ବ୍ରିଟେନ୍ ଯିବାକୁ ବ୍ୟାଗ୍ ପ୍ୟାକ୍‌ କରି ସାରିଥିଲେ ଏହି ଖେଳାଳି; ହେଲେ କୁକୁର କରି ଦେଲା ବେଇମାନି....ପଢ଼ନ୍ତୁ ପୂରା ରିପୋର୍ଟ

ରଗବୀ ଖେଳାଳି ମାଥ୍ୟୁ ଶେଫର୍ଡଙ୍କ ସହ ଏମିତି ଏକ ଘଟଣା ଘଟିଯାଇଛି ଯାହା ସେ କେବେ କଳ୍ପନା ବି କରି ନ ଥିଲେ। ସେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସ୍ପେନ୍‌ରୁ ବ୍ରିଟେନ୍ ଯିବାର ଥିଲା। ସେ ଏଥିପାଇଁ ଜିନିଷପତ୍ର ପ୍ୟାକ୍ କରି ସାରିଥିଲେ। କିଛି କାମ ମନେ ପଡ଼ି ଯିବାରୁ ସେ ତାଙ୍କ ପାସ୍‌ପୋର୍ଟକୁ ଟେବୁଲ୍ ଉପରେ ଛାଡ଼ି ବାହାରକୁ ଯାଇଥିଲେ। ପାସ୍‌ପୋର୍ଟକୁ ଟେବୁଲ୍ ଉପରେ ପକାଇ ଦେଇ ଚାଲି ଯିବା ତାଙ୍କ ପାଇଁ […]

dog

Rakesh Mallick
  • Published: Sunday, 28 May 2017
  • , Updated: 28 May 2017, 11:43 AM IST

ରଗବୀ ଖେଳାଳି ମାଥ୍ୟୁ ଶେଫର୍ଡଙ୍କ ସହ ଏମିତି ଏକ ଘଟଣା ଘଟିଯାଇଛି ଯାହା ସେ କେବେ କଳ୍ପନା ବି କରି ନ ଥିଲେ। ସେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସ୍ପେନ୍‌ରୁ ବ୍ରିଟେନ୍ ଯିବାର ଥିଲା। ସେ ଏଥିପାଇଁ ଜିନିଷପତ୍ର ପ୍ୟାକ୍ କରି ସାରିଥିଲେ। କିଛି କାମ ମନେ ପଡ଼ି ଯିବାରୁ ସେ ତାଙ୍କ ପାସ୍‌ପୋର୍ଟକୁ ଟେବୁଲ୍ ଉପରେ ଛାଡ଼ି ବାହାରକୁ ଯାଇଥିଲେ। ପାସ୍‌ପୋର୍ଟକୁ ଟେବୁଲ୍ ଉପରେ ପକାଇ ଦେଇ ଚାଲି ଯିବା ତାଙ୍କ ପାଇଁ ମହଙ୍ଗା ପଡ଼ି ଥିଲା।  ଏହି ସମୟରେ ତାଙ୍କର ପୋଷା କୁକୁର ପାସ୍‌ପୋର୍ଟକୁ ଚୋବେଇ ଟିକି ଟିକି କରି ଦେଲା। ଘରକୁ ଫେରିବା ପରେ ପାସ୍‌ପୋର୍ଟର ଏଭଳି ଅବସ୍ଥା ଦେଖି ଜାଣିଗଲେ ଏହା କାହାର କାମ। ମୁଣ୍ଡରେ ହାତ ଦେଲେ ଓ ଟୁର୍ ବାତିଲ୍ କଲେ। ଏବେ ନୂଆ ପାସ୍‌ପୋର୍ଟ କରିବା ପାଇଁ ସେ ସରକାରୀ ଅଫିସ୍‌ର ଚକ୍କର କାଟୁଛନ୍ତି।

Related story