ଆମେ ଡାକ୍ତରଙ୍କୁ ଭଗବାନଙ୍କର ଦ୍ୱିତୀୟ ଅବତାର ବୋଲି କହିଥାଉ କାରଣ ସେମାନେ ଆମ ଜୀବନ ବଞ୍ଚାଇଥାନ୍ତି ସେମାନେ ଆମକୁ ଜୀବନ ଦାନ ଦେଇଥାନ୍ତି ହେଲେ ଆପଣ କେବେ ଶୁଣିଛନ୍ତି କି କୌଣସି ଡାକ୍ତର ନିଜ ରକ୍ତ ଦେଇ ରୋଗୀକୁ ବଞ୍ଚାଇବା? ଉତ୍ତରପ୍ରଦେଶର ବାନ୍ଦା ଜିଲ୍ଲାରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିବା ଜଣେ ଡାକ୍ତର ନିଜ ରକ୍ତ ଦେଇ ରୋଗୀର ପ୍ରାଣ ବଞ୍ଚାଇଛନ୍ତି। ହମୀରପୁର ଜିଲ୍ଲାର ଜିତେନ୍ଦ୍ର ସିଂହ ନାମକ ଜଣେ ଶିକ୍ଷକ ଜଣ୍ଡିସ ରୋଗରେ ପିଡୀତ ଥିଲେ ତାଙ୍କ ଶରୀରରେ ମାତ୍ର ୫ ୟୁନିଟ ରକ୍ତ ହିଁ ବଞ୍ଚିଥିଲା ଡାକ୍ତର ତାଙ୍କ ପରିବାର ଲେକଙ୍କୁ ଏବି ନେଗେଟିଭ୍ ବର୍ଗ ରକ୍ତ ଯୋଗାଡ କରିବାକୁ କହିଥିଲେ ହେଲେ ନା ବ୍ଲଡ ବ୍ୟାଙ୍କରେ ମିଳିଲା ନା ତାଙ୍କ ପରିବାରର କୌଣସି ସଦଶ୍ୟଙ୍କ ରକ୍ତ ମିଶିଲା ସେମାନେ ରକ୍ତ କେଉଁଠୁ ଆଣିବେ ବୋଲି ଚିନ୍ତାରେ ପଡିଗଲେ ,ଠିକ ସେହି ସମୟରେ ଡାକ୍ତରଖାନାରେ କାର୍ଯ୍ୟରତ ଥିବା ଡାକ୍ତର ନବୀନ ଚକ୍ ବ୍ଲଡ ବ୍ୟାଙ୍କରେ ପହଞ୍ଚି ନିଜ ରକ୍ତ ଦେଇ ରୋଗୀର ଜୀବନ ବଞ୍ଚାଇଥିଲେ ।