‘ଫୋନି’ ଯାଇ ବୁଲ୍‌ବୁଲ୍‌ ଆସିଲାଣି; ଲାଇନ୍‌ ଆସିନି

ଚୌଦ୍ୱାର (ପ୍ରକାଶ କୁମାର ନାୟକ): ବାତ୍ୟା ‘ଫୋନି’ ଯାଇ ‘ବୁଲ୍‌ବୁଲ୍‌’ ଆସିଲାଣି। କିନ୍ତୁ ଏପର୍ଯ୍ୟନ୍ତ ‘ଫୋନି’ କ୍ଷତିଗ୍ରସ୍ତଙ୍କୁ ସହାୟତା ମିଳିନାହିଁ କି ଗାଁକୁ ବିଦ୍ୟୁତ୍‌ ସଂଯୋଗ ବି ଦିଆଯାଇନାହିଁ। ଏଭଳି ଅଭିଯୋଗ କୌଣସି ଦୁର୍ଗମ ଅଞ୍ଚଳରୁ ଆସି ନାହିଁ। କଟକ ସହର ଠାରୁ ମାତ୍ର ୨୫ କିଲୋମିଟର ଦୂରରେ ଥିବା ଟାଙ୍ଗୀ ବ୍ଲକ୍ ବଣକରଞ୍ଜି ପଞ୍ଚାୟତର ଡମସାହି ଲୋକେ କରିଛନ୍ତି ଏହି ଅଭିଯୋଗ। ଏହି ସାହିରେ ୨୫ଟି ପରିବାର ବସବାସ କରନ୍ତି। ‘ଫୋନି’ ବାତ୍ୟାରେ ଗାଁର ବିଦ୍ୟୁତ୍ […]

cuttack00

cuttack00

Tapaswini Nayak
  • Published: Friday, 08 November 2019
  • Updated: 09 November 2019, 03:01 PM IST

Sports

Latest News

ଚୌଦ୍ୱାର (ପ୍ରକାଶ କୁମାର ନାୟକ): ବାତ୍ୟା ‘ଫୋନି’ ଯାଇ ‘ବୁଲ୍‌ବୁଲ୍‌’ ଆସିଲାଣି। କିନ୍ତୁ ଏପର୍ଯ୍ୟନ୍ତ ‘ଫୋନି’ କ୍ଷତିଗ୍ରସ୍ତଙ୍କୁ ସହାୟତା ମିଳିନାହିଁ କି ଗାଁକୁ ବିଦ୍ୟୁତ୍‌ ସଂଯୋଗ ବି ଦିଆଯାଇନାହିଁ। ଏଭଳି ଅଭିଯୋଗ କୌଣସି ଦୁର୍ଗମ ଅଞ୍ଚଳରୁ ଆସି ନାହିଁ। କଟକ ସହର ଠାରୁ ମାତ୍ର ୨୫ କିଲୋମିଟର ଦୂରରେ ଥିବା ଟାଙ୍ଗୀ ବ୍ଲକ୍ ବଣକରଞ୍ଜି ପଞ୍ଚାୟତର ଡମସାହି ଲୋକେ କରିଛନ୍ତି ଏହି ଅଭିଯୋଗ।

ଏହି ସାହିରେ ୨୫ଟି ପରିବାର ବସବାସ କରନ୍ତି। ‘ଫୋନି’ ବାତ୍ୟାରେ ଗାଁର ବିଦ୍ୟୁତ୍ ବ୍ୟବସ୍ଥା ପୂରା ନଷ୍ଟ ହୋଇଯାଇଥିଲା। ତେବେ ଏହାର ୬ ମାସ ପରେ ବି ଏହାକୁ ବ୍ୟବସ୍ଥିତ କରାଯାଇପାରି ନାହିଁ। ଫୋନିରେ ଭାଙ୍ଗି ଯାଇଥିବା ବିଜୁଳି ଖୁଣ୍ଟ ସେମିତି ପଡ଼ି ରହିଛି। ବିଦ୍ୟୁତ୍‌ ତାର ଏପର୍ଯ୍ୟନ୍ତ ରାସ୍ତା ଉପରେ ଥୁଆ ହୋଇଛି। ହେଲେ ବିଦ୍ୟୁତ୍‌ ବିଭାଗର ଦେଖାଦର୍ଶନ ନାହିଁ। ଫଳରେ ଗ୍ରାମବାସୀ ଅନ୍ଧାରରେ ରହୁଛନ୍ତି। ଏନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଗୋବର୍ଦ୍ଧନ ନାଏକ ନାମକ ଜଣେ ଗ୍ରାମବାସୀ କହିଛନ୍ତି, “ଫୋନି ବାତ୍ୟାରେ ଆମ ଗାଁରେ ଲାଇନ୍‌ କଟିଯାଇଥିଲା। ଏପର୍ଯ୍ୟନ୍ତ ଲାଇନ୍ ଆସିନାହିଁ। ଆମେ ଅନ୍ଧାରରେ ରହୁଛୁ। ଏନେଇ ଆମେ ସରକାରୀ ବାବୁଙ୍କୁ ଜଣାଇଲେ, ସବୁ ବ୍ୟବସ୍ଥା ଦେବେ କହି ଚୁପ୍‌ ବସି ଯାଉଛନ୍ତି।”

ଟାଙ୍ଗୀ ଜେଇ ପ୍ରମୋଦ କୁମାର କହିଛନ୍ତି, “ଡମସାହିକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇ ନଥିବା ମୁଁ ଜାଣି ନଥିଲି। ଏବେ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ମୁଁ କର୍ମଚାରୀମାନଙ୍କୁ ବିଦ୍ୟୁତ୍ ସଂଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଛି। ଦୁଇ ଦିନ ଭିତରେ ସେହି ଗାଁକୁ ଲାଇନ୍‌ ଯିବ।”

ଏହି ଗାଁରେ ଆହୁରି ମଧ୍ୟ ସମସ୍ୟା ରହିଛି। ଫୋନି ବାତ୍ୟାରେ କିଛି ଲୋକଙ୍କ ଘର ପୂରା ଭାଙ୍ଗି ଯାଇଥିଲା ବେଳେ ଓ ଅନେକ ଲୋକଙ୍କର ଚାଳଛପର ଉଡ଼ି ଯାଇଥିଲା। ତେବେ ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ଏପର୍ଯ୍ୟନ୍ତ ଏନେଇ କିଛି ସହାୟତା ଦିଆଯାଇ ନାହିଁ। କିଛି ଲୋକ ଏବେବି ଘରେ ପଲିଥିନ୍ ଟାଣି ରହୁଛନ୍ତି।

ଗୋବିନ୍ଦ ନାଏକ ନାମକ ଜଣେ ଗ୍ରାମବାସୀ କହିଛନ୍ତି, “ଫୋନିରେ ଆମ ଘର ଭାଙ୍ଗିଗଲା। ଆମେ ଗରିବ ଲୋକ, ଘର ଖଣ୍ଡିଏ କରି ପାରୁନାହୁଁ। ଘର ପାଇଁ କହିଲେ ଆମକୁ କୁଜି ନେତାମାନେ ୧୦ ହଜାର ଟଙ୍କା ଲାଞ୍ଚ ମାଗୁଛନ୍ତି। ଲାଞ୍ଚ ଦେଲେ ଘର ମିଳିବ ବୋଲି କହୁଛନ୍ତି। ବିଡ଼ିଓ ଓ ଜିଲ୍ଲାପାଳଙ୍କୁ ଦେଖା କରିବାକୁ ବାହାରିଲା ବେଳକୁ ସେମାନେ ଆମକୁ ଛାଡୁ ନାହାନ୍ତି। ଯଦି ଆମ କଥା କେହି ନ ଶୁଣନ୍ତି, ତା’ହେଲେ ଗ୍ରାମବାସୀ ମିଶି ବ୍ଲକ୍ ଅଫିସ ଘେରାଉ କରିବୁ।”

ଟାଙ୍ଗି ବିଡିଓ ବିନୋନ୍ଦ କୁମାର ସେନାପତି କହିଛନ୍ତି, “ମୋ ପାଖକୁ କୌଣସି ଅଭିଯୋଗ ଆସି ନାହିଁ। ଡମସାହିର ଯଦି କୌଣସି ସମସ୍ୟା ଥିବ, ତା’ହେଲେ ମୁଁ ସେହି ଗାଁକୁ ପରିଦର୍ଶନରେ ଯିବି ଓ ସମସ୍ୟାଗୁଡ଼ିକର ସମାଧାନ କରିବାକୁ ଚେଷ୍ଟା କରିବି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story