କ୍ୟାନସର ପୀଡ଼ିତ ବାଳକ ଜିତିଲେ ଗୋଲ୍ଡ ମେଡାଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ୟାନସର ପରି ଭୟାନକ ରୋଗରେ ଆକ୍ରାନ୍ତ ହେବା ଜାଣିବା ପରେ ମଣିଷ ନିଜ ବଞ୍ଚିବା ଆଶା ଛାଡି ଦିଏ। ଶରୀରର ଯନ୍ତ୍ରଣା ଅପେକ୍ଷା ମାନସିକ ଯନ୍ତ୍ରଣାରେ ହିଁ ସେ ଅଧିକ ଭାଙ୍ଗି ପଡେ। ହେଲେ ଏଥିରେ ଆକ୍ରାନ୍ତ ହୋଇଥିବା ଜାଣିବା ସତ୍ତ୍ୱେ ନିଜ ଲକ୍ଷ୍ୟରୁ ବିଚ୍ୟୁତ ହୋଇନି ଜଣେ ୮ ବର୍ଷୀୟ ବାଳକ। ଏତେ କମ୍‌ ବୟସରୁ କ୍ୟାନସର ପରି ଦୁଃସାଧ୍ୟ ରୋଗରେ ପୀଡିତ ହୋଇ ବି ଏହି ପିଲାଟି ଆଣି ଦେଇଛି ଦେଶ […]

boy-2-1

Niharika Rout
  • Published: Tuesday, 16 July 2019
  • , Updated: 16 July 2019, 03:19 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ୟାନସର ପରି ଭୟାନକ ରୋଗରେ ଆକ୍ରାନ୍ତ ହେବା ଜାଣିବା ପରେ ମଣିଷ ନିଜ ବଞ୍ଚିବା ଆଶା ଛାଡି ଦିଏ। ଶରୀରର ଯନ୍ତ୍ରଣା ଅପେକ୍ଷା ମାନସିକ ଯନ୍ତ୍ରଣାରେ ହିଁ ସେ ଅଧିକ ଭାଙ୍ଗି ପଡେ। ହେଲେ ଏଥିରେ ଆକ୍ରାନ୍ତ ହୋଇଥିବା ଜାଣିବା ସତ୍ତ୍ୱେ ନିଜ ଲକ୍ଷ୍ୟରୁ ବିଚ୍ୟୁତ ହୋଇନି ଜଣେ ୮ ବର୍ଷୀୟ ବାଳକ।

ଏତେ କମ୍‌ ବୟସରୁ କ୍ୟାନସର ପରି ଦୁଃସାଧ୍ୟ ରୋଗରେ ପୀଡିତ ହୋଇ ବି ଏହି ପିଲାଟି ଆଣି ଦେଇଛି ଦେଶ ପାଇଁ ଗୌରବ। ନାଁ ତା’ର ଅରଣ୍ୟତେଷ ଗାଙ୍ଗୁଲି। ଘର ପଶ୍ଚିମବଙ୍ଗ  ହୁଗୁଳି ଜିଲାର ଶ୍ରୀରାମପୁରରେ। ଋଷର ରାଜଧାନୀ ମସ୍କୋରେ ହେଉଥିବା ୱାର୍ଲଡ ଚିଲଡ୍ରେନ୍‌ ୱିନର୍ସ ଗେମ୍ସ-୨୦୧୯ରେ ଅରଣ୍ୟତେଷ ଗାଙ୍ଗୁଲି ଅଂଶଗ୍ରହଣ କରିଥିଲେ । କେବଳ ଏତିକି ନୁହେଁ ଟେବୁଲ ଟେନିସ୍‌ ପ୍ରତିଯୋଗିତାରେ ସାମିଲ ହୋଇ ସେ ଗୋଲ୍ଡ ମେଡାଲ ମଧ୍ୟ ହାସଲ କରିଛନ୍ତି।

୪ରୁ ୭ ଜୁଲାଇ ମଧ୍ୟରେ କ୍ୟାନସର ପୀଡିତ ପିଲାଙ୍କ ଲାଗି ମସ୍କୋରେ ଏହି ଖେଳ ଆୟୋଜନ କରାଯାଇଥିଲା। ଅରଣ୍ୟତେଷଙ୍କୁ ଏ ସମ୍ପର୍କରେ ଯେତେବେଳେ ଜଣାପଡିଲା, ସେ ନିଜ ଯନ୍ତ୍ରଣା ଭୁଲି ଏଥିରେ ସାମିଲ ହେବାକୁ ଆଗଭର ହେଲେ। ତାଙ୍କ ମା’ କାବେରୀ ମଧ୍ୟ ତାଙ୍କ ସହ ମସ୍କୋ ଯାଇଥିଲେ। ଏହି ପ୍ରତିଯୋଗିତାରେ ୬ଟି ଇଭେଣ୍ଟରେ ପ୍ରତିଯୋଗିତା ହୋଇଥିଲା । ତାହା ହେଲା ଟ୍ରେକିଂ, ଚେସ୍‌, ଫୁଟବଲ୍‌, ଟେବୁଲ ଟେନିସ, ସୁଇମିଙ୍ଗ, ରାଇଫଲ୍‌ ଶୁଟିଂ ।

ଭାରତରୁ ସମୁଦାୟ ୧୦ ଜଣ କ୍ୟାନସର ପୀଡ଼ିତ ଛୋଟ ପିଲା ଏହି ଇଭେଣ୍ଟରେ ଭାଗ ନେଇଥିଲେ। ସେ କ୍ୟାନସରରେ ଆକ୍ରାନ୍ତ ହୋଇଥିବା ନେଇ ୨୦୧୬ ମସିହାରେ ଜଣାପଡିଥିଲା। ଏହାପରେ ସେ ୧୧ ମାସ ମେଡିକାଲରେ ରହି କେମୋ ଥେରାପି ନେଇଥିଲେ। ଏହାପରଠୁ ବି ସେ ରେଗୁଲାର ଚେକଅପ୍‌ରେ ରହୁଛନ୍ତି। ଏହାସତ୍ତ୍ୱେ ସେ ଖେଳ ଶିଖିବା ଲାଗି ପ୍ରତି ଖୁବ୍‌ ଆଗ୍ରହୀ। ଏଥିଲାଗି ବହୁ ଦୂର ଯିବା ଲାଗି ବି ପଛାନ୍ତି ନାହିଁ ବୋଲି ତାଙ୍କ ମା’ କହିଛନ୍ତି।

Related story