ଜାଣିଛନ୍ତି କି, କିଏ କାହାକୁ ଲେଖିଥିଲେ ଦୁନିଆର ପ୍ରଥମ ପ୍ରେମପତ୍ର ?

ଆଜାକାଲିର ଦୁନିଆ ଇଣ୍ଟରନେଟର ଦୁନିଆ। ଆଜିକାଲି ପ୍ରେମ ବି ଇଣ୍ଟରନେଟରେ ହିଁ ବେଶୀ ହେଉଛି। କାରଣ ଏବେ ସୋସିଆଲ୍ ମିଡିଆରେ ହିଁ ସବୁ ହେଉଛି। ଫେସବୁକରେ ହେଉଛି ବନ୍ଧୁତା, ହ୍ୱାଟସଅପରେ କଥାବାର୍ତ୍ତା ଓ ସ୍କାଇପିରେ ହେଉଛି ଦେଖା। ପ୍ରେମ ହେଲାପରେ ଉପହାର ଦେବା ଶୈଳୀ ବି ନିଆରା। କାରଣ ଉପହାର ଦେବା ପାଇଁ ଆପଣଙ୍କୁ ଘରୁ ପଦାକୁ ଗୋଡ଼ କାଢ଼ିବାକୁ ପଡିବନି। ଅନଲାଇନ୍ ସପିଂ ସାଇଟରୁ ଅର୍ଡର କରି, ଠିକଣା ଦେଲେ ପହଞ୍ଚିଯିବ ଉପହାର। ଆଜିକାଲିର ଭଲ […]

love letter

Rakesh Mallick
  • Published: Saturday, 08 July 2017
  • , Updated: 10 July 2017, 01:27 PM IST

ଆଜାକାଲିର ଦୁନିଆ ଇଣ୍ଟରନେଟର ଦୁନିଆ। ଆଜିକାଲି ପ୍ରେମ ବି ଇଣ୍ଟରନେଟରେ ହିଁ ବେଶୀ ହେଉଛି। କାରଣ ଏବେ ସୋସିଆଲ୍ ମିଡିଆରେ ହିଁ ସବୁ ହେଉଛି। ଫେସବୁକରେ ହେଉଛି ବନ୍ଧୁତା, ହ୍ୱାଟସଅପରେ କଥାବାର୍ତ୍ତା ଓ ସ୍କାଇପିରେ ହେଉଛି ଦେଖା। ପ୍ରେମ ହେଲାପରେ ଉପହାର ଦେବା ଶୈଳୀ ବି ନିଆରା। କାରଣ ଉପହାର ଦେବା ପାଇଁ ଆପଣଙ୍କୁ ଘରୁ ପଦାକୁ ଗୋଡ଼ କାଢ଼ିବାକୁ ପଡିବନି। ଅନଲାଇନ୍ ସପିଂ ସାଇଟରୁ ଅର୍ଡର କରି, ଠିକଣା ଦେଲେ ପହଞ୍ଚିଯିବ ଉପହାର।

ଆଜିକାଲିର ଭଲ ପାଇବା, ପୁରୁଣା ଦିନର ପ୍ରେମଠୁ ପୁରା ଭିନ୍ନ। କାରଣ ସେତେବେଳେ ପ୍ରେମ କରିବାର ଶୈଳୀ ଥିଲା ସଂପୂର୍ଣ୍ଣ ଭିନ୍ନ। ସେ ଭଲ ପାଇବାକୁ ପ୍ରକାଶ କରିବାର ମାଧ୍ୟମ ମଧ୍ୟ ଥିଲା ଭିନ୍ନ। ସେତେବେଳେ ଯୁଗ ଏତେ ଆଧୁନିକ ନଥିଲା। ଆଜିପରି ଫୋନ୍ ନଥିଲା କି ହ୍ୱାଟସଅପ୍ ଓ ଫେସବୁକ୍ ନଥିଲା। ପ୍ରେମବାର୍ତ୍ତା ପହଞ୍ଚାଇବାକୁ ଥିଲା ଗୋଟିଏ ମାତ୍ର ମାଧ୍ୟମ। ତାହା ହେଲା ଚିଠି। ଏମିତି ଚିଠି ଦିଆନିଆ ମାଧ୍ୟମରେ ଚାଲୁଥିଲା ପ୍ରେମ। ତେବେ ପ୍ରଥମ ପ୍ରେମପତ୍ର କିଏ ଓ କାହାକୁ ଲେଖିଥିଲେ ଜାଣନ୍ତି ? ପ୍ରଥମ ପ୍ରେମପତ୍ର ପ୍ରେମିକ ଶ୍ରୀକୃଷ୍ଣଙ୍କ ପାଇଁ ଲେଖିଥିଲେ ପ୍ରେମିକା ରୁକ୍ମିଣୀ। ଜାଣନ୍ତୁ କେବେ।

