Advertisment

ନୀଳ ଜଳରାଶିରେ ବିପଦପୂର୍ଣ୍ଣ ଯାତ୍ରା, ବାଜି ଲାଗିଛି ୧୭ ପଞ୍ଚାୟତର ଲୋକଙ୍କ ଜୀବନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନା ଅଛି ଲାଇଫ୍‌ ଜ୍ୟାକେଟ ନା ଅଛି ସୁରକ୍ଷା ବ୍ୟବସ୍ଥା। ପ୍ରତ୍ୟେକ ଦିନ ନିଜର ଜୀବନକୁ ବାଜି ଲଗାଇ ଚିଲିକାର ନୀଳ ଜଳରାଶିକୁ ଅତିକ୍ରମ କରୁଛନ୍ତି। ଚିଲିକାର ଘେରି ଭିତରେ କୃଷ୍ଣପ୍ରସାଦ ବ୍ଲକର ୧୭ଟି ପଞ୍ଚାୟତର ଲୋକମାନେ ଜାତାୟତ କରୁଛନ୍ତି। ଭୌଗୋଳିକ ସ୍ଥିତିକୁ ଅନୁଧ୍ୟାନ କଲେ ମରାଳମାଳିନି ନିଳାମ୍ବୁ ଚିଲିକାରେ ଏକ ଟାପୁଟିଏ ଭଳି ଦେଖାଯାଉଛି କୃଷ୍ଣପ୍ରସାଦ ବ୍ଲକ। ଜାହାକି ସମ୍ପୂର୍ଣ୍ଣ ଚିଲିକାରେ ରହିଛି। ଏହି ବ୍ଲକର ୧୭ ପଞ୍ଚାୟତରେ ଲକ୍ଷେରୁ ଅଧିକ […]

author-image
Manoranjan Sial
ଅଦ୍ୟତନ ହୋଇଛି
ନୀଳ ଜଳରାଶିରେ ବିପଦପୂର୍ଣ୍ଣ ଯାତ୍ରା, ବାଜି ଲାଗିଛି ୧୭ ପଞ୍ଚାୟତର ଲୋକଙ୍କ ଜୀବନ

chilika

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନା ଅଛି ଲାଇଫ୍‌ ଜ୍ୟାକେଟ ନା ଅଛି ସୁରକ୍ଷା ବ୍ୟବସ୍ଥା। ପ୍ରତ୍ୟେକ ଦିନ ନିଜର ଜୀବନକୁ ବାଜି ଲଗାଇ ଚିଲିକାର ନୀଳ ଜଳରାଶିକୁ ଅତିକ୍ରମ କରୁଛନ୍ତି। ଚିଲିକାର ଘେରି ଭିତରେ କୃଷ୍ଣପ୍ରସାଦ ବ୍ଲକର ୧୭ଟି ପଞ୍ଚାୟତର ଲୋକମାନେ ଜାତାୟତ କରୁଛନ୍ତି।

Advertisment

ଭୌଗୋଳିକ ସ୍ଥିତିକୁ ଅନୁଧ୍ୟାନ କଲେ ମରାଳମାଳିନି ନିଳାମ୍ବୁ ଚିଲିକାରେ ଏକ ଟାପୁଟିଏ ଭଳି ଦେଖାଯାଉଛି କୃଷ୍ଣପ୍ରସାଦ ବ୍ଲକ। ଜାହାକି ସମ୍ପୂର୍ଣ୍ଣ ଚିଲିକାରେ ରହିଛି। ଏହି ବ୍ଲକର ୧୭ ପଞ୍ଚାୟତରେ ଲକ୍ଷେରୁ ଅଧିକ ଲୋକ ବାସ କରୁଛନ୍ତି। ହେଲେ ଏହି ବ୍ଲକକୁ ଯିବା ପାଇଁ ରାସ୍ତା ନାହିଁ। ଏଠାକୁ ଯିବା ପାଇଁ ହେଲେ ପ୍ରଥମେ ୬ କିମି ଦୂରତ୍ୱ ଚିଲିକାରେ ଅତିକ୍ରମ କରିବାକୁ ପଡ଼ିବ।

ଜଳ ପଥରେ ବିପଦ ସଙ୍କୁଳ ଜଳଯାତ୍ରା ଏଡାଇବା ପାଇଁ ଓ ଯାତ୍ରୀଙ୍କ ସୁବିଧା ପାଇଁ ୨୦୦୨ ମସିହାରେ ଦୁଇଟି ଭସାପୋଲ ଚଳାଇ ଥିଲେ। ଭସାପୋଲ ଦିନକୁ ଚାରିଥର ଯିବା ଆସିବା କରୁଛି। ଅନେକ ସମୟରେ ଯନ୍ତ୍ରିକ ତ୍ରୁଟି କାରଣରୁ ଭସାପୋଲ ପାଣି ଭିତରେ ଅଟକି ଯାଉଛି। ଯାହାଫଳରେ ଭସାପୋଲ ଉପରେ ଲୋକଙ୍କର ଭରସା ପାଉନଥିବା ଆଲୋଚନା ହେଉଛି। ସେଥିପାଇଁ ଲୋକମାନେ ଜୀବନକୁ ବାଜି ଲଗାଇ ବିପଦ ସଙ୍କୁଳ ଅବସ୍ଥାରେ ଯନ୍ତ୍ର ଚାଳିତ ଡଙ୍ଗାର ଯିବାଆସିବା କରୁଛନ୍ତି। ଏପରିକି ଡଙ୍ଗାରେ ଚାରି ଚକୁଆ ଗାଡ଼ିକୁ ମଧ୍ୟ ବୋହାଯାଉଥିବା ଦୃଶ୍ୟ ମଧ୍ୟ ରହିଛି। ଯେଉଁଥିପାଇଁ ଚିଲିକା ଜଳରାଶିରେ ଡଙ୍ଗା ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି। ପ୍ରଶାସନ ତରଫରୁ ଚିଲିକାରେ ଯାତ୍ରୀମାନଙ୍କୁ ଲାଇଫି ଜ୍ୟାକେଟ ବାଧ୍ୟତା ମୁଳକ ଥିବା ବେଳେ କୌଣସି ଡଙ୍ଗାଚାଳକ ଯାତ୍ରୀମାନଙ୍କୁ ଲାଇଫି ଜ୍ୟାକେଟ ପିନ୍ଧାଉଥିବା ମଧ୍ୟ ଦେଖିବାକୁ ମିଳୁନି l

Advertisment

 ଭସାପୋଲ ଓ ଯନ୍ତ୍ର ଚାଳିତ ଡଙ୍ଗା ଉପରେ ଲାଗିଥିବା ଭୟ ଦୂର କରିବାକୁ ମତ ପ୍ରକାଶ ପାଉଛି। ସେଥିପାଇଁ ସରପଞ୍ଚ, ତହସିଲିଦାର, ଥାନା ଅଧିକାରୀ ଓ ଡଙ୍ଗାଚାଳକଙ୍କୁ ନେଇ ଏକ ବୈଠକ ଜରୁରି। ପ୍ରଶାସନିକ ଅଧିକାରୀମାନେ ଚିଲିକାରେ ଯାତ୍ରା କରୁଥିବା ଯାତ୍ରୀଙ୍କ ମନରୁ ଭୟ ଦୂର କରିବା ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ ମତପ୍ରକାଶ କରିଛନ୍ତି।