ବାଦପୁର ଓ କୋଦାଳବାଡ଼କୁ ବିକାଶର ବାଟ ବନ୍ଦ!

ମୋହନା (ମିହିର ଯତି): ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଳକ୍ ପୁରୁଣାପାଣି ପଞ୍ଚାୟତରେ ରହିଛି ବାଦପୁର ଓ କୋଦାଳବାଡ଼ ଗାଁ। ଏହି ଦୁଇଟି ଗାଁରେ ପ୍ରାୟ ୭୫ ପରିବାର ବସବାସ କରନ୍ତି। ସମସ୍ତେ ଆଦିବାସୀ ସମ୍ପ୍ରଦାୟର। ହେଲେ ଆଜି ଯାଏ ଏହି ଦୁଇ ଗାଁର ଲୋକେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ବିଜୁଳି ଓ ରାସ୍ତା ଭଳି ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି। ଫଳରେ ଏହି ଦୁଇଟି ଗାଁର ବିକାଶର ବାଟ ଏକ ପ୍ରକାର ବନ୍ଦ ହୋଇ ରହିଛି […]

Mohana

Tapaswini Nayak
  • Published: Friday, 14 January 2022
  • , Updated: 14 January 2022, 02:36 PM IST

ମୋହନା (ମିହିର ଯତି): ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଳକ୍ ପୁରୁଣାପାଣି ପଞ୍ଚାୟତରେ ରହିଛି ବାଦପୁର ଓ କୋଦାଳବାଡ଼ ଗାଁ। ଏହି ଦୁଇଟି ଗାଁରେ ପ୍ରାୟ ୭୫ ପରିବାର ବସବାସ କରନ୍ତି। ସମସ୍ତେ ଆଦିବାସୀ ସମ୍ପ୍ରଦାୟର। ହେଲେ ଆଜି ଯାଏ ଏହି ଦୁଇ ଗାଁର ଲୋକେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ବିଜୁଳି ଓ ରାସ୍ତା ଭଳି ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି। ଫଳରେ ଏହି ଦୁଇଟି ଗାଁର ବିକାଶର ବାଟ ଏକ ପ୍ରକାର ବନ୍ଦ ହୋଇ ରହିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

ରାସ୍ତା ନାହିଁ

ବାଦପୁର ଓ କୋଦାଳବାଡ଼ ଗାଁକୁ ଯିବାକୁ ରାସ୍ତା ନାହିଁ। ପୁଣି ଏହି ଦୁଇ ଗାଁକୁ ଯିବା ବାଟରେ ପଡ଼ିଥାଏ ଘୋଡ଼ାହାଡ଼ ନଦୀ। ନଦୀ ଉପରେ ସ୍ଥାୟୀ ପୋଲଟିଏ ନାହିଁ। ନଦୀ ପାର ହେବା ପାଇଁ ଗ୍ରାମବାସୀ କାଠ ଓ ବାଉଁଶରେ ପୋଲ ନିର୍ମାଣ କରିଛନ୍ତି। ବର୍ଷା ଦିନେ ନଦୀରେ ଅତ୍ୟଧିକ ପାଣି ଆସିଲେ ପୋଲଟି ଭାଙ୍ଗି ଯାଏ। ଫଳରେ ବାଦପୁର ଓ କୋଦାଳବାଡ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଏ। ରାସ୍ତା ଓ ପୋଲ ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସିପାରେ ନାହିଁ। ଗର୍ଭବତୀ ଓ ରୋଗୀମାନଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ପାଖକୁ ନେବାକୁ ପଡ଼େ।

[caption id="attachment_706355" align="aligncenter" width="650"] ଘୋଡାହାଡ ନଦୀ[/caption]

ଏହି ନଦୀ ଉପରେ ପୋଲଟିଏ କରିବା ପାଇଁ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଯେତେ ଗୁହାରି କଲେ ମଧ୍ୟ କିଛି ସୁଫଳ ମିଳି ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ନଳକୂପ ଓ ସ୍କୁଲ ନାହିଁ, ବିଦ୍ୟୁତ୍ ସଂଯୋଗ ବି ନାହିଁ 

