦ୍ଦିନ ସମୟରେ ଏ କିଂଚିତ ସହାୟତା ରାଶି ସେମାନଙ୍କ ପରିବାର ସଦସ୍ୟଙ୍କ ପେଟରେ ମୁଠାଏ ଦାନା ଦେଉଛି ସତ କିନ୍ତୁ ଏଥିରେ ପରିବାରର ଅନ୍ୟ ଆବଶ୍ୟକତା ମେଣ୍ଟାଇବା କଷ୍ଟକର ହୋଇ ପଡିଛି। ମୁଖ୍ୟତଃ ସେମାନଙ୍କ ପାଇଁ ଚିନ୍ତା ବଢାଇଛି ଉଧାର ଆଣିଥିବା ଟଙ୍କା।

ଧାର ଉଧାର କରି ବାଉଁଶ କିଣି ସେମାନେ ଅନେକ ସାମଗ୍ରୀ ତିଆରି କରି ଦେଇଛନ୍ତି । ହେଲେ ଏବେ ତାହା ବିକ୍ରୟ ନହେବା ଯୋଗୁ ନା ସେମାନେ ଦୁଇ ପଇସା ପାଉଛନ୍ତି ନା ଉଧାର ଟଙ୍କା ପରିଶୋଧ କରିପାରୁଛନ୍ତି।

ସୁମତି ନାୟକ  କହିଛନ୍ତି,“ ବାଉଁଶରୁ ତିଆରି ଜିନିଷ ବିକ୍ରି କରି ଆମେ ଚଳୁଥିଲୁ। ଲକ୍‌ଡାଉନ ଯୋଗୁ ବେପାର ବନ୍ଦ ହୋଇଗଲା। ସରକାର ଦେଉଥିବା ପାଞ୍ଚ କେଜି ଚାଉଳ ଓ ‌ଏକ ହଜାର ଟଙ୍କା  ଆମ ପରିବାରକୁ ନିଅଣ୍ଟ ହେଉଛି। ଆମେ କେମିତି ଚଳିବୁ। ସରକାର ଆମକୁ ସାହାଯ୍ୟ  ନକଲେ ମରିଯିବୁ।”

ତେବେ ସରକାରୀ ନିୟମ ମୁତାବକ ବାଉଁଶ କାରିଗରଙ୍କୁ ସହାୟତା କରାଯାଉଥିବା ସ୍ଥାନୀୟ ସରପଞ୍ଚ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story