ସୋସିଆଲ ମିଡିଆ ଫଟୋରୁ ଜାଣି ହେବ ଆପଣଙ୍କ ମାନସିକ ସ୍ଥିତି

ସୋସିଆଲ ମିଡିଆର ଡିମାଣ୍ଡ କାହିଁରେ କ’ଣ। ପ୍ରାୟ ସମସ୍ତେ ଆଜିକାଲି କୌଣସି ନା କୌଣସି ସୋସିଆଲ ମିଡିଆ ସହ ଜଡିତ। ବିଶେଷ କରି ଫେସବୁକ୍‌ ବନ୍ଧୁ ଓ ସମ୍ପର୍କୀୟଙ୍କ ସହ ସମ୍ପର୍କ ଯୋଡ଼ିବାରେ ଏକ ଭଲ ମାଧ୍ୟମ ପାଲଟିଛି। ଯୁବଗୋଷ୍ଠୀଙ୍କଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ଫେସବୁକ ବ୍ୟବହାର କରୁଛନ୍ତି। ଏଥିରେ ସେମାନେ ବିଭିନ୍ନ ପୋଷ୍ଟ କରି ବନ୍ଧୁଙ୍କ ସହ ଭାବର ଆଦାନ ପ୍ରଦାନ କରୁଛନ୍ତି। କିଏ କିଏ କମେଣ୍ଟ ସେୟାର କରୁଛନ୍ତି […]

facebook-logo

Rakesh Mallick
  • Published: Thursday, 10 August 2017
  • , Updated: 10 August 2017, 05:07 PM IST

ସୋସିଆଲ ମିଡିଆର ଡିମାଣ୍ଡ କାହିଁରେ କ’ଣ। ପ୍ରାୟ ସମସ୍ତେ ଆଜିକାଲି କୌଣସି ନା କୌଣସି ସୋସିଆଲ ମିଡିଆ ସହ ଜଡିତ। ବିଶେଷ କରି ଫେସବୁକ୍‌ ବନ୍ଧୁ ଓ ସମ୍ପର୍କୀୟଙ୍କ ସହ ସମ୍ପର୍କ ଯୋଡ଼ିବାରେ ଏକ ଭଲ ମାଧ୍ୟମ ପାଲଟିଛି। ଯୁବଗୋଷ୍ଠୀଙ୍କଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ଫେସବୁକ ବ୍ୟବହାର କରୁଛନ୍ତି। ଏଥିରେ ସେମାନେ ବିଭିନ୍ନ ପୋଷ୍ଟ କରି ବନ୍ଧୁଙ୍କ ସହ ଭାବର ଆଦାନ ପ୍ରଦାନ କରୁଛନ୍ତି। କିଏ କିଏ କମେଣ୍ଟ ସେୟାର କରୁଛନ୍ତି ତ ଆଉ କିଏ ଫଟୋ ସେୟାର କରୁଛନ୍ତି। ଏବେ ବୈଜ୍ଞାନିକମାନେ ଏପରି ଏକ କମ୍ପ୍ୟୁଟର ପ୍ରୋଗ୍ରାମ ବନାଇଛନ୍ତି ଯାହାକୁ ବ୍ୟବହାର କରି ଆପଣଙ୍କ ଫଟୋରୁ ଜାଣି ହେବ ଆପଣ ବିକାରଗ୍ରସ୍ତ ଅଛନ୍ତି କି ନାହାଁନ୍ତି।

ଏବେ ଭାବୁଥିବେ ଫଟୋରୁ ଏହା ଜାଣିବା କ’ଣ ସମ୍ଭବ। ହେଲେ ଏହି ପ୍ରୋଗ୍ରାମକୁ ନେଇ କରାଯାଇଥିବା ଏକ୍ସପେରିମେଣ୍ଟରୁ ଏହା ପ୍ରମାଣିତ ହୋଇଛି। ୭୦ ପ୍ରତିଶତ ପର୍ଯ୍ୟନ୍ତ ଚିନ୍ତାଗ୍ରସ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ଏହି ପ୍ରୋଗ୍ରାମ ସଠିକ ଆକଳନ କରିପାରିବ ବୋଲି ଏହାକୁ ପ୍ରସ୍ତୁତ କରିଥିବା ବୈଜ୍ଞାନିକମାନେ ଦାବି କରିଛନ୍ତି।

