ଖୋଲିନି ମଣ୍ଡି; ଚିନ୍ତାରେ କପା ଚାଷୀ

ଗୁଣୁପୁର(ଇନ୍ଦ୍ରଜିତ୍ କୁମାର ପଣ୍ଡା): ଗୁଣୁପୁର ଅଞ୍ଚଳରେ ଶହଶହ ହେକ୍ଟର ଜମିରେ କରାଯାଇଛି କପା ଚାଷ। ଏବେ କପାର ଅମଳ ଋତୁ ଆରମ୍ଭ ହୋଇଯାଇଛି। ସେଥିପାଇଁ  ନିଜର ଧଳା ସୁନାକୁ ତୋଳିବାରେ  କିଏ ବ୍ୟସ୍ତ ଅଛି ତ, ଆଉ କିଏ ଘରକୁ କପାକୁ ତୋଳି ଆଣିବା ପାଇଁ ପ୍ରୟାସ ଚଳାଇଛି। ଏହି ସମୟରେ ଚାଷୀ ପାଇଁ ବଡ଼ ସମସ୍ୟା ହେଉଛି ମଣ୍ଡି। ଏପର୍ଯ୍ୟନ୍ତ ମଣ୍ଡି  ଖୋଲିନାହିଁ। ସେଥିପାଇଁ ଚିନ୍ତାରେ ପଡ଼ି ଯାଇଛନ୍ତି କପାଚାଷୀ। ଉତ୍ପାଦିତ କପାକୁ କେଉଁଠି, ଆଉ […]

kapa...

Tapaswini Nayak
  • Published: Friday, 15 November 2019
  • , Updated: 15 November 2019, 02:21 PM IST

ଗୁଣୁପୁର(ଇନ୍ଦ୍ରଜିତ୍ କୁମାର ପଣ୍ଡା): ଗୁଣୁପୁର ଅଞ୍ଚଳରେ ଶହଶହ ହେକ୍ଟର ଜମିରେ କରାଯାଇଛି କପା ଚାଷ। ଏବେ କପାର ଅମଳ ଋତୁ ଆରମ୍ଭ ହୋଇଯାଇଛି। ସେଥିପାଇଁ  ନିଜର ଧଳା ସୁନାକୁ ତୋଳିବାରେ  କିଏ ବ୍ୟସ୍ତ ଅଛି ତ, ଆଉ କିଏ ଘରକୁ କପାକୁ ତୋଳି ଆଣିବା ପାଇଁ ପ୍ରୟାସ ଚଳାଇଛି। ଏହି ସମୟରେ ଚାଷୀ ପାଇଁ ବଡ଼ ସମସ୍ୟା ହେଉଛି ମଣ୍ଡି। ଏପର୍ଯ୍ୟନ୍ତ ମଣ୍ଡି  ଖୋଲିନାହିଁ। ସେଥିପାଇଁ ଚିନ୍ତାରେ ପଡ଼ି ଯାଇଛନ୍ତି କପାଚାଷୀ। ଉତ୍ପାଦିତ କପାକୁ କେଉଁଠି, ଆଉ କେମିତି ସାଇତି ରଖିବେ- ସେନେଇ କପା ଚାଷୀଙ୍କୁ ଚିନ୍ତା ଘାରିଛି। ଚାଷୀମାନେ କପା ଚାଷ ପାଇଁ ହାତ ଉଧାରି ଓ ଋଣ ମଧ୍ୟ କରିଥିଲେ। କପାକୁ ବିକି ଋଣ ସୁଝିବା ପାଇଁ ଭାବିଥିଲେ। ହେଲେ ମଣ୍ଡି ଖୋଲି ନଥିବାରୁ କିପରି କପା ଗୁଡ଼ିକ ବିକ୍ରି ହେବ ଓ ଆଉ  ହାତ ଉଧାରି କିପରି ସୁଝିବେ, ସେନେଇ ଚିନ୍ତାରେ ପଡ଼ିଯାଇଛନ୍ତି। ଏନେଇ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁ ନଥିବା କପା ଚାଷୀମାନେ ଅଭିଯୋଗ କରିଛନ୍ତିା

କପା ଚାଷୀ ଗୋପାଳ ଶବର କହିଛନ୍ତି,“ ବର୍ଷା ଓ ରୋଗ ପୋକ ଯୋଗୁ କପା ନଷ୍ଟ ହୋଇଗଲା। ସରକାରଙ୍କ ପକ୍ଷରୁ ସେଥିପାଇଁ କୌଣସି ସହୟତା ମିଳିଲା ନାହିଁ। ଆଉ ଯାହା ବଳକା ଥିଲା, ତାର ଅମଳ ସମୟ ଆସିଛି। ହେଲେ ମଣ୍ଡି ଖୋଲୁ ନାହିଁ।”

ଚଳିତ ବର୍ଷ ପାଗ ଅନୁକୂଳ ରହିଥିବାରୁ କପା ଚାଷ ଭଲ ହୋଇଥିଲା। ଗଛରେ ଫଳ ଧରିବା ପରେ ରୋଗ ପୋକ ଲାଗି ନଷ୍ଟ କରିଦେଲା। ଏବେ କପା ଅମଳ ସମୟରେ ମଣ୍ଡି ଖୋଲୁ ନାହିଁ ବୋଲି କପା ଚାଷୀ ସାରଙ୍ଗ ଶବର କହିଛନ୍ତି।

ଗୁଣୁପୁର ନିୟନ୍ତ୍ରିତ ବଜାର କମିଟି ସଂପାଦକ ବିନୋଦ ବିହାରୀ ପ୍ରଧାନ କହିଛନ୍ତି,“ ମଣ୍ଡି ନେଇ ଜିଲ୍ଲାସ୍ତରରେ ବୈଠକ ହୋଇନାହିଁ। ଏନେଇ ବୈଠକ ବସିବ। ବୈଠକ ପରେ କେବେ ମଣ୍ଡି ଖୋଲିବ ସ୍ଥିର କରାଯିବ।”

କପା ଉତ୍ପାଦନ ପାଇଁ ସମଗ୍ର ରାଜ୍ୟରେ ଗୁଣପୁର ଧଳା ସୁନାର ଅଞ୍ଚଳ ରୂପେ ପରିଚିତ ଥିବା ବେଳେ ଅମଳ ଆରମ୍ଭରୁ ଚାଷୀ ନାକେଦମ୍ ହେଲେଣିା

Related story