ନିଜ ଅଞ୍ଚଳ ଲୋକଙ୍କୁ ମାଗଣାରେ ଚିକିତ୍ସା କରୁଛନ୍ତି ଡାକ୍ତର ଦମ୍ପତି

ବୌଦ୍ଧ (ଭାର୍ଜନ ପ୍ରଧାନ): ସେହି ଲୋକଙ୍କ ସଂଖ୍ୟା ବହୁତ କମ୍ ଯେଉଁମାନେ ବହୁତ ସଫଳତା ପାଇବା ପରେ ନିଜ ଗାଁ ବା ନିଜ ଅଞ୍ଚଳ ପାଇଁ ନିଜେ କିଛି କରିବା ପାଇଁ ଚେଷ୍ଟା କରନ୍ତି। ଆଉ ସେହି କମ୍‌ ଲୋକଙ୍କ ମଧ୍ୟରେ ଅଛନ୍ତି ଡାକ୍ତର ରାଜେଶ ତ୍ରିପାଠୀ ଓ ତାଙ୍କ ପତ୍ନୀ ତଥା ଡାକ୍ତର ସୁସ୍ମିତା ଦାଶ ତ୍ରିପାଠୀ। ସେମାନେ ହେଉଛନ୍ତି ବୌଦ୍ଧ ଜିଲ୍ଲା ବାଉଁଶୁଣୀର। ଏବେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୁହେଁ ଚାକିରି କରୁଛନ୍ତି। […]

doctor

doctor

Jyoshna Pradhan
  • Published: Monday, 14 October 2019
  • Updated: 14 October 2019, 05:15 PM IST

Sports

Latest News

ବୌଦ୍ଧ (ଭାର୍ଜନ ପ୍ରଧାନ): ସେହି ଲୋକଙ୍କ ସଂଖ୍ୟା ବହୁତ କମ୍ ଯେଉଁମାନେ ବହୁତ ସଫଳତା ପାଇବା ପରେ ନିଜ ଗାଁ ବା ନିଜ ଅଞ୍ଚଳ ପାଇଁ ନିଜେ କିଛି କରିବା ପାଇଁ ଚେଷ୍ଟା କରନ୍ତି। ଆଉ ସେହି କମ୍‌ ଲୋକଙ୍କ ମଧ୍ୟରେ ଅଛନ୍ତି ଡାକ୍ତର ରାଜେଶ ତ୍ରିପାଠୀ ଓ ତାଙ୍କ ପତ୍ନୀ ତଥା ଡାକ୍ତର ସୁସ୍ମିତା ଦାଶ ତ୍ରିପାଠୀ। ସେମାନେ ହେଉଛନ୍ତି ବୌଦ୍ଧ ଜିଲ୍ଲା ବାଉଁଶୁଣୀର। ଏବେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୁହେଁ ଚାକିରି କରୁଛନ୍ତି। ହେଲେ ଚାକିରିର ବ୍ୟସ୍ତ ଜୀବନ ମଧ୍ୟରୁ ସମୟ ବାହାର କରି ସେମାନେ ଧାଇଁ ଆସନ୍ତି ବୌଦ୍ଧ ଜିଲ୍ଲାର ବିଭିନ୍ନ ଉପାନ୍ତ ଅଞ୍ଚଳକୁ କେବଳ ଲୋକଙ୍କ ସେବା କରିବାକୁ।

