ପ୍ରକଳ୍ପ ହେଲା, ପାଣି ଆସିଲାନି

ତେଲକୋଇ (ଚିନ୍ମୟ ସାହୁ): କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ର ହାଲପୋଡ଼ି ଗାଁରେ ‘ବସୁଧା’ ଯୋଜନାରେ ଏକ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି। ମାତ୍ର ଦୁଇ ମାସ ତଳେ ଏହାର ନିର୍ମାଣ ହୋଇଛି। ହାଲପୋଡ଼ି ସହିତ ନିକଟସ୍ଥ ଝୁମୁକାପଷି ଗାଁ ଲୋକଙ୍କ ଜଳକଷ୍ଟକୁ ଦୂର କରିବାକୁ ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି। ଏହି ପ୍ରକଳ୍ପ ଯୋଗୁ ହାଲପୋଡ଼ି ଗ୍ରାମବାସୀଙ୍କ ଜଳ ସମସ୍ୟା ତ ଦୂର ହୋଇଯାଇଛି, କିନ୍ତୁ ଝୁମୁକାପଷି ଗାଁ ଲୋକେ ଏବେ ବି ପାଣି ପାଇଁ […]

keonjhar

keonjhar

Jyoshna Pradhan
  • Published: Tuesday, 05 November 2019
  • Updated: 05 November 2019, 01:46 PM IST

Sports

Latest News

ତେଲକୋଇ (ଚିନ୍ମୟ ସାହୁ): କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ର ହାଲପୋଡ଼ି ଗାଁରେ ‘ବସୁଧା’ ଯୋଜନାରେ ଏକ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି। ମାତ୍ର ଦୁଇ