ଆମେରିକାର ଭର୍ମୋଣ୍ଟ ବିଶ୍ୱ ବିଦ୍ୟାଳୟର ପ୍ରିଷ୍ଟୋଫର ଡେନଫୋର୍ଥ କହିଛନ୍ତି- “ସୋସିଆଲ ମିଡିଆର ଆପ୍‌ରେ କିଛି ଲୋକଙ୍କ ଆକାଉଣ୍ଟ ବିଶ୍ଲେଷଣରୁ ଆମେ ପାଇଥିଲୁ ବିକାରଗ୍ରସ୍ତ ଲୋକଙ୍କ ଫୋଟର ରଙ୍ଗ ଗାଢ଼ ଥିଲା। ଏପରି ଫଟୋରେ ଅଧିକ କମେଣ୍ଟ ମଧ୍ୟ ଆସିଥିଲା। ଏହି ଫଟୋ ଗୁଡିକରେ ମୁହଁ ଅଧିକ ନଜର ଆସୁଥିବା ବେଳେ ଫିଲ୍ଟରର ବ୍ୟବହାର କମ କରାଯାଇଛି।”

ସେ ଆହୁରି କହିଛନ୍ତି ଯେ, ଏପରି ବିକାରଗ୍ରସ୍ତ ବ୍ୟକ୍ତି ଯଦି ବି କେବେ ଫିଲ୍ଟରର ବ୍ୟବହାର କରିଥିଲେ ତାହା କେବଳ ଫଟୋକୁ ବ୍ଲାକ ଆଣ୍ଡ ହ୍ୱାଇଟ୍‌ କରିବାକୁ।

ଏପରି ସର୍ଭେ କରୁଥିବା ଅଧିକାରୀମାନେ ସୋସିଆଲ ମିଡିଆ ବ୍ୟବହାର କରୁଥିବା ୧୬୬ ଜଣ ବ୍ୟକ୍ତିଙ୍କ ୪୩,୯୫୦ଟି ଫଟୋକୁ ବିଶ୍ଲେଷଣ କରିବା ପାଇଁ ଏହି କମ୍ପ୍ୟୁଟର ପ୍ରୋଗ୍ରାମର ବ୍ୟବହାର କରିଥିଲେ। ଯେଉଁଥିରେ ୭୧ ଜଣ ଏପରି ଲୋକ ଥିଲେ ଯେଉଁମାନେ ମେଡିକାଲରେ ଟେଷ୍ଟ କରି ସେମାନେ ବିକାରଗ୍ରସ୍ତ ଥିବା ଜାଣିବାକୁ ପାଇଥିଲେ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିକଶିତ କରାଯାଇଥିବା ଏହି କମ୍ପ୍ୟୁଟର ପ୍ରୋଗ୍ରାମ ଡାକ୍ତରଙ୍କଠାରୁ ଅଧିକ ସଠିକ ତଥ୍ୟ ଦେଉଥିବା ବୈଜ୍ଞାନିକମାନେ ଦାବି କରିଛନ୍ତି। ଫଟୋରୁ ମଣିଷର ମାନସିକ ସ୍ଥିତି ଜାଣି ହେଉଥିବା ଏହି କମ୍ପ୍ୟୁଟର ପ୍ରୋଗ୍ରାମ ଆଗାମୀ ଦିନରେ ବୈଜ୍ଞାନିକଙ୍କ ପାଇଁ ବହୁତ କାମରେ ଆସିବ ବୋଲି କୁହାଯାଉଛି। କାରଣ ଏହି ପ୍ରୋଗ୍ରାମ ଜରିଆରେ ସୋସିଆଲ ମିଡିଆରେ ଅସାମାଜିକ ଭାବନା ସୃଷ୍ଟି କରିବାକୁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ସହଜରେ ଚିହ୍ନଟ କରିହେବ। ସ୍ୱାସ୍ଥ୍ୟ ବିଜ୍ଞାନ ସହ ସୁରକ୍ଷା କ୍ଷେତ୍ରରେ ଏହା ବହୁତ କାମରେ ଆସିବ ବୋଲି କୁହାଯାଉଛି।

ସୋସିଆଲ ମିଡିଆରେ କମ୍ପ୍ୟୁଟର ପ୍ରୋଗ୍ରାମ ଜରିଆରେ ଲୋକଙ୍କ ମାନସିକ ସ୍ଥିତି ଜାଣିବାକୁ ଏହା ପ୍ରଥମ ପ୍ରୟାସ। ଏହି ସର୍ଭେର ବିସ୍ତୃତ ବିବରଣୀ ‘ଇପିଜେ ଡାଟା ସାଇନ୍ସ’ ପତ୍ରିକାରେ ପ୍ରକାଶ ପାଇଛି।

Related story