ଆପଣଙ୍କ ହ୍ୱାଟ୍‌ସଆପ୍‌ ଅସଲି ତ ? ବଜାରରେ ବୁଲୁଛି ୧୦ ଲକ୍ଷ ନକଲି ହ୍ୱାଟ୍‌ସଆପ୍‌

ହ୍ୱାଟ୍‌ସଆପ୍‌ରେ ଚାଟ୍ କିମ୍ବା କୌଣସି ବ୍ୟକ୍ତିଗତ ତଥ୍ୟ ସେୟାର କରୁଥିଲେ ସତର୍କ ହୋଇଯାଆନ୍ତୁ। କାରଣ ଆପଣଙ୍କ ଏହି ବ୍ୟକ୍ତିଗତ ତଥ୍ୟ ଲିକ୍ ହେବାର ଆଶଙ୍କା ଅଛି। ସେଥିପାଇଁ ନିଜ ମୋବାଇଲରେ ଥିବା ହ୍ୱାଟ୍‌ସଆପ ଅସଲି କି ନକଲି ଥରେ ଯାଞ୍ଚ କରି ନିଅନ୍ତୁ। କାରଣ କିଛି ଦିନ ତଳେ ଗୁଗଲ ପ୍ଲେ ଷ୍ଟୋରରେ ଘୁରି ବୁଲୁଥିଲା ନକଲି ହ୍ୱାଟ୍‌ସଆପ୍। ଏହାକୁ ଅନେକ ଲୋକ ଡାଉନ ଲୋଡ କରିଥିଲେ। ହୁଏତ ଆପଣ ବି ଡାଉନଲୋଡ କରିଥାଇ ପାରନ୍ତି। ଖବର […]

whatsapp

Rakesh Mallick
  • Published: Monday, 06 November 2017
  • , Updated: 06 November 2017, 11:10 PM IST

ହ୍ୱାଟ୍‌ସଆପ୍‌ରେ ଚାଟ୍ କିମ୍ବା କୌଣସି ବ୍ୟକ୍ତିଗତ ତଥ୍ୟ ସେୟାର କରୁଥିଲେ ସତର୍କ ହୋଇଯାଆନ୍ତୁ। କାରଣ ଆପଣଙ୍କ ଏହି ବ୍ୟକ୍ତିଗତ ତଥ୍ୟ ଲିକ୍ ହେବାର ଆଶଙ୍କା ଅଛି। ସେଥିପାଇଁ ନିଜ ମୋବାଇଲରେ ଥିବା ହ୍ୱାଟ୍‌ସଆପ ଅସଲି କି ନକଲି ଥରେ ଯାଞ୍ଚ କରି ନିଅନ୍ତୁ। କାରଣ କିଛି ଦିନ ତଳେ ଗୁଗଲ ପ୍ଲେ ଷ୍ଟୋରରେ ଘୁରି ବୁଲୁଥିଲା ନକଲି ହ୍ୱାଟ୍‌ସଆପ୍। ଏହାକୁ ଅନେକ ଲୋକ ଡାଉନ ଲୋଡ କରିଥିଲେ। ହୁଏତ ଆପଣ ବି ଡାଉନଲୋଡ କରିଥାଇ ପାରନ୍ତି।

ଖବର ଅନୁଯାୟୀ Update WhatsApp ହ୍ୱାଟ୍‌ଆପ ନାମରେ ଏକ ଆପ ଗୁଗଲ ପ୍ଲେ ଷ୍ଟୋରରେ ଉପଲବ୍ଧ ହେଉଥିଲା। ଅନେକ ଲୋକ ଏହି ଆପଟିକୁ ନିଜ ମୋବାଇଲରେ ଡାଉନଲୋଡ କରିଥିଲେ। ପ୍ରକୃତ ହ୍ୱାଟ୍‌ସଆପଟି  WhatsApp Inc ନାମରେ ପ୍ଲେ ଷ୍ଟୋରରେ ଉପଲବ୍ଧ ଥିବା ବେଳେ ଫେକ୍ ଆପ୍‌ଟି ମଧ୍ୟ ଏହି ନାମରେ ଉପଲବ୍ଧ ହେଉଥିଲା। ଏହା WhatsApp+Inc%C2%A0.” କୋଡିଂ ସହିତ ପ୍ଲେ ଷ୍ଟୋରରେ ରହୁଥିଲା। ତେଣୁ ଫେକ୍ ଓ ରିୟଲ ହ୍ୱାଟ୍‌ସଆପ କେଉଁଟା ନ ଜାଣି ପାରି ପ୍ରାୟ ୧୦ ଲକ୍ଷ ଲୋକ ଫେକ୍‌ ଆପଟିକୁ ଇନଷ୍ଟଲ କରିଥିଲେ। କାରଣ ଏହା ଇନଷ୍ଟଲ ହେବା ପାଇଁ ମିନିମମ୍‌ ପର୍‌ମିସନ୍ ମାଗୁଥିଲା। ଜଣେ 'ରେଡ୍ ଇଟ୍' (ଏହା ଏକ ଆମେରିକିୟ ୱେବସାଇଟ୍, ଯାହା ସୋସିଆଲ ମିଡିଆ ଓ ୱେବସାଇଟ୍ ବିଷୟରେ ବିଚାର ବିମର୍ଶ କରିଥାଏ) ବ୍ୟବହାରକାରୀ ଏହି ଫେକ୍ ଆପ୍‌ଟିକୁ ଚିହ୍ନଟ କରିଥିଲେ। ପରେ ଏ ବିଷୟରେ ଗୁଗଲରେ  ଅଭିଯୋଗ ହେବା ପରେ ଗୁଗଲ ଫେକ୍ ଆପ୍‌ଟିକୁ ତା'ର ପ୍ଲେ ଷ୍ଟୋରରୁ ହଟାଇ ଦେଇଛି।

ସାଧାରଣରେ ଫ୍ୟାକ୍‌ ଆପ ଜାଣିବା ପାଇଁ ଲୋକେ ଏହାର ଡେଭେଲପର ବା ପ୍ରସ୍ତୁତକର୍ତ୍ତାଙ୍କ ବିଷୟରେ ଯାଞ୍ଚ କରନ୍ତି। କିନ୍ତୁ ଏଥିରେ ଡେଭଲପର ସ୍ଥାନରେ WhatsApp Inc ଲେଖାଥିଲା। ୟୁନିକୋଡ୍ ଟ୍ରିକ ସାହାଯ୍ୟରେ ହ୍ୟାକର ଏଭଳି କରିଥିବା ସନ୍ଦେହ କରାଯାଉଛି।

Related story