ବିଚିତ୍ର ବିଶ୍ୱ: ଭାରତ ବାହାରେ ବି ଅଛି ଦିଲ୍ଲୀ, ପାଟନା, ଲକ୍ଷ୍ନୌ ଓ ଥାନେ

ଭାରତ ବାହାରେ ଭାରତୀୟ ସହର। କଥାଟି ଠିକ୍‌ରେ ବୁଝି ହେଉନି ନା ? କଥାଟା ବିସ୍ତାରିତ ଭାବେ ପଢ଼ନ୍ତୁ। ବେଳେବେଳେ ମଣିଷଙ୍କ ନାଁରେ ସମାନତା ଦେଖିବାକୁ ମିଳିଥାଏ। ଯେମିତି ଭାରତୀୟ କ୍ରିକେଟର ସଚିନଙ୍କ ନାଁରେ ଆମ ଦେଶରେ ଲକ୍ଷ ଲକ୍ଷ ଲୋକ ଅଛନ୍ତି। ସେମିତି ପ୍ରକାଶ, କମଳା, ରାଧାନାଥ, ଏମିତି ବହୁତ ନା ଅଛି ଯେଉଁଥିରେ ହଜାର ହଜାର ଲୋକ ଅଛନ୍ତି। ହେଲେ ସମାନ ନାଁରେ ଏକାଧିକ ସହର ଥିବା ଆପଣ ଜାଣିଛନ୍ତି କି। କିନ୍ତୁ ସେମିତି […]

delhi

delhi

Rakesh Mallick
  • Published: Wednesday, 14 June 2017
  • Updated: 14 June 2017, 08:13 PM IST

Sports

Latest News

ଭାରତ ବାହାରେ ଭାରତୀୟ ସହର। କଥାଟି ଠିକ୍‌ରେ ବୁଝି ହେଉନି ନା ? କଥାଟା ବିସ୍ତାରିତ ଭାବେ ପଢ଼ନ୍ତୁ। ବେଳେବେଳେ ମଣିଷଙ୍କ ନାଁରେ ସମାନତା ଦେଖିବାକୁ ମିଳିଥାଏ। ଯେମିତି ଭାରତୀୟ କ୍ରିକେଟର ସଚିନଙ୍କ ନାଁରେ ଆମ ଦେଶରେ ଲକ୍ଷ ଲକ୍ଷ ଲୋକ ଅଛନ୍ତି। ସେମିତି ପ୍ରକାଶ, କମଳା, ରାଧାନାଥ, ଏମିତି ବହୁତ ନା ଅଛି ଯେଉଁଥିରେ ହଜାର ହଜାର ଲୋକ ଅଛନ୍ତି। ହେଲେ ସମାନ ନାଁରେ ଏକାଧିକ ସହର ଥିବା ଆପଣ ଜାଣିଛନ୍ତି କି। କିନ୍ତୁ ସେମିତି ଏକ ଆଶ୍ଚର୍ଯ୍ୟ କଥା ଶୁଣନ୍ତୁ। ଏମିତି କିଛି ଭାରତୀୟ ସହର ଅଛି, ଯେଉଁ ନାଁରେ ବିଦେଶରେ ବି କିଛି ଜାଗା ରହିଛି। ଆଶ୍ଚର୍ଯ୍ୟ ଲାଗୁଛି ନା, ପଢନ୍ତୁ ଏଇ ଖବର।

thaneଲକ୍ଷ୍ନୌ: ଲକ୍ଷ୍ନୌ କେଉଁଠି ବୋଲି ପଚାରିଲେ ଯେ କେହି ବି କହିବେ ଏହା ଉତ୍ତର ପ୍ରଦେଶର ରାଜଧାନୀ। ହେଲେ ଆପଣ ଜାଣିଛନ୍ତି ଆମେରିକାରେ ମଧ୍ୟ ରହିଛି ଏକ ଲକ୍ଷ୍ନୌ। କଥାଟି ଆଶ୍ଚର୍ଯ୍ୟ ଲାଗୁଛି ନା। ଆମେରିକାର ପେନସିଲ୍‌ଭାନିଆରେ ଲକ୍ଷ୍ନୌ ନାଁରେ ଏକ ଜାଗା ରହିଛି। କୁହାଯାଏ, ଏଠି ବି ଉତ୍ତରପ୍ରଦେଶର ଲକ୍ଷ୍ନୌ ସହର ଭଳି ସମାନ ଖାଦ୍ୟଦ୍ରବ୍ୟ ମିଳେ।

ପାଟନା: କୌଣସି ବିହାରୀ ବନ୍ଧୁଙ୍କୁ ଯଦି ଆପଣ କହିବେ ଯେ, ପାଟନା ବିଦେଶରେ ଅବସ୍ଥିତ, ତେବେ ମାଡ଼ ଖାଇବା ନିଶ୍ଚିତ। କିନ୍ତୁ କଥାଟି ସତ। ଆମେ ସମସ୍ତେ ଜାଣନ୍ତି, ପାଟନା ହେଉଛି ବିହାରର ରାଜଧାନୀ। କିନ୍ତୁ ସ୍କଟ୍‌ଲ୍ୟାଣ୍ଡରେ ମଧ୍ୟ ରହିଛି ଗୋଟିଏ ଛୋଟିଆ ଗାଁ, ଯାହାର ନାଁ ପାଟନା।

ଦିଲ୍ଲୀ: ଆମ ଦେଶର ରାଜଧାନୀ ହେଲା ଦିଲ୍ଲୀ। ଏହା ଆମ ଦେଶର ଗୌରବମୟ ମୁଖଶାଳା। ଏହାର ଇତିହାସ ସହ patnaଜଡ଼ିତ ଆମ ଦେଶର ଇତିହାସ। ଦିଲ୍ଲୀକୁ ନେଇ ଭାରତୀୟ ଇତିହାସର ପୃଷ୍ଠା ପୃଷ୍ଠା ବର୍ଣ୍ଣନା ରହିଛି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ବିଦେଶରେ ମଧ୍ୟ ଏକ ଦିଲ୍ଲୀ ରହିଛି। ଏହା ରହିଛି କାନାଡ଼ାର ଓଣ୍ଟେରିଓ ସହରରେ। ଯାହାର ସଠିକ୍‌ ଉଚାରଣ ହେଲା ଡେଲ-ହାଇ। କାଳକ୍ରମେ ଏହାକୁ ଲୋକେ ଦିଲ୍ଲୀ ବୋଲି ଉଚାରଣ କରୁଛନ୍ତି।

ଥାନେ: ମହାରାଷ୍ଟ୍ରର ପ୍ରସିଦ୍ଧ ସ୍ଥାନ ଥାନେ। ହେଲେ ଥାନେ ନାଁରେ ଅଷ୍ଟ୍ରେଲିଆରେ ମଧ୍ୟ ଏକ ସ୍ଥାନ ରହିଛି। ଅଷ୍ଟ୍ରେଲିଆର କ୍ୱିନ୍ସଲ୍ୟାଣ୍ଡରେ ଏହା ରହିଛି, ଯାହା ମହାରାଷ୍ଟ୍ରର ଥାନେ ପରି ଅତି ମନୋରମ ଜାଗା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos