ଜାଣିଛନ୍ତି କି ?  ଟାବ୍‌ଲେଟ୍ ଷ୍ଟ୍ରିପରେ କାହିଁକି ଥାଏ ଖାଲି ସ୍ଥାନ

ବଜାରରୁ ଔଷଧ କିଣିଲା ବେଳେ ଟାବ୍‌ଲେଟ୍ ଷ୍ଟ୍ରିପରେ ଦୁଇଟି ବଟିକା ମଝିରେ ଖାଲି ସ୍ଥାନ ଥିବାର ଦେଖିବାକୁ ମିଳିଥାଏ।  ବେଳେ ବେଳେ ଗୋଟିଏ ବଡ଼ ଷ୍ଟ୍ରିପରେ ମାତ୍ର ଗୋଟିଏ ବଟିକା ଥାଏ।  କିନ୍ତୁ ଷ୍ଟ୍ରିପ ବହୁତ ବଡ଼ ଥାଏ। ଆଖପାଖରେ ବହୁତ  ଖାଲି ସ୍ଥାନ ଥାଏ ଓ ନକଲି ବଟିକା ବକ୍ସ ମଧ୍ୟ ଥାଏ। ଏହାକୁ ନେଇ ଅନେକ ସମୟରେ ମନରେ ପ୍ରଶ୍ନ ଆସିଥାଏ। ଦୁଇଟି ବଟିକା ମଝିରେ ଏହି ଖାଲି ସ୍ଥାନ କାହିଁକି ରହିଛି ? […]

Rakesh Mallick
  • Published: Monday, 18 September 2017
  • , Updated: 18 September 2017, 10:58 PM IST

ବଜାରରୁ ଔଷଧ କିଣିଲା ବେଳେ ଟାବ୍‌ଲେଟ୍ ଷ୍ଟ୍ରିପରେ ଦୁଇଟି ବଟିକା ମଝିରେ ଖାଲି ସ୍ଥାନ ଥିବାର ଦେଖିବାକୁ ମିଳିଥାଏ।  ବେଳେ ବେଳେ ଗୋଟିଏ ବଡ଼ ଷ୍ଟ୍ରିପରେ ମାତ୍ର ଗୋଟିଏ ବଟିକା ଥାଏ।  କିନ୍ତୁ ଷ୍ଟ୍ରିପ ବହୁତ ବଡ଼ ଥାଏ। ଆଖପାଖରେ ବହୁତ  ଖାଲି ସ୍ଥାନ ଥାଏ ଓ ନକଲି ବଟିକା ବକ୍ସ ମଧ୍ୟ ଥାଏ। ଏହାକୁ ନେଇ ଅନେକ ସମୟରେ ମନରେ ପ୍ରଶ୍ନ ଆସିଥାଏ। ଦୁଇଟି ବଟିକା ମଝିରେ ଏହି ଖାଲି ସ୍ଥାନ କାହିଁକି ରହିଛି ? କେତେକ ଏହାକୁ କମ୍ପାନୀର ଡିଜାଇନ ବୋଲି ଭାବନ୍ତି।

ଆଉ କେତେକ ଏହି ପ୍ରଶ୍ନର ଉତ୍ତର ଯଦିଓ ଜାଣିବାକୁ ଚାହିଁଥିବେ କିନ୍ତୁ ସେତେଟା ଆଗ୍ରହ ପ୍ରକାଶ କରିନଥିବେ। ପ୍ରକୃତରେ ଏହା ପଛରେ ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ କାରଣ ରହିଛି। ଆପଣଙ୍କ ମନରେ ବାରମ୍ବାର ଆସୁଥିବା ଏହି ପ୍ରଶ୍ନର ଉତ୍ତର ଆମେ ଆପଣଙ୍କୁ ଦେବୁ। ପଢ଼ନ୍ତୁ ଏହି ରିପୋର୍ଟ ।

ପ୍ରକୃତରେ ବଟିକା ମଝିରେ ଥିବା ଖାଲି ସ୍ଥାନ ଦୁଇ ବଟିକାରେ ଥିବା କେମିକାଲକୁ ପରସ୍ପର ସହିତ ମିଶିବାକୁ ଦିଏ ନାହିଁ।  ଏହାଦ୍ୱାରା ଔଷଧ ନଷ୍ଟ ହୁଏ ନାହିଁ କି କୌଣସି ପ୍ରକାରର କେମିକାଲ ରିଆକ୍ସନର ଭୟ ନଥାଏ। କେମିକାଲ ରିଆକ୍ସନ ହୋଇ ଔଷଧ ଯେପରି ନଷ୍ଟ ନ ହେବ ସେଥିପାଇଁ ଏଭଳି ଖାଲି ସ୍ଥାନ କିମ୍ବା  ନକଲି ବଟିକା ବକ୍ସ ତିଆରି କରାଯାଇଥାଏ। ଟାବ୍‌ଲେଟ୍ ଷ୍ଟ୍ରିପ କାଟିଲା ବେଳେ ଯେପରି ବଟିକା ଘର ନ କଟିବ ସେଥିପାଇଁ ଏହି ଖାଲି ସ୍ଥାନ ଦିଆଯାଇଥାଏ।

ଷ୍ଚ୍ରିପରେ ଖାଲି ସ୍ଥାନ ଥିବାରୁ ବଟିକା ପରସ୍ପର ଧକ୍କା ହୋଇ ଭାଙ୍ଗିଯିବାର ଆଶଙ୍କା ନଥାଏ। ଫଳରେ ଟାବ୍‌ଲେଟ୍ ଷ୍ଟ୍ରିପଗୁଡ଼ିକ ଲୋଡ଼ କରି ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ନେବା ଆଣିବା ସହଜ ହୋଇଥାଏ। ଏବଂ ବଟିକା ଷ୍ଟ୍ରିପ ପ୍ୟାକେଟ ହୋଇ ମେସିନରୁ ବାହିରିବା ସମୟରେ ମଝିରେ ଅଟକି ଯାଏ ନାହିଁ।  ଔଷଧ ବିଷୟରେ ସମସ୍ତ ସୂଚନା ଛପା ଯିବା ପାଇଁ ମଧ୍ୟ ଏହି ଖାଲି ସ୍ଥାନ ଦିଆଯାଇଥାଏ।

 

Related story