ଅଜବ ବିଶ୍ୱାସ: ମନ୍ଦିରରେ ପୂଜା ପାଉଛନ୍ତି କୁକୁରଦେବ, ଦର୍ଶନ କଲେ କାମୁଡ଼ିବନି କୁକୁର

ଆଜି ପର୍ଯ୍ୟନ୍ତ ଆମେ ଶୁଣି ଆସିଛନ୍ତି ଓ ଦେଖି ଆସିଛନ୍ତି, ମନ୍ଦିରରେ ଦେବଦେବୀଙ୍କୁ ପୂଜା କରାଯାଏ। କିନ୍ତୁ ଆମେ ଆପଣଙ୍କୁ ଏପରି ଏକ ଅଜବ ମନ୍ଦିର ବିଷୟରେ କହିବୁ, ଯେଉଁଠାରେ କୁକୁରଙ୍କୁ ଭଗବାନ ରୂପରେ ପୂଜା କରାଯାଇଥାଏ। ଏହି ମନ୍ଦିରଟି ରହିଛି ଭାରତରେ, ଛତିଛଗଡ଼ ରାଜ୍ୟରେ। କଥାଟି ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲଗୁଥିବ, କିନ୍ତୁ ଏଆ ସତ। ବିଶ୍ୱାସ କରାଯାଏ… ଛତିଶଗଡ଼ ରାଜ୍ୟର ଦୁର୍ଗ ଜିଲ୍ଲା ଅନ୍ତର୍ଗତ ଖପରୀ ଗାଁରେ ଅଛି ମନ୍ଦିରଟିଏ। ଆଖପାଖ ଅଂଚଳରେ ଖୁବ୍ […]

Rakesh Mallick
  • Published: Monday, 21 August 2017
  • Updated: 21 August 2017, 03:13 PM IST

Sports

Latest News

ଆଜି ପର୍ଯ୍ୟନ୍ତ ଆମେ ଶୁଣି ଆସିଛନ୍ତି ଓ ଦେଖି ଆସିଛନ୍ତି, ମନ୍ଦିରରେ ଦେବଦେବୀଙ୍କୁ ପୂଜା କରାଯାଏ। କିନ୍ତୁ ଆମେ ଆପଣଙ୍କୁ ଏପରି ଏକ ଅଜବ ମନ୍ଦିର ବିଷୟରେ କହିବୁ, ଯେଉଁଠାରେ କୁକୁରଙ୍କୁ ଭଗବାନ ରୂପରେ ପୂଜା କରାଯାଇଥାଏ। ଏହି ମନ୍ଦିରଟି ରହିଛି ଭାରତରେ, ଛତିଛଗଡ଼ ରାଜ୍ୟରେ। କଥାଟି ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲଗୁଥିବ, କିନ୍ତୁ ଏଆ ସତ।

ବିଶ୍ୱାସ କରାଯାଏ...

ଛତିଶଗଡ଼ ରାଜ୍ୟର ଦୁର୍ଗ ଜିଲ୍ଲା ଅନ୍ତର୍ଗତ ଖପରୀ ଗାଁରେ ଅଛି ମନ୍ଦିରଟିଏ। ଆଖପାଖ ଅଂଚଳରେ ଖୁବ୍ ଜଣାଶୁଣା। ମନ୍ଦିରର ନାଁଟି ହେଲା ‘କୁକୁରଦେବ’ ମନ୍ଦିର। ଏଠି ଦେବଦେବୀଙ୍କୁ ପୂଜା କରାଯାଏ ନାହିଁ। ଏ ମନ୍ଦିରରେ ପୂଜା ପାଆନ୍ତି କୁକୁର। ସାଧାରଣ ଜୀବନରେ ଆମେ ଯାହାକୁ ହତାଦର କରନ୍ତି ସେଇ କୁକୁର ହିଁ ଏଠି ଦେବତା। ମନ୍ଦିରଟି ବି ବହୁତ ପୁରୁଣା। ଦୂରଦୂରାନ୍ତରୁ ଏଠିକୁ ଧାଇଁ ଆସନ୍ତି ଶ୍ରଦ୍ଧାଳୁ। ଏ ମନ୍ଦିର ସହ ଶ୍ରଦ୍ଧାଳୁଙ୍କର ଏକ ଆସ୍ଥା ମଧ୍ୟ ଯୋଡ଼ି ହୋଇ ରହିଛି। ବିଶ୍ୱାସ ରହିଛି, ଏହି ମନ୍ଦିରକୁ ଆସିଲେ ଯଦି ଆପଣଙ୍କର କୁକୁର ପରି କାଶ ହେଉଛି ତେବେ ସେଥିରୁ ନିସ୍ତାର ପାଇବେ। ତା ସହ ଏ କଥା ବି ବିଶ୍ୱାସ କରାଯାଏ, ମନ୍ଦିର ଆସି ଏଠି କୁକୁରଦେବଙ୍କୁ ପୂଜିଲେ ଆପଣଙ୍କୁ ଆଉ ଜୀବନରେ କେବେ କୁକୁର କାମୁଡ଼ିବ ନାହିଁ।

