ମଶାଣି ଆଡ଼କୁ ଟାଣି ହୋଇଯାଉଛି ମନ

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ଶ୍ମଶାନ ବା ମଶାଣିକୁ କିଏ କ’ଣ କେବେ ବୁଲିବାକୁ ଯାଏ? ଅନେକ ତ ମଶାଣି ନାଁ ଶୁଣିଲେ ଛାନିଆ ହୋଇଯା’ନ୍ତି। କିନ୍ତୁ ଏମିତି ଏକ ମଶାଣି ଅଛି, ଯାହା ବିଷୟରେ ପଢ଼ିଲେ, ଆପଣ ବି ସେଠାକୁ ଯାଇ ଘେରାଏ ବୁଲି ଆସିବାକୁ ମନ କରିବେ। ଏହି ମଶାଣିଟି ଅଛି ନୟାଗଡ଼ ଜିଲ୍ଲା ଇଟାମାଟି ଗାଁରେ। ମଶାଣିଟି ଏମିତି ହୋଇଛି ଯେ ସ୍ଥାନୀୟ ଲୋକେ ସେଠାକୁ ଯିବାକୁ ବାହାନା ଖୋଜନ୍ତି। ସମୟ ମିଳିଲେ ଏକା […]

Manamohuchi-Masani

Manamohuchi-Masani

Jitendra Garnayak
  • Published: Sunday, 31 January 2021
  • Updated: 31 January 2021, 12:04 PM IST

Sports

Latest News

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ଶ୍ମଶାନ ବା ମଶାଣିକୁ କିଏ କ’ଣ କେବେ ବୁଲିବାକୁ ଯାଏ? ଅନେକ ତ ମଶାଣି ନାଁ ଶୁଣିଲେ ଛାନିଆ ହୋଇଯା’ନ୍ତି। କିନ୍ତୁ ଏମିତି ଏକ ମଶାଣି ଅଛି, ଯାହା ବିଷୟରେ ପଢ଼ିଲେ, ଆପଣ ବି ସେଠାକୁ ଯାଇ ଘେରାଏ ବୁଲି ଆସିବାକୁ ମନ କରିବେ। ଏହି ମଶାଣିଟି ଅଛି ନୟାଗଡ଼ ଜିଲ୍ଲା ଇଟାମାଟି ଗାଁରେ। ମଶାଣିଟି ଏମିତି ହୋଇଛି ଯେ ସ୍ଥାନୀୟ ଲୋକେ ସେଠାକୁ ଯିବାକୁ ବାହାନା ଖୋଜନ୍ତି। ସମୟ ମିଳିଲେ ଏକା ଯା’ନ୍ତି ନହେଲେ ସାଙ୍ଗସାଥୀଙ୍କ ସହ ଯା’ନ୍ତି ଏବଂ ବେଶ୍ କିଛି ସମୟ ଅତିବାହିତ କରନ୍ତି।

ତା’ ହେଲେ ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରୁଥିବା ଏହି ମଶାଣିରେ ଏମିତି କ’ଣ ରହିଛି? ଏ ପ୍ରଶ୍ନ ଆପଣଙ୍କ ମନକୁ ନିଶ୍ଚୟ ଆସୁଥିବ। ଏହି ମଶାଣିଟି ଏମିତି ସେମିତି ମଶାଣି ନୁହେଁ। ଏହା ଏକ ପାର୍କର ଭ୍ରମ ସୃଷ୍ଟି କରେ। ମଶାଣି ଚାରି ପାଖେ ସିମେଣ୍ଟ ପାଚେରି ରହିଛି। ପାଚେରିର ବାହାର ପାର୍ଶ୍ୱରେ ବିଭିନ୍ନ ଦେବାଦେବୀଙ୍କ ଚିତ୍ର ରହିଛି। ସେହିଭଳି ପାଚେରିର ଭିତର ପାର୍ଶ୍ୱରେ ଓଡ଼ିଆ ଘରର ପାରମ୍ପରିକ ଝୋଟି କରାଯାଇଛି।

ମଶାଣିର ପ୍ରବେଶ ଦ୍ୱାରରେ ଏକ ଆକର୍ଷଣୀୟ ତୋରଣ ରହିଛି। ମଶାଣି ଭିତରେ ଶବ ପୋଡ଼ିବା ପାଇଁ ସୁବ୍ୟବସ୍ଥା ରହିଥିବା ବେଳେ ମା’ ମଶାଣିଚଣ୍ଡୀଙ୍କ ମନ୍ଦିର ରହିଛି। ତା’ସହିତ ସେଠାରେ ଲାଗିଛି ଭଳିକି ଭଳି ଫୁଲ ଗଛ। ତା’ସହିତ ଲାଗିଛି ତୁଳସୀ ଗଛ। ସାଧାରଣତଃ ପାର୍କ ଗୁଡ଼ିକରେ ଯେମିତି ଢଙ୍ଗରେ ସୁଚିନ୍ତିତ ଭାବେ ଫୁଲ ଗଛ ଲଗାଯାଏ, ଏଠି ମଶାଣିରେ ବି ଫୁଲ ଗଛ ଗୁଡ଼ିକୁ ସେମିତି ଭାବେ ଲଗାଯାଇଛି। ପୂରା ମଶାଣିଟିକୁ ପରିଷ୍କାର ପରିଚ୍ଛନ୍ନ ରଖାଯାଉଛି। ସନ୍ଧ୍ୟା ହେଲେ ଲାଇଟ୍ ବି ଲଗୁଛି। ଫଳରେ ଏହା ମଶାଣି କମ୍‌, ପାର୍କ ଭଳି ଅଧିକ ଦୃଶ୍ୟମାନ ହେଉଛି।

ମଶାଣିଟିକୁ ଏମିତି ଢଙ୍ଗରେ ସଜାଇଛନ୍ତି ଗାଁର ମହାବୀର ଯୁବକ ସଂଘର ସଦସ୍ୟମାନେ। ସଂଘର କର୍ମକର୍ତ୍ତାମାନେ ସବୁଦିନେ ଏଠାକୁ ଆସି କାମ କରନ୍ତି। କିଏ ସଫାସୁତରା କରନ୍ତି ତ କିଏ ଗଛରେ ପାଣି ଦିଅନ୍ତି। ସେହିପରି ଆଉ କିଏ ଗଛ ଲଗାନ୍ତି। ତା’ସହିତ ମା’ ମଶାଣିଚଣ୍ଡୀଙ୍କ ମନ୍ଦିରର ଦୈନନ୍ଦିନ ପୂଜାପାଠ କଥା ବିଷୟରେ ମଧ୍ୟ ବୁଝାବୁଝି କରନ୍ତି।

ମହାବୀର ଯୁବକ ସଂଘ ସଦସ୍ୟ ମାନସ କୁମାର ସାହୁ କହିଛନ୍ତି, ଇଟାମାଟି କ’ଣ, ବୋଧେ ନୟାଗଡ଼ ଜିଲ୍ଲାରେ ଭଲ ପାର୍କଟିଏ ନଥିବ। ଆମ ପାଖରେ ପାର୍କ ତିଆରି କରିବା ପାଇଁ ସମ୍ବଳ ନାହିଁ। ତେବେ ଏ ମଶାଣିଟିକୁ ସଜାଇ ପାର୍କର ରୂପ ଦେବାକୁ ଆମ ଯୁବକ ସଂଘର ସଦସ୍ୟମାନେ ଚିନ୍ତା କରିଥିଲେ। ମଶାଣିଟିକୁ ଆମେ ଏମିତି ସଜେଇଛୁ ଯେ ଏହା ପାର୍କଠାରୁ ବି ବଳିଯାଇଛି। ଲୋକେ ଆସି ଏଠାରେ ବେଶ୍ କିଛି ସମୟ କାଟି ଯାଉଛନ୍ତି ଓ ଖୁସି ହେଉଛନ୍ତି।

ଗାଁର ଜଣେ ବୟସ୍କ ବ୍ୟକ୍ତି ନରୋତ୍ତମ ପ୍ରଧାନ କହିଛନ୍ତି, ଆଗରୁ ତ ଏହି ମଶାଣି ଆଡ଼େ ଆସିବାକୁ ଲୋକେ ଡରୁଥିଲେ। କିନ୍ତୁ ଗାଁର ଯୁବକମାନେ ଭାରି ଭଲ କାମ କରିଛନ୍ତି। ଜାଗାଟିକୁ ଏମିତି ସଜାଇଛନ୍ତି ଯେ ଲୋକେ ଏଠାକୁ ଆସିବାକୁ ମନ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story