ମୁମ୍ବାଇ:ପଶୁପକ୍ଷୀ କଥା ଭିନ୍ନ । ଯଦି କେବେ ମଣିଷଟିଏ କୌଣସି ଅସୁବିଧାରେ ପଡ଼ି ବାଟରେ ଛଟପଟ ହେଉଥାଏ ଅନେକ ଦେଖି ମଧ୍ୟ ନ ଦେଖିଲା ଭଳି ଅଭିନୟ କରିଚାଲି ଆସନ୍ତି। ଆଉ କେହି କେହି ନିଜେ ବଞ୍ଚିଲେ ବାପାର ନା’ ନ୍ୟାୟରେ ଘଟଣାସ୍ଥଳକୁ ଯାଆନ୍ତି ନାହିଁ। ଏମିତି କ୍ଷେତ୍ରରେ ମୁମ୍ବାଇର ଅଗ୍ନିଶମବାହିନୀଙ୍କ ପ୍ରଂଶସନୀୟ କାମ ଏକ ଭିନ୍ନ ଉଦାହଣ ସୃଷ୍ଟି କରିଛି। ଆଉ କେହି ନୁହଁ ଯାହା ନାମ ଶୁଣିଲେ ସମସ୍ତେ ନାକ ଟେକନ୍ତି ତା’ର ଜୀବନ ରକ୍ଷା କରିଛନ୍ତି ଅଗ୍ନିଶମବାହିନୀ।
ଜଣେ ନୁହେଁ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ ୭ ଜଣ ଅଫିସର। ଷ୍ଟେଶନ ପରିସରକୁ କ୍ରେନ୍ ଆସିବା ସୁବିଧା ନ ହେବାରୁ ବାଉଁସ ଏବଂ ରସି ସହାୟତାରେ କୁଆଟିକୁ ଉଦ୍ଧା କରାଇଥିଲା। ପରେ କୁଆଟି ଉଡ଼ିଯାଇଥିଲା। କୁଆ କାହା ପାଇଁ ଛୋଟିଆ ଜୀବଟିଏ ହୋଇପାରେ ପୁଣି କାହା ପାଇଁ ମୂଲ୍ୟହୀନ ହୋଇପାରେ ହେଲେ ତା’ର ଜୀବନ ବି ମହାନ ଏକଥାକୁ ବମ୍ବେର ଏହି ଅଗ୍ନିଶମବାହିନୀ ମର୍ମେ ମର୍ମେ ହୃଦୟଙ୍ଗମ କରିଛନ୍ତି। ଯାହା ତାଙ୍କ କାର୍ଯ୍ୟଧାରାରୁ ପ୍ରମାଣିତ ହୋଇଛି।
Courtesy-Scoopwhoop
Photo-indianexpress instagram handle