ଏହି ଦୁଇଟି ଗାଁରେ ନଳକୂପଟିଏ ନାହିଁ। ନଳକୂପ ନ ଥିବାରୁ ପାହାଡ଼ ଉପରୁ ପାଇପ ଯୋଗେ ଝରଣା ପାଣି ଆଣି ପିଇଥା’ନ୍ତି ଲୋକେ। ସେହିଭଳି ଏହି  ଦୁଇଟି ଗାଁରେ ସ୍କୁଲ୍ ନାହିଁ। ପିଲାମାନେ ଗାଁଠାରୁ ତିନି କିମି ଦୂରରେ ଥିବା ପୁରୁଣାପାଣିକୁ ଯାଆନ୍ତି। ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ଥିଲେ ମଧ୍ୟ କେହି ସେଠାକୁ କେହି କର୍ମଚାରୀ ଆସନ୍ତି ନାହିଁ। ଦୁଇ ଗାଁରେ ଲୋକମାନଙ୍କ ପାଇଁ ଡାକ୍ତରଖାନାର ସୁବିଧା ନାହିଁ। କାହାର ଦେହ ଖରାପ ହେଲେ ପ୍ରାୟ ୨୦ କିମି ଦୂର ଆର. ଉଦୟଗିରିକୁ ଯାଆନ୍ତି। ନ ହେଲେ ଡେଙ୍ଗାଅସ୍ଥ ଯାଆନ୍ତି।

ଏହି ଦୁଇଟି ଗାଁରେ ବିଦ୍ୟୁତ୍‌ ସଂଯୋଗ ନାହିଁ। ବିଦ୍ୟୁତ୍ ସେବା ଯୋଗାଇ ଦେବା ପାଇଁ ଟ୍ରାନ୍ସଫର୍ମର ବସା ଯିବା ସହିତ ତାର ଟଣା ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଜୁଳି ସଂଯୋଗ ହୋଇପାରି ନାହିଁ। ଏଠାରେ ସୋଲାର ସିଷ୍ଟମ୍‌ର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ୩-୪ବର୍ଷ ହେବ ତାହା ମଧ୍ୟ ପୋଡ଼ି ଯାଇଛି।

[caption id="attachment_706356" align="aligncenter" width="650"] ଟ୍ରାନ୍ସଫର୍ମା ଓ ତାର ଟଣା ଯାଇଥିଲେ ମଧ୍ୟ ବିଜୁଳି ସଂଯୋଗ ହୋଇପାରି ନାହିଁ[/caption]

ଏହି ଦୁଇଟି ଗାଁରେ କିଛି ଲୋକଙ୍କୁ ଆବାସ ଯୋଜନାରେ ଘର ମିଳିଛି। କିନ୍ତୁ ଆହୁରି ଅନେକ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଘର ମିଳି ନଥିବା ଅଭିଯୋଗ ହୋଇଛି। ଲୋକେ ଭଙ୍ଗା ଘରେ ପଡ଼ି ରହିଛନ୍ତି।

ଗ୍ରାମବାସୀ ସନୀୟା ନାୟକ, ନିବାର୍ଚନ ସମୟରେ ସବୁ କରିଦେବୁ ବୋଲି ନେତା ମାନେ ପ୍ରତିଶ୍ରୁତି ଦେଇଥା’ନ୍ତି। ନିର୍ବାଚନ ପରେ ସେମାନଙ୍କର ଆଉ ଦେଖା ଦର୍ଶନ ନଥାଏ।

ଆର ଉଦୟଗିରି ବିଡିଓ ପ୍ରଦୀପ କୁମାର ନାୟକ କହିଛନ୍ତି, ପୋଲ ନିର୍ମାଣ ପାଇଁ ୨ ବର୍ଷ ତଳେ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ଯେତିକି ଅର୍ଥ ମଂଜୁର ହୋଇଥିଲା, ସେତିକି ଅର୍ଥରେ ପୋଲ ନିର୍ମାଣ ହୋଇପାରିବ ନାହଁ। ଘୋଡ଼ାହାଡ଼ ନଦୀ ଉପରେ ବଡ଼ ପୋଲ ନିର୍ମାଣ କରାଯିବ। ଆଗକୁ ପଦକ୍ଷେପ ଗ୍ରହଣ କରାଯାଇ ଗାଁର ସବୁ ସମସ୍ୟା ଦୂର କରାଯିବ।

 

Related story