ବିଦର୍ଭର ରାଜା ଭିମସେନଙ୍କ ଝିଅ ଥିଲେ ରୁକ୍ମିଣୀ। ତାଙ୍କ ବୁଦ୍ଧିମତା ଓ ସୈନ୍ଦର୍ଯ୍ୟ ପାଇଁ ସେ ଥିଲେ ପ୍ରସିଦ୍ଧ। ରାଜକୁମାରୀ ରୁକ୍ମିଣୀଙ୍କ ପିଲାବେଳ ଶ୍ରୀକୃଷ୍ଣଙ୍କ ସାହସ ଓ ବୀରତ୍ୱ ଗାଥା ଶୁଣି କଟିଛି। ପ୍ରଥମେ ସେ ଶ୍ରୀକୃଷ୍ଣଙ୍କ ପାଖକୁ ଏକ ପ୍ରେମପତ୍ର ଲେଖିଥିଲେ। ଶ୍ରାମଦ ଭାଗବତ ଗୀତାର ୫୨ନଂ ପାଠରେ ଶ୍ରୀକୃଷ୍ଣ ଓ ରୁକ୍ମିଣୀଙ୍କ ରୋଚକ ପ୍ରେମ କାହାଣୀ ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ଯେଉଁଥିରେ କୁହାଯାଇଛି, ରାଜକୁମାରୀ ରୁକ୍ମିଣୀଙ୍କ ପିତା ତାଙ୍କୁ ଶ୍ରୀକୃଷ୍ଣଙ୍କ ସହ ବିବାହ କରିବା ପାଇଁ ଚିନ୍ତା କରିଥିଲେ। କିନ୍ତୁ ରୁକ୍ମିଣୀଙ୍କ ଭାଇ ତାଙ୍କ ବିବାହ ଶ୍ରୀକୃଷ୍ଣଙ୍କ ସହ କରିବାକୁ ରାଜି ନଥିଲେ। ସେ ତାଙ୍କ ବିବାହ ଶ୍ରୀକୃଷ୍ଣଙ୍କ ଭାଇ ଶିଶୁପାଳଙ୍କ ସହ ଠିକ୍ କରିଥିଲେ। ଶିଶୁପାଳଙ୍କ ସହ ବିବାହ ସ୍ଥିର ହେବାପରେ, ରୁକ୍ମିଣୀ ଦୁଃଖରେ ଭାଙ୍ଗି ପଡିଥିଲେ ଓ ବିବାହର ଗୋଟେ ରାତି ପୂର୍ବରୁ ସେ ଶ୍ରୀକୃଷ୍ଣଙ୍କ ପାଖକୁ ଏକ ଚିଠି ଲେଖିଥିଲେ। ଯେଉଁଥିରେ ସେ ଶ୍ରୀକୃଷ୍ଣଙ୍କ ପ୍ରତି ତାଙ୍କର ପ୍ରେମ ଓ ଭଲବାଇବା ବର୍ଣ୍ଣନା କରିଥିଲେ। ଚିଠିଟିକୁ ସେ ସୁନନ୍ଦା ନାମ୍ନୀ ଜଣେ ବ୍ରାହ୍ମଣ ଝିଅ ହାତରେ ପଠାଇଥିଲେ। ବିବାହ ପୂର୍ବରୁ ତାଙ୍କୁ ନେଇଯିବା ପାଇଁ ଏ ଚିଠିରେ ରୁକ୍ମିଣୀ ଶ୍ରୀକୃଷ୍ଣଙ୍କୁ ଅନୁରୋଧ କରିଥିଲେ। ରୁକ୍ମିଣୀଙ୍କ ସୌନ୍ଦର୍ଯ୍ୟ ବିଷୟରେ, ଶ୍ରୀକୃଷ୍ଣ ମଧ୍ୟ ଅନେକଥର ଶୁଣିଥିଲେ ଓ ତାଙ୍କୁ ଧର୍ମପତ୍ନୀ ରୂପେ ଗ୍ରହଣ କରିବାକୁ ଚାହୁଁଥିଲେ। ଏହି ଚିଠି ପାଇବା ପରେ ଶ୍ରୀକୃଷ୍ଣ ରୁକ୍ମିଣୀଙ୍କୁ ଆସି ନେଇଯାଇଥିଲେ। କୁହାଯାଉଛି, ଶ୍ରୀକୃଷ୍ଣଙ୍କ ପାଖକୁ ରୁକ୍ମିଣୀ ଲେଖିଥିବା ଏହି ଚିଠିଟି ହେଉଛି ଦୁନିଆର ସର୍ବପ୍ରଥମ ପ୍ରେମ ଚିଠି।

Related story