ଭାରତୀୟ ନାରୀ। ଏହା କହିଲାମାତ୍ରେ ଆଖି ସାମ୍ନାକୁ ଚାଲିଆସେ ଜଣେ ଶାଢି ପିନ୍ଧା ସୁନ୍ଦର ନାରୀର ଚେହେରା। ଜଣେ ନାରୀ ଯେତେ ଡିଜାଇନର ପୋଶାକ ପିନ୍ଧୁ ନା କାହିଁକି ଶାଢୀରେ ତାର ସୌନ୍ଦର୍ଯ୍ୟ ନିଆରା । କାରଣ ଶାଢି ତାକୁ ବେଶ ମାନେ। ଆଉ ଭାରତର ବିଭିନ୍ନ ପ୍ରାନ୍ତରେ ରହିଛି ସ୍ୱତନ୍ତ୍ର କିଶମର ଶାଢି। ଭଳିକି ଭଳି ଡିଜାଇନ। ଆଉ ଆକର୍ଷଣୀୟ ମଧ୍ୟ। ତେବେ ଆସନ୍ତୁ ଜାଣିବା ସେମିତି କିଛି ପ୍ରସିଦ୍ଦ ସ୍ଥାନର ସ୍ୱତନ୍ତ୍ର ଶାଢି ସମ୍ପର୍କରେ।
୧-ତାନ୍ତ (ପଶ୍ଚିମବଙ୍ଗ)
ଏହା ପଶ୍ଚିମବଙ୍ଗର ପାରମ୍ପରିକ ଶାଢି। କଟନରେ ତିଆରି ଏହି ଶାଢି ବେଶ ହାଲକା ଓ ପିନ୍ଧିବା ପାଇଁ ଆରାମଦାୟକ ହୋଇଥାଏ । ଏଥିରେ ଥିବା ବର୍ଡ଼ର ଶାଢିକୁ ଆକର୍ଷଣୀୟ କରିଥାଏ ।
୨-କାଶଭୁ(କେରଳ)
ଏହାକୁ ଶେତୁ ଶାଢି ମଧ୍ୟ କୁହାଯାଏ । ଶାଢିର ଅଧାଭାଗ ଦେଖିଲେ ଲାଗିବ ସତେ ଯେମିତି ଏହା ଧୋତିଭଳି । ଏହା କେରଳର ପାରମ୍ପରିକ ଶାଢି। ଏହି ଶାଢିକୁ ଆହୁରି ସୁନ୍ଦର ପାଇଁ ଏବେ ଏଥିରେ ସୁନେଲି ରଙ୍ଗର ବର୍ଜର ରଖାଯାଉଛି।
୩-କାଞ୍ଛି ବରମ(ତାମିଲନାଡୁ)
ଏହାକୁ ଶାଢିର ରାଣୀ କୁହାଯାଏ। ଏହା ହେଉଛି ସିଲ୍କ ଶାଢି। ବର୍ଡ଼ର ଓ ଡିପ୍ କଲର ଏହାକୁ ଆକର୍ଶଣୀୟ କରିଥାଏ ।
୪-ବୋମକାଇ (ଓଡ଼ିଶା )
ଏହା ସୋନପୁରି ସିଲ୍କ ନାଁରେ ପରିଚିତ । ଏହି ଶାଢିକୁ ଇକାଟରେ ତିଆରି କରାଯାଇଥାଏ । ଏଥିରେ ଉଭୟ ସିଲ୍କ ଓ କଟନ ମିଶ୍ରଣ ଥାଏ।
୫-ସମ୍ୱଲପୁରୀ (ଓଡ଼ିଶା)
ଓଡ଼ିଶାର ସମ୍ୱଲପୁରରେ ବିଭିନ୍ନ ଟେକ୍ନିକରେ ଏହି ଶାଢିକୁ ତିଆରି କରାଯାଇଥାଏ । ଏହି ଶାଢିକୁ ତିଆରି କରିବା ପୂର୍ବରୁ ଏଥିରେ ଭଲ ଭାବରେ ରଙ୍ଗ ଦିଆଯାଇଥାଏ। ଫଳରେ ଏହାର ରଙ୍ଗ ଫିକା ପଡ଼େନି।
୬-ପଇଠାନି (ମହାରାଷ୍ଟ୍ର)
ଏହା ଓରାଙ୍ଗବାଦରେ ତିଆରି ହୋଇଥାଏ । ଏଥିରେ ଥିବା ଜରି ବର୍ଡ଼ର ଓ ମୟୁର ଡିଜାଇନ ଶାଢିକୁ ଖୁବ୍ ଆକର୍ଷଣୀୟ କରିଥାଏ ।
୭-ବାନ୍ଧିନି(ଗୁଜୁରାଟ)
ଏହା ଉଭୟ ଗୁଜରାଟ ଓ ରାଜସ୍ଥାନର ପ୍ରସିଦ୍ଧ ଶାଢି।
୮-ମୁଗା(ଆସାମ)
ଆସାମର ପ୍ରସିଦ୍ଧ ଶାଢି ହେଉଛି ମୁଗା। ଏହା ଏକ ସୁନେଲି ରଙ୍ଗର ତାରରେ ତିଆରି ହୋଇଥାଏ। ଏହି ତାର କେବଳ ଆସାମରେ ହିଁ ମିଳିଥାଏ ।
୧୦-ବନାରସି(ବାରାଣାସି)
ସୁନେଲି ଓ ରୂପେଲି ରଙ୍ଗର ଜରି କାମ ପାଇଁ ବନାରସି ଶାଢି ପ୍ରସିଦ୍ଧ । ଏଠାକାର ଗୋଟିଏ ବନାରସି ଶାଢିକୁ ତିଆରି ପାଇଁ ଏକ ବର୍ଷ ସମୟ ଲାଗିଥାଏ।
୧୦-ପୋଚାମପାଲି (ତେଲେଙ୍ଗ।ନା)
ଆନ୍ଧ୍ରପ୍ରଦେଶର ବୋଧାନ ସହରରେ ଏହି ଶାଢି ତିଆରି କାରାଯାଇଥାଏ। ଏହା ସାଧାରଣତଃ ଇକାଟରରେ ତିଆରି ହୋଇଥାଏ ।
୧୧-ଚନଦେରି (ମଧ୍ୟପ୍ରଦେଶ)
ସିଲ୍କ, ଜରି ଓ କଟନ ଉଭୟ ମିଶ୍ରଣରେ ଏହି ଶାଢି ତିଆରି ହୋଇଥାଏ ।
ଏହା ଟେମ୍ପଲ ଶାଢି ନାଁରେ ବେସ ପରିଚିତ। ମୋଟା ବର୍ଡ଼ର ଥିବା ଏହି ଶାଢି ଦେଖିବାକୁ ଖୁବ ସୁନ୍ଦର ।
ଏହା ରାଜସ୍ଥାନର ପ୍ରସିଦ୍ଧ ଶାଢି।
୧୪-ଫୁଲକରି(ପଞ୍ଜ।ବ)
ଏହି ଶାଢିରେ ଫୁଲ ଡିଜାଇନ ଥିବାରୁ ଏହାର ନାଁ ଫୁଲକରି ରହିଛି ।
୧୫-ଚିକାନକରି (ଲକ୍ଷ୍ନୌ)
ଏହି ଶାଢି ଲକ୍ଷ୍ନୌରେ ଖୁବ୍ ପ୍ରସିଦ୍ଧ।