କେମିତି ସ୍ଥାପନ ହୋଇଥିଲା କୁକୁରଦେବ ମନ୍ଦିର

ପୂରା ଘଟଣାଟି ହେଲା, ବହୁତ ଦିନ ପୂର୍ବରୁ ଖପରୀ ଗାଁରେ ମାଲିଘୋରୀ ନାମକ ଜଣେ ଯାଯାବର ରହୁଥିଲା। ତା’ର ଗୋଟିଏ ପୋଷା କୁକୁର ଥିଲା।  ଥରେ ଗାଁରେ ଭୟଙ୍କର ଦୁର୍ଭି‍କ୍ଷ ପଡ଼ିଲା। ଫଳରେ ମାଲିଘୋରୀ ଯାଯାବର ପାଇଁ ଅଭାବ ମାଡ଼ି ଆସିଥିଲା। କିଛି ଟଙ୍କା ଓ ଖାଦ୍ୟ ପାଇଁ ସେ ନିଜ ପୋଷା କୁକୁରଟିକୁ ସାହୁକାର ପାଖରେ ବନ୍ଧା ରଖିଥିଲା। ସାହୁକାର କୁକୁରଟି କିଣି ନିଜ ଘରେ ରଖିଥିଲା। ଥରେ ସାହୁକାର ଘରେ ଚୋରି ହୋଇଥିଲା। ସାହୁକାର ମୁଣ୍ଡରେ ଚଡ଼କ ପଡ଼ିଥିଲା। କିନ୍ତୁ ସକାଳେ ଘଟିଲା ଏକ ଆଶ୍ଚର୍ଯ୍ୟ। କୁକୁରଟି ସାହୁକାରକୁ ଟାଣି ଟାଣି ଏକ ସ୍ଥାନରେ ନେଇ ପହଞ୍ଚାଇଥିଲା, ଯେଉଁଠି ଚୋର ଚୋରି ଜିନିଷ ଲୁଚାଇଥିଲା। କୁକୁରର ଏପରି କାରନାମାରେ ସାହୁକାର ଖୁସି ହୋଇ ଯାଇଥିଲା। ତେଣୁ ସେ ନିଷ୍ପତ୍ତି ନେଇଥିଲେ, କୁକୁରଟିକୁ ସେ ମୁକ୍ତ କରିଦେବେ ଓ ପୁଣି ତା ମାଲିକ ଯାଯାବର ପାଖକୁ ପଠାଇ ଦେବେ। କିନ୍ତୁ ସେତେବେଳକୁ ଯାଯାବର ଗାଁ ଛାଡ଼ି ଦେଇଥିଲା। ତେଣୁ ସାହୁକାର ଗୋଟେ ପଟି କାଗଜରେ ପୂରା ଘଟଣା ଲେଖି କୁକୁର ବେକରେ ତାକୁ ଟାଙ୍ଗି ଦେଲେ ଓ କୁକୁରଟିକୁ ମୁକ୍ତ କରିଦେଲେ। କୁକୁରଟି ମାଲିକକୁ ଖୋଜି ଖୋଜି ଯାଇ ଯାଯାବର ପାଖରେ ପହଞ୍ଚିଗଲା। କୁକୁରକୁ ଦେଖି ଯାଯାବର ରାଗି ଯାଇଥିଲା। ତା ରାଗର କାରଣ ଥିଲା, ଯେ ହେତୁ ତାକୁ ସେ ସାହୁକାରକୁ ବିକ୍ରି କରିଛି, ତା ପାଖରୁ ଏମିତି ଖସି ଆସିବା ଠିକ୍ ହୋଇନି। ତେଣୁ ସେ ଆଖି ବୁଜି କୁକୁରଟିକୁ ପିଟିଥିଲା। ମାଡ଼ର ମାତ୍ରା ଏତେ ଥିଲା ଯେ, କୁକୁରଟି ସହି ନପାରି ମରି ଯାଇଥିଲା।

କୁକୁରଟି ମଲା ପରେ ହିଁ ଯାଯାବର ତା ବେକରେ ସାହୁକାର ଲେଖିଥିବା ଚିଠିଟିକୁ ଦେଖିଥିଲା। ପ୍ରକୃତ ଘଟଣା ଜାଣିବା ପରେ ଯାଯାବର ଆଖିରେ ଲୁହ ଆସି ଯାଇଥିଲା। ସେ ଦୁଃଖରେ ଭାଙ୍ଗି ପଡ଼ିଥିଲା। କୁକୁରଟିକୁ ମନେ ରଖିବା ପାଇଁ ସେ ଏକ ସମାଧି ତିଆରି କରିଥିଲା। ସେବେଠାରୁ ସେହି ସମାଧିଟିକୁ ଲୋକମାନେ ‘କୁକୁର ଦେବ’ ମନ୍ଦିର ବୋଲି କହିଲେ ଓ ଦର୍ଶନ କରିବା ପାଇଁ ଆସିଲେ। ଧୀରେ ଧୀରେ ଏହି ଜାଗାଟିର ବିକାଶ ମଧ୍ୟ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos