ବିଜ୍ଞାନରେ ନୂଆ ଅଧ୍ୟାୟ: ଏଣିକି ଜନ୍ମ ହୋଇପାରିବେ ଡିଜାଇନର ଛୁଆ, ରହିବନି ହୃଦଘାତ ଭୟ

ଜୀବ ବିଜ୍ଞାନ ଗବେଷଣା କ୍ଷେତ୍ରରେ ଏକ ଆଶ୍ଚର୍ଯ୍ୟ ସଫଳତା ମିଳିବାକୁ ଯାଉଛି। ଏଣିକି ଜନ୍ମ ହୋଇପାରନ୍ତି ଡିଜାଇନର ଛୁଆ, ଯାହା ସ୍ୱତନ୍ତ୍ର ଭାବେ ଜେନେଟିକାଲି ପ୍ରସ୍ତୁତ କରିବେ ବିଶେଷଜ୍ଞ। ବିଶେଷଜ୍ଞଙ୍କ କହିବା କଥା, ଏହି ପିଲାଙ୍କ କ୍ଷେତ୍ରରେ ହୃଦଘାତ ରି ସମସ୍ୟା ରହିବ ନାହିଁ। ଏପରି ଜେନେଟିକାଲି ମୋଡିଫାଏଡ଼ ମଣିଷ ଭୃଣ ବିକଶିତ କରିଛନ୍ତି ବୈଜ୍ଞାନିକ। ତେବେ ଏହାକୁ ଏ ପର୍ଯ୍ୟନ୍ତ ପରୀକ୍ଷା କରାଯାଇନାହିଁ। ଏନ୍‌ଡିଟିଭି ରିପୋର୍ଟ ଅନୁସାରେ, ମାନବ ଭୃଣ ବଦଳାଇବାକୁ CRISPR ଟେକନିକ୍‌ର ବ୍ୟବହାର […]

embryo-editing

Rakesh Mallick
  • Published: Thursday, 03 August 2017
  • , Updated: 03 August 2017, 05:50 PM IST

ଜୀବ ବିଜ୍ଞାନ ଗବେଷଣା କ୍ଷେତ୍ରରେ ଏକ ଆଶ୍ଚର୍ଯ୍ୟ ସଫଳତା ମିଳିବାକୁ ଯାଉଛି। ଏଣିକି ଜନ୍ମ ହୋଇପାରନ୍ତି ଡିଜାଇନର ଛୁଆ, ଯାହା ସ୍ୱତନ୍ତ୍ର ଭାବେ ଜେନେଟିକାଲି ପ୍ରସ୍ତୁତ କରିବେ ବିଶେଷଜ୍ଞ। ବିଶେଷଜ୍ଞଙ୍କ କହିବା କଥା, ଏହି ପିଲାଙ୍କ କ୍ଷେତ୍ରରେ ହୃଦଘାତ ରି ସମସ୍ୟା ରହିବ ନାହିଁ। ଏପରି ଜେନେଟିକାଲି ମୋଡିଫାଏଡ଼ ମଣିଷ ଭୃଣ ବିକଶିତ କରିଛନ୍ତି ବୈଜ୍ଞାନିକ। ତେବେ ଏହାକୁ ଏ ପର୍ଯ୍ୟନ୍ତ ପରୀକ୍ଷା କରାଯାଇନାହିଁ।

ଏନ୍‌ଡିଟିଭି ରିପୋର୍ଟ ଅନୁସାରେ, ମାନବ ଭୃଣ ବଦଳାଇବାକୁ CRISPR ଟେକନିକ୍‌ର ବ୍ୟବହାର କରାଯାଇଛି। ଏହି ଟେକ୍‌ନିକ୍‌ରେ ଜିନ୍‌ରେ କାଣ୍ଟଛାଣ୍ଟ କରାଯାଇ ପାରିବ। ଏଥିରେ ହୃଦଘାତ ଆଣୁଥିବା ଜିନ୍‌କୁ ହଟାଇ ଦିଆଯାଇଛି।

ଏପରି ଭୃଣ ପ୍ରଥମଥର ପାଇଁ ଆମେରିକାରେ ପ୍ରସ୍ତୁତ କରାଯାଇଛି। ଆମେରିକା, ଚୀନ ଓ ଦକ୍ଷିଣ କୋରିଆର ବୈଜ୍ଞାନିକଙ୍କୁ ନେଇ ଗଠିତ ଟିମ୍‌ ଏହି ଭୃଣ ବିକଶିତ କରିଛନ୍ତି। ଦୃହୟକୁ ମୋଟା କରି ହୃଦଘାତ ସୃଷ୍ଟି କରୁଥିବା ଜିନ୍‌କୁ ଏଥିରୁ କାଟି ବାହାର କରି ଦିଆଯାଇଛି।

ଏହି ବୈଜ୍ଞାନିକଙ୍କ ଟିମ୍‌ରେ, ସଞ୍ଜୀବ କୌଲ ନାମକ ଜଣେ ଭାରତୀୟ ବଂଶୋଦ୍ଭବ ମଧ୍ୟ ଅଛନ୍ତି। ସଞ୍ଜୀବ କାଶ୍ମୀରରେ ଜନ୍ମ ନେଇ ଦିଲ୍ଲୀରେ ପାଠ ପଢିଥିଲେ। ପରେ ସେ ଆମେରିକା ଚାଲି ଯାଇଥିଲେ।

ବର୍ତ୍ତମାନ ସୁଦ୍ଧା ନୈତିକ ଗାଇଡଲାନ୍‌ରେ ଏହି ଜିନ୍‌କୁ ଗର୍ଭରେ ରୋପଣ କରିବାକୁ ଅନୁମତି ଦିଆଯାଇନାହିଁ। ଯଦି ଅନୁମତି ମିଳିଯାଏ ତେବେ ଭବିଷ୍ୟତରେ ଏପରି ପିଲା ଜନ୍ମ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ।

Related story