ଅଭିଶପ୍ତ ଗାଁ: ଯେଉଁଠି ଘରୁ ବାହାରିଲେ ଦେହ ପୋଡ଼ିଯାଏ

ଦୁନିଆରେ ଏମିତି ଅନେକ ଘଟଣା ଘଟେ ଯାହା ଥାଏ ଆମ ଭାବନାଠାରୁ ବହୁ ଉପରେ ।  ଆଜି ମେଡିକାଲ ସାଇନ୍ସ ଦୁଃସାଧ୍ୟ ରୋଗକୁ ବି ଭଲ କରିଦେବାରେ ସଫଳ ହେଲାଣି । କିନ୍ତୁ କିଛି ଅଂଚଳରେ ଏବେବି ଏମିତି ରୋଗ ଅଛି। ଯାହା ଭଲ କରିବାରେ ଆମ ଚିକିତ୍ସା ବିଜ୍ଞାନ ବିଫଳ ହୋଇଛି । ଏଭଳି ଏକ ରୋଗ ଦେଖିବାକୁ ମିଳେ ବ୍ରାଜିଲର ସାଓ ପାଓଲୋ ସହର ନିକଟ ଏକ ଗାଁରେ । ଗାଁଟିର ନାଁ ଆରସ […]

Untitled-1

Rakesh Mallick
  • Published: Tuesday, 27 June 2017
  • , Updated: 27 June 2017, 03:54 PM IST

ଦୁନିଆରେ ଏମିତି ଅନେକ ଘଟଣା ଘଟେ ଯାହା ଥାଏ ଆମ ଭାବନାଠାରୁ ବହୁ ଉପରେ ।  ଆଜି ମେଡିକାଲ ସାଇନ୍ସ ଦୁଃସାଧ୍ୟ ରୋଗକୁ ବି ଭଲ କରିଦେବାରେ ସଫଳ ହେଲାଣି । କିନ୍ତୁ କିଛି ଅଂଚଳରେ ଏବେବି ଏମିତି ରୋଗ ଅଛି। ଯାହା ଭଲ କରିବାରେ ଆମ ଚିକିତ୍ସା ବିଜ୍ଞାନ ବିଫଳ ହୋଇଛି । ଏଭଳି ଏକ ରୋଗ ଦେଖିବାକୁ ମିଳେ ବ୍ରାଜିଲର ସାଓ ପାଓଲୋ ସହର ନିକଟ ଏକ ଗାଁରେ ।

ଗାଁଟିର ନାଁ ଆରସ । ଏଠାରେ ଅଧିକାଂଶ ଲୋକ ଜେରୋଡର୍ମା ପିଗମେଣ୍ଟେସମ୍ ନାମକ ରୋଗରେ ପୀଡ଼ିତ।  ଏହି ରୋଗ ହେଉଥିବା ଲୋକ ଖରାକୁ ଗଲେ ଶରୀର ଜଳିଯାଇ ଘା ହୋଇଯାଏ ।  ଯଦିଓ ଏହି ରୋଗ ଲକ୍ଷ ଲୋକରେ ଜଣକୁ ହିଁ ହୁଏ ବୋଲି ଚିକିତ୍ସା ବିଜ୍ଞାନ କରୁଛି । ହେଲେ ଏହି ଗାଁରେ ଶତକଡା ତିନିଭାଗ ଲୋକ ଏହି ଭୟଙ୍କର ରୋଗରେ ପୀଡ଼ିତ । ଏହି ରୋଗ ହୋଇଥିବା ଲୋକେ କହନ୍ତି। ଖରାକୁ ବାହାରିଲେ ସେମାନଙ୍କୁ ଅନେକ ଯନ୍ତ୍ରଣା ହୋଇଥାଏ । ତା ପରେ ଧୀରେ ଧୀରେ ଚମ ଜଳିବା ଆରମ୍ଭ କରେ । ପରେ ଏହା ସଂକ୍ରମିତ ହୋଇ ଦେହସାରା ଚରିଯାଏ । ଫଳରେ ପୂରା ଶରୀରରେ ଘା ହୋଇଯାଏ । ଏହି ବେମାରିର କାରଣ ବଂଶାନୁକ୍ରମିକ ବୋଲି ଡାକ୍ତରମାନେ କହୁଛନ୍ତି । କିନ୍ତୁ ଏହାର ଚିକିତ୍ସା ଉପାୟ ଏଯାଏ ବାହାର କରାଯାଇ ପାରିନାହିଁ।

Related story