ଜନ୍ମମାଟିକୁ ଭୁଲି ନାହାନ୍ତି ସହଦେବ; ଲଣ୍ଡନରୁ ଆସି କରୁଛନ୍ତି ଲୋକଙ୍କ ସେବା

ଆଳି (ବନମାଳୀ ସାହୁ): ଗାଁରୁ ପାଦ କାଢ଼ି ଗଲେ ବିଦେଶ। ସେଠାରେ ନାଁ ଓ ଅର୍ଥ ଅର୍ଜ୍ଜନ କଲେ। ହେଲେ ପାଶ୍ଚାତ୍ୟ ଦେଶର ଚାକଚକ୍ୟ ତାଙ୍କୁ ଅଟକାଇ ରଖିପାରିନି। ନିଜ ଜନ୍ମମାଟି ପ୍ରତି ତାଙ୍କର ରହିଛି ଅହେତୁକ ମୋହ। ତା’ସହିତ ନିଜ ଗାଁ ପ୍ରତି ତାଙ୍କର ଯେ କିଛି ଦାୟିତ୍ୱ ରହିଛି, ତାହା ବି ସେ ପାସୋରି ନାହାନ୍ତି। ଆଉ ସେଥିପାଇଁ ସମୟ ମିଳିଲେ ଉଡ଼ି ଆସୁଛନ୍ତି ସୁଦୂର ଲଣ୍ଡନରୁ କେନ୍ଦ୍ରାପଡ଼ା ଜିଲ୍ଲାର ସାଳିଅଞ୍ଚ ଗାଁକୁ। ନାଁ […]

sahadev-1-1

Niharika Rout
  • Published: Tuesday, 03 December 2019
  • , Updated: 03 December 2019, 02:02 PM IST

ଆଳି (ବନମାଳୀ ସାହୁ): ଗାଁରୁ ପାଦ କାଢ଼ି ଗଲେ ବିଦେଶ। ସେଠାରେ ନାଁ ଓ ଅର୍ଥ ଅର୍ଜ୍ଜନ କଲେ। ହେଲେ ପାଶ୍ଚାତ୍ୟ ଦେଶର ଚାକଚକ୍ୟ ତାଙ୍କୁ ଅଟକାଇ ରଖିପାରିନି। ନିଜ ଜନ୍ମମାଟି ପ୍ରତି ତାଙ୍କର ରହିଛି ଅହେତୁକ ମୋହ। ତା’ସହିତ ନିଜ ଗାଁ ପ୍ରତି ତାଙ୍କର ଯେ କିଛି ଦାୟିତ୍ୱ ରହିଛି, ତାହା ବି ସେ ପାସୋରି ନାହାନ୍ତି। ଆଉ ସେଥିପାଇଁ ସମୟ ମିଳିଲେ ଉଡ଼ି ଆସୁଛନ୍ତି ସୁଦୂର ଲଣ୍ଡନରୁ କେନ୍ଦ୍ରାପଡ଼ା ଜିଲ୍ଲାର ସାଳିଅଞ୍ଚ ଗାଁକୁ। ନାଁ ତାଙ୍କର ଡାକ୍ତର ସହଦେବ ସ୍ୱାଇଁ।

ଗାଁରେ ସେ ସ୍ୱାସ୍ଥ୍ୟ ଶିବିର କରି ମାଗଣାରେ ରୋଗୀ ସେବା କରନ୍ତି। ନିଜେ ପାଠ ପଢ଼ିଥିବା ପ୍ରାଥମିକ ବିଦ୍ୟାଳୟର ପିଲାଙ୍କୁ ଆଗକୁ ବଢ଼ିବାକୁ ପ୍ରେରଣା ଦିଅନ୍ତି। ଏହି ଗାଁରୁ ପାଠ ପଢ଼ିଥିବା ସହଦେବ ସ୍ୱାଇଁ ଯଦି ଲଣ୍ଡନରେ ପହଞ୍ଚିପାରିଲା, ତେବେ ଅନ୍ୟମାନେ କାହିଁକି ଏଭଳି କରିପାରିବେନି ବୋଲି କହି ସେ ପିଲାଙ୍କ ମନରେ ପାଠ ପ୍ରତି ଆଗ୍ରହ ସୃଷ୍ଟି କରନ୍ତି। ସଚେତନତା ସଭା କରି ଲୋକଙ୍କୁ ବିଭିନ୍ନ ବାର୍ତ୍ତା ବାଣ୍ଟନ୍ତି। ଏବେ ସପ୍ତାହେ ହେବ ସେ ଗାଁକୁ ଆସି ମାଗଣାରେ ଲୋକଙ୍କ ଚିକିତ୍ସା କରୁଛନ୍ତି ଓ ସୁସ୍ଥ ରହିବାର ସନ୍ଦେଶ ବାଣ୍ଟୁଛନ୍ତି।

ଡାକ୍ତର ସହଦେବ ସ୍ୱାଇଁ ଗାଁରେ ପ୍ରାଥମିକ ଶିକ୍ଷା ସାରିବା ପରେ ଖଲିକୋଟ କଲେଜ, ଏମ୍‌କେସିଜି ମେଡିକାଲ କଲେଜ ଓ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ଉଚ୍ଚ ଶିକ୍ଷା  ଲାଭ କରିଥିଲେ।  ଯେଉଁ ସ୍କୁଲରେ ପଢ଼ି ସେ ଆଜି ସଫଳତାର ଶିଖର ଛୁଇଁଛନ୍ତି ଓ ଯେଉଁ ଶିକ୍ଷକମାନଙ୍କ ଲାଗି ସେ ଆଜି ସମାଜରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି, ସେହି ଗୁରୁଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରିଛନ୍ତି ସହଦେବ।

ଡାକ୍ତର ସହଦେବ ସ୍ୱାଇଁଙ୍କ ସହପାଠୀ ଗୁଣନିଧି ସାମଲ କହିଛନ୍ତି, “ଗାଁ ପ୍ରତି ତା’ର ବହୁତ ମମତା ରହିଛି।  ଦୂରରେ ରହିଲେ ମଧ୍ୟ ସବୁବେଳେ ଗାଁର ଭଲମନ୍ଦ ବୁଝିଥାଏ।”

ବିଦେଶରେ ପ୍ରତିଷ୍ଠା ଓ ସଫଳତା ଲାଭ କରିବା ପରେ ବି ନିଜ ଜନ୍ମମାଟିରେ ଡାକ୍ତର ସହଦେବ ସ୍ୱାଇଁଙ୍କର ଏଭଳି ନିଃସ୍ୱାର୍ଥପର ସେବାକୁ ପ୍ରଶଂସା କରିଛନ୍ତି ସ୍ଥାନୀୟ ଲୋକେ।

Related story