Advertisment

ଡଲଫିନଙ୍କୁ ସୁହାଉଛି ଗଙ୍ଗା ନଦୀ

ମେରଠ: ଚଳିତ ବର୍ଷ ଡଲଫିନ୍ ବଂଶ ବୃଦ୍ଧି ପାଇଛି। ଏ କ୍ଷେତ୍ରରେ ସରକାର ସଂରକ୍ଷଣର ପ୍ରୟାସ ଜାରି ରଖିଥିବା ବେଳେ ଏହା ନିଶ୍ଚିତ ଭାବରେ ଏକ ଖୁସି ଖବର। ଗଙ୍ଗାରେ ବିଜନୋର ବ୍ୟାରେଜ୍ ଘାଟରୁ ନରୋରା ପର୍ଯ୍ୟନ୍ତ ବନ୍ୟଜନ୍ତୁ ଏବଂ ବନ ବିଭାଗର ମିଳିତ ଟିମ୍ ଅକ୍ଟୋବର ୫ରୁ ୧୧ ଯାଏଁ ଡଲଫିନ୍ ଗଣନା କରିଥିଲେ। ଗଣନାରୁ ୪୧ ଡଲଫିନ୍ ଥିବା ଜଣାପଡ଼ିଛି। ଗତ ବର୍ଷ ଏହି ସଂଖ୍ୟା ୩୫ ଥିବା ବେଳେ ଏ ଥର ଡଲଫିନ୍ […]

ଡଲଫିନଙ୍କୁ ସୁହାଉଛି ଗଙ୍ଗା ନଦୀ

dolphin

Advertisment

ମେରଠ: ଚଳିତ ବର୍ଷ ଡଲଫିନ୍ ବଂଶ ବୃଦ୍ଧି ପାଇଛି। ଏ କ୍ଷେତ୍ରରେ ସରକାର ସଂରକ୍ଷଣର ପ୍ରୟାସ ଜାରି ରଖିଥିବା ବେଳେ ଏହା ନିଶ୍ଚିତ ଭାବରେ ଏକ ଖୁସି ଖବର। ଗଙ୍ଗାରେ ବିଜନୋର ବ୍ୟାରେଜ୍ ଘାଟରୁ ନରୋରା ପର୍ଯ୍ୟନ୍ତ ବନ୍ୟଜନ୍ତୁ ଏବଂ ବନ ବିଭାଗର ମିଳିତ ଟିମ୍ ଅକ୍ଟୋବର ୫ରୁ ୧୧ ଯାଏଁ ଡଲଫିନ୍ ଗଣନା କରିଥିଲେ। ଗଣନାରୁ ୪୧ ଡଲଫିନ୍ ଥିବା ଜଣାପଡ଼ିଛି। ଗତ ବର୍ଷ ଏହି ସଂଖ୍ୟା ୩୫ ଥିବା ବେଳେ ଏ ଥର ଡଲଫିନ୍ ସଂଖ୍ୟା ବୃଦ୍ଧି ସମସ୍ତଙ୍କୁ ଉତ୍ସାହିତ କରିବା ସହ ଆଗାମୀ ବର୍ଷଗୁଡ଼ିକରେ ମଧ୍ୟ ଡଲଫିନଙ୍କ ସଂଖ୍ୟା ଏହି ଭଳି ବଢ଼ିବ ବୋଲି ଆଶା କରାଯାଉଛି।

Advertisment

South Asian river dolphin - Wikipedia

ବିଜନୋର ବ୍ୟାରେଜରୁ ଗଢ଼ମୁକ୍ତେଶ୍ୱର ଏବଂ ଗଢ଼ମୁକ୍ତେଶ୍ୱରଠାରୁ ନରୋରା ବ୍ୟାରେଜ ପର୍ଯ୍ୟନ୍ତ କରାଯାଇଥିବା ଏହି ଗଣନାରୁ ୨୦୧୫ରେରେ ୨୨ଟି, ୨୦୧୬ରେ ୩୦ଟି, ୨୦୧୭ରେ ୩୨ ଏବଂ ୨୦୧୯ରେ ୩୫ଟି ଡଲଫିନ୍ ଥିବା ଜଣାପଡ଼ିଥିଲା। ରାଜ୍ୟରେ ବିଜନୋର, ମେରଠ, ଗାଜିଆବାଦ, ମୁରାଦାବାଦ, ବୁଲନ୍ଦଶହର ଦେଇ ବହିଯାଉଥିବା ଗଙ୍ଗା ନଦୀରେ ଡଲଫିନମାନେ ବାସ କରିଥାନ୍ତି। ତେବେ ଚଳିତ ବର୍ଷ ରେକର୍ଡ ସଂଖ୍ୟକ ସଂଖ୍ୟା ସାମ୍ନାକୁ ଆସିଛି।

Endangered dolphins spotted in Ganga

୨୦୦୫ରେ ଡଲଫିନମାନଙ୍କ ସଂରକ୍ଷଣ ଲାଗି ଏକ ଅଭିଯାନ ଆରମ୍ଭ କରାଯାଇଥିଲା। ୨୦୧୦ ମେ ୧୮ରେ ପରିବେଶ ଓ ବନ ବିଭାଗ ପକ୍ଷରୁ ଡଲଫିନକୁ ଜାତୀୟ ଜଳଜୀବ ତଥା ଗଢ଼ମୁକ୍ତେଶ୍ୱରଠାରୁ ନରୋରା ପର୍ଯ୍ୟନ୍ତ ୮୬ କି.ମି ଅଞ୍ଚଳକୁ 'ରାମସର' ଘୋଷଣା କରାଗଲା। ପ୍ରତିବର୍ଷ ବନ୍ୟଜନ୍ତୁ ଏବଂ ବନ ବିଭାଗର ଟିମ ମିଳିତ ଭାବରେ ଗଙ୍ଗା ନଦୀରେ ଡଲଫିନଙ୍କ ଗଣନା କରନ୍ତି। ଏହି ପରିପ୍ରେକ୍ଷୀରେ ଡିଏଫଓ ଡାୟ ଏମ . ସେମ୍ମାରନ କହିଛନ୍ତି, ଚଳିତ ଥର ଗଣନାରେ ୪୧ଟି ଡଲଫିନ୍ ଥିବା ଜଣାପଡ଼ିଛି। ତେବେ ଗଙ୍ଗା ନଦୀରେ ଏମାନଙ୍କ ଲାଗି ପର୍ଯ୍ୟପ୍ତ ଖାଦ୍ୟ ମହଜୁଦ ଥିବା ସେ କହିଛନ୍ତି।

Advertisment

Ganga has become so noisy that river dolphins are struggling to talk to each other

ଜିପିଏସ୍ ଟ୍ରାକିଂ ସମେତ ଅନ୍ୟ ଆଧୁନିକ ପ୍ରଣାଳୀରେ ଡଲଫିନମାନଙ୍କ ଗଣନା କରାଯାଇଛି। ଟେଣ୍ଡମ୍ ମେଥଡରେ ପ୍ରାୟ ୮ କିମି ଦୂରତାରେ ଦୁଇଟି ବୋଟ୍ ଆଗ ପଛ ହୋଇ ଚାଲେ ଆଉ ଡଲଫିନଙ୍କ ଗତିବିଧି ଉପରେ ନଜର ରଖାଯାଏ। ଗୋଟିଏ ଡଲଫିନ ଏକାଧିକ ଥର ଦେଖିବାକୁ ମିଳିଲେ, ଗଣନାରେ ତାକୁ ଗୋଟିଏ ବୋଲି ଧରାଯାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe