ବିଶ୍ୱର ସବୁଠାରୁ ଦାମୀ ସାଇକେଲ୍, ମୂଲ୍ୟ ୨୬ ଲକ୍ଷ: ସହଜରେ ବଦଳି ପାରିବ ରଙ୍ଗ, ଓଜନ ମାତ୍ର ୫ କିଲୋ

ଗାଁଠୁ ସହର, ସମସ୍ତଙ୍କ ପାଇଁ ସାଇକେଲ ହେଲା ସହଜ ଯାନ। ଗାଡ଼ିଘୋଡ଼ା ଥାଉ କି ନଥାଉ, ସମସ୍ତଙ୍କ ଘରେ ବୁଲାବୁଲି ପାଇଁ ସାଇକେଲ ଖଣ୍ଡେ ନିଶ୍ଚୟ ଥିବ। ପ୍ରତି ମଧ୍ୟବିତ୍ତ ପରିବାର ପାଇଁ ଏହା ହିଁ ଏକମାତ୍ର ଯାନ। ଗାଡି ଖଣ୍ଡେ କିଣିବା ସମସ୍ତଙ୍କ ପାଇଁ ସମ୍ଭବ ହୋଇ ନଥିଲେ ମଧ୍ୟ ପ୍ରାୟ ସମସ୍ତଙ୍କ ଘରେ ସାଇକେଲ ଖଣ୍ଡେ କିଣିଥାନ୍ତି। ଦିନକୁ ଦିନ ଗ୍ଲୋବାଲ ୱାର୍ମିଂ ବଢୁଥିବାରୁ ଲୋକମାନଙ୍କର ସାଇକେଲ  ପ୍ରତି ଆଗ୍ରହ ବଢୁଛି ସେଥିପାଇଁ ସୁହାଇଲା […]

cycle1

Rakesh Mallick
  • Published: Saturday, 24 June 2017
  • , Updated: 24 June 2017, 04:33 PM IST

ଗାଁଠୁ ସହର, ସମସ୍ତଙ୍କ ପାଇଁ ସାଇକେଲ ହେଲା ସହଜ ଯାନ। ଗାଡ଼ିଘୋଡ଼ା ଥାଉ କି ନଥାଉ, ସମସ୍ତଙ୍କ ଘରେ ବୁଲାବୁଲି ପାଇଁ ସାଇକେଲ ଖଣ୍ଡେ ନିଶ୍ଚୟ ଥିବ। ପ୍ରତି ମଧ୍ୟବିତ୍ତ ପରିବାର ପାଇଁ ଏହା ହିଁ ଏକମାତ୍ର ଯାନ। ଗାଡି ଖଣ୍ଡେ କିଣିବା ସମସ୍ତଙ୍କ ପାଇଁ ସମ୍ଭବ ହୋଇ ନଥିଲେ ମଧ୍ୟ ପ୍ରାୟ ସମସ୍ତଙ୍କ ଘରେ ସାଇକେଲ ଖଣ୍ଡେ କିଣିଥାନ୍ତି।

ଦିନକୁ ଦିନ ଗ୍ଲୋବାଲ ୱାର୍ମିଂ ବଢୁଥିବାରୁ ଲୋକମାନଙ୍କର ସାଇକେଲ  ପ୍ରତି ଆଗ୍ରହ ବଢୁଛି ସେଥିପାଇଁ ସୁହାଇଲା ଭଳି ଦାମ୍ ଦେଇ ଭଲ ସାଇକେଲ ଖଣ୍ଡେ କିଣିବାକୁ ଲୋକମାନେ ଚାହୁଁଛନ୍ତି। ଯଦି ଆପଣ ବି ଖଣ୍ଡେ ଭଲ ସାଇକେଲ କିଣିବା ପାଇଁ ଚାହୁଁଛନ୍ତି, ତେବେ ବିଳାସମୟ କାର୍ ନିର୍ମାଣ କରୁଥିବା କମ୍ପାନୀ ବୁଗାଟି ଆଣିଛି ଏକ ଚମତ୍କାର ସାଇକେଲ। ଏହାର ଦାମ୍ ଶୁଣିଲେ ଆପଣ ବି ଚମକି ପଡ଼ିବେ। ଏହି ସାଇକେଲର ଦାମ ରହିଛି ୨୬ ଲକ୍ଷ ଟଙ୍କା, ଚମକି ଗଲେ ନା! ଖାଲି ସେତିକି ନୁହେଁ ଏହାର ନିର୍ମାଣ ଶୈଳୀ ମଧ୍ୟ ଖୁବ୍ ଆକର୍ଷଣୀୟ।

ଏହି ସାଇକେଲରେ ରହିଛି ୪ଟି ବିଶେଷତ୍ୱ

୧. ଆପଣ ଇଚ୍ଛା ମୁତାବକ ଏହି ସାଇକେଲର ରଙ୍ଗ ବଦଳାଇ ପାରିବେ।

୨. ସାଇକେଲଟି ସହଜରେ ଟେକାଟେକି କରି ବୋହିପାରିବେ କାରଣ ଏହାର ଓଜନ ମାତ୍ର ୫ କିଲୋ। ଏହି ସାଇକେଲ୍‌ରେ ଚେନ୍‌ ପରିବର୍ତ୍ତେ ବେଲ୍ଟ ବ୍ୟବହାର କରାଯାଇଛି। ଏବଂ ପ୍ରତିଟି ପାର୍ଟ୍‌ ଏରୋପ୍ଲେନ୍‌ ମେଟେରିଆଲ୍‌ରେ ତିଆରି କରାଯାଇଛି।

୩. ସାଇକେଲ୍‌ଟି କାର୍ବନ ଫାଇବର୍‌ରେ ତିଆରି, ତେଣୁ ଓଜନ କମ୍ ତା ସହ ଏହାକୁ ଓରୋଡାଇନାମିକ୍ ପଦ୍ଧତିରେ ତିଆରି କରାଯାଇଛି। ଯାହା ଫଳରେ ଏହାର ବେଗ ବଢାଯାଇପାରିବ।

୪. ସୁପର କାର୍ ଡିଜାଇନ୍ ଭଳି ଏହାର ଡିଜାଇନ୍ କରାଯାଇଛି ସ୍ପୋର୍ଟ୍ସ ରାଇଡିଂକୁ ଦୃଷ୍ଟିରେ ରଖି। ଏଥିରେ ସମସ୍ତ ସୁବିଧ କରାଯାଇଛି ତେବେ କମ୍ପାନୀ କହିଛି ସାଇକେଲ୍‌ଟି କେବଳ ବରାଦ ଦେଲେ ମିଳିପାରିବ।

Related story