ବୌଦ୍ଧ ଜିଲ୍ଲାର ରୋଗୀମାନେ ଏଠାରେ ଉପଯୁକ୍ତ ଚିକିତ୍ସା ପାଉ ନଥିବାରୁ ପଡ଼ୋଶୀ ସୋନପୁର ଜିଲ୍ଲା ସହିତ ବୁର୍ଲା ବଡ଼ ଡାକ୍ତରଖାନା ଉପରେ ନିର୍ଭର କରନ୍ତି। ଏହାଦ୍ୱାରା ସେମାନଙ୍କୁ ଅଯଥାରେ ଅଧିକ ଖର୍ଚ୍ଚାନ୍ତ ବି ହେବାକୁ ପଡ଼େ। ସେହିପରି ଜିଲ୍ଲାର ଉପାନ୍ତ ଅଞ୍ଚଳଗୁଡ଼ିକରେ ଡାକ୍ତରଙ୍କ ଅଭାବ ଯୋଗୁ ଅନେକ ସମୟରେ ଲୋକେ କ୍ୱାକ୍‌ଙ୍କ ହାବୁଡ଼ରେ ପଡ଼ି ମୃତ୍ୟୁମୁଖରେ ପଡନ୍ତି। ନିଜ ଜିଲ୍ଲା ତଥା ଅଞ୍ଚଳ ଲୋକଙ୍କ ଏହି ସମସ୍ୟା ଦେଖି ବର୍ଷେ ହେଲା ତ୍ରିପାଠୀ ଦମ୍ପତି ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି। ପ୍ରତି ମାସର ଦ୍ଵିତୀୟ ଶନିବାର ଦିନ ସେମାନେ ମାଗଣା ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରୁଛନ୍ତି। ପ୍ରତିଥର ସେମାନେ ଭିନ୍ନ ଭିନ୍ନ ଅଞ୍ଚଳରେ ଏହି ଶିବିରର ଆୟୋଜନ କରୁଛନ୍ତି। ଫଳରେ ଯେଉଁ ଅଞ୍ଚଳରେ ଶିବିର ହେଉଛି ସେଠାରେ ଶହ ଶହ ଲୋକ ମାଗଣାରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ପାରୁଛନ୍ତି। ତା’ସହିତ ସେମାନେ ମାଗଣାରେ ଔଷଧ ମଧ୍ୟ ପା’ନ୍ତି। ଏହି ଶିବିରଗୁଡ଼ିକରେ କେବଳ ଯେ ତ୍ରିପାଠୀ ଦମ୍ପତି ରୋଗୀଙ୍କୁ ଦେଖନ୍ତି ତା’ନୁହେଁ, ସେମାନେ ବିଭିନ୍ନ ବିଭାଗର ଡାକ୍ତରଙ୍କୁ ବି ଏଠାକୁ ଆଣନ୍ତି।

ଏନେଇ ଡାକ୍ତର ରାଜେଶ ତ୍ରିପାଠୀ କହନ୍ତି, “ଆମେ ତ’ ପୁଣି ଏଇ ଗ୍ରାମାଞ୍ଚଳରୁ ବଢ଼ି ମଣିଷ ହେଉଛୁ। ଯେଉଁ ଅଞ୍ଚଳରୁ ବଢ଼ି ମଣିଷ ହେଉଛୁ ସେ ଅଞ୍ଚଳ ପ୍ରତି ଆମର ନିଶ୍ଚିତ ଭାବେ କିଛି କର୍ତ୍ତବ୍ୟ ରହିଛି। ଆମ ବାଉଁଶୁଣୀ ଅଞ୍ଚଳରେ ଉନ୍ନତ ସ୍ୱାସ୍ଥ୍ୟସେବା ଏ ପର୍ଯ୍ୟନ୍ତ ଅପହଞ୍ଚ ହୋଇ ରହିଛି। ଏହି ଅଞ୍ଚଳରେ କୌଣସି ସେଶ୍ପାଲିଷ୍ଟ ଡାକ୍ତର ନାହାନ୍ତି। ଏଥିପାଇଁ ମୁଁ ଆଉ ମୋ ସ୍ତ୍ରୀ ମନସ୍ତ କଲୁ ଯେ କମ୍ ସେ କମ୍ ମାସକୁ ଦିନେ ଏ ଅଞ୍ଚଳରେ ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ କରିବୁ। ନିର୍ଦ୍ଦିଷ୍ଟ ଭାବେ ଗରିବ ଶ୍ରେଣୀର ଲୋକଙ୍କୁ ଆମେ ଅଧିକ ଗୁରୁତ୍ୱ ଦେଉ। ସ୍ୱାସ୍ଥ୍ୟ ଶିବିରକୁ ନେଇ ଲୋକେ ଖୁସି ହେଉଛନ୍ତି।”

ଡାକ୍ତର ସସ୍ମିତା ଦାଶ ତ୍ରିପାଠୀ କହନ୍ତି, “ବାଉଁଶୁଣୀ ମୋ ଶାଶୂଘର ଗାଁ। ଆମେ ଯେବେ ଗାଁକୁ ଆସୁ ଏଠାକାର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଦେଖି ଖରାପ ଲାଗୁଥିଲା। ରୋଗୀମାନେ ସେଶ୍ପାଲିଷ୍ଟ ଡାକ୍ତରଙ୍କ ସେବା ପାଇ ପାରୁ ନଥିବା ଦେଖିବାକୁ ପାଉଥିଲୁ। ତେଣୁ ଆମେ ପ୍ରଥମେ ଗାଁ ଘରେ ମାସର ପ୍ରତ୍ୟେକ ଦ୍ୱିତୀୟ ଶନିବାର ରୋଗୀଙ୍କୁ ଦେଖିବାକୁ ନିଷ୍ପତ୍ତି ନେଲୁ। ବିନା ଟଙ୍କାରେ ରୋଗୀଙ୍କୁ ଦେଖିବାକୁ ବି ନିଷ୍ପତ୍ତି ନେଲୁ। ଏବେ ଜିଲ୍ଲାରେ ଥିବା ଅନ୍ୟ ସବୁ ଉପାନ୍ତ ଗାଁରେ ମଧ୍ୟ ଶିବିର କରିବାକୁ ଚେଷ୍ଟା କରୁଛୁ।”

ଡାକ୍ତର ଦମ୍ପତିଙ୍କ ଏପରି ସେବା ମନୋଭାବକୁ ସ୍ଥାନୀୟ ଅଞ୍ଚଳର ଲୋକେ ବେଶ୍‌ ପ୍ରଶଂସା କରୁଛନ୍ତି।

ସୁବର୍ଣ୍ଣ ଗରିଆ ନାମକ ଜଣେ ବ୍ୟକ୍ତି କହିଛନ୍ତି, “ପୂର୍ବରୁ ଦେହ ଖରାପ ହେଲେ ଆମେ ବୁର୍ଲା, ସୋନପୁର ଓ ଭୁବନେଶ୍ୱର ଯାଉଥିଲୁ। ଏଣୁ ବହୁତ ହଇରାଣ ହେବାକୁ ପଡ଼ୁଥିଲା। ହେଲେ ଏବେ ପାଖରେ ସ୍ୱାସ୍ଥ୍ୟ ଶିବିରି ହେଉଥିବାରୁ ବହୁତ ସୁବିଧା ହେଉଛି। ଘରୁ ଆସି ଆମେ ସ୍ୱାସ୍ଥ୍ୟ ପରୀକ୍ଷା କରି ଫେରି ଯାଇ ପାରୁଛୁ। ଏହି ଶିବିର ହେବା ଦ୍ୱାରା ବହୁତ ଲୋକ ଉପକୃତ ହୋଇପାରୁଛନ୍ତି।”

ଭଗବାନ ସେମାନଙ୍କୁ ସମର୍ଥ କରିଛନ୍ତି। ତେଣୁ ଗରିବ ଲୋକଙ୍କୁ ସାହାଯ୍ୟ କରିବା ସେମାନଙ୍କ କର୍ତ୍ତବ୍ୟ ଭାବି ଏହି ଡାକ୍ତର ଦମ୍ପତି ଏହି ଭଳି ଏକ ପ୍ରଶଂସନୀୟ ପ୍ରୟାସ ଆରମ୍ଭ କରିଛନ୍ତି ଓ ଏହାକୁ ଜାରି ରଖିବାକୁ ଚେଷ୍ଟା କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story