ନୋ ଆପଏଣ୍ଟମେଣ୍ଟ୍‌, ନୋ ଫି’; ରୋଗୀଙ୍କ ପାଇଁ ଭଗବାନ ସାଜିଛନ୍ତି ଡାକ୍ତର ଅଶୁଂମାନ

ନୂଆଦିଲ୍ଲୀ: ଗରିବ ଲୋକଙ୍କୁ ଶସ୍ତା ଜେନେରିକ୍ ଔଷଧ ଲେଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାକ୍ତରମାନଙ୍କୁ ପରାମର୍ଶ ଦେଉଛନ୍ତି। କେତେକ ଡାକ୍ତର ମୋଦିଙ୍କ ପରାମର୍ଶକୁ ଗ୍ରହଣ କରି ଗରିବ ଶ୍ରେଣୀର ଲୋକଙ୍କୁ ଶସ୍ତା ଜେନେରିକ୍ ଔଷଧ ଲେଖୁଛନ୍ତି। ଆସନ୍ତୁ ଭେଟିବା ଏମିତି ଜଣେ  ଡାକ୍ତରଙ୍କୁ ଯିଏ ବିନା ଆପଏଣ୍ଟମେଣ୍ଟ୍ ଓ ଫି’ରେ ରୋଗୀଙ୍କ ଚିକିତ୍ସା କରୁଛନ୍ତି। ସେ ହେଉଛନ୍ତି ପ୍ରସିଦ୍ଧ କ୍ୟାନସର ସର୍ଜନ ଡାକ୍ତର ଅଶୁଂମାନ କୁମାର। ପ୍ରତି ଗୁରୁବାର ଗ୍ରେଟର ନୋଏଡାର କାସନାରେ ମାଗଣାରେ ରୋଗୀଙ୍କ […]

anshuman

Rakesh Mallick
  • Published: Sunday, 30 April 2017
  • , Updated: 30 April 2017, 12:14 PM IST

ନୂଆଦିଲ୍ଲୀ: ଗରିବ ଲୋକଙ୍କୁ ଶସ୍ତା ଜେନେରିକ୍ ଔଷଧ ଲେଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାକ୍ତରମାନଙ୍କୁ ପରାମର୍ଶ ଦେଉଛନ୍ତି। କେତେକ ଡାକ୍ତର ମୋଦିଙ୍କ ପରାମର୍ଶକୁ ଗ୍ରହଣ କରି ଗରିବ ଶ୍ରେଣୀର ଲୋକଙ୍କୁ ଶସ୍ତା ଜେନେରିକ୍ ଔଷଧ ଲେଖୁଛନ୍ତି। ଆସନ୍ତୁ ଭେଟିବା ଏମିତି ଜଣେ  ଡାକ୍ତରଙ୍କୁ ଯିଏ ବିନା ଆପଏଣ୍ଟମେଣ୍ଟ୍ ଓ ଫି’ରେ ରୋଗୀଙ୍କ ଚିକିତ୍ସା କରୁଛନ୍ତି। ସେ ହେଉଛନ୍ତି ପ୍ରସିଦ୍ଧ କ୍ୟାନସର ସର୍ଜନ ଡାକ୍ତର ଅଶୁଂମାନ କୁମାର। ପ୍ରତି ଗୁରୁବାର ଗ୍ରେଟର ନୋଏଡାର କାସନାରେ ମାଗଣାରେ ରୋଗୀଙ୍କ ଚିକିତ୍ସା କରୁଛନ୍ତି। ତାଙ୍କର ଏହି ଡାକ୍ତରଖାନାରେ କୌଣସି ସୌଖୀନ ଆସବାବପତ୍ର ନାହିଁ କିମ୍ୱା ଚଢ଼ା ଦରରେ ଔଷଧ କିଣିବାକୁ କୁହାଯାଇ ନ ଥାଏ। ଡାକ୍ତର ଅଂଶୁମାନ ଚଟାଣରେ ଏକ ଦରି ପକାଇ ରୋଗୀଙ୍କ ଚିକିତ୍ସା କରନ୍ତି।  ଏହାସହିତ ସେ ରୋଗୀଙ୍କ ପାଇଁ ଶସ୍ତା ଜେନେରିକ୍‌ ମେଡିସନ୍‌ ଲେଖୁଛନ୍ତି। କେବଳ ସେତିକି ନୁହେଁ ଡାକ୍ତର ଅଶୁଂମାନ ରୋଗୀମାନଙ୍କୁ ମାଗଣାରେ ଔଷଧ ମଧ୍ୟ ଦିଅନ୍ତି।

ଦିଲ୍ଲୀ ସ୍ଥିତ ଧର୍ମଶିଲା କ୍ୟାନସର ହସପିଟାଲର ଡାଇରେକ୍ଟର ଓ ମୁଖ୍ୟ କ୍ୟାନସର ସର୍ଜନ ଭାବେ ଅଶୁଂମାନ କାର୍ଯ୍ୟ କରୁଛନ୍ତି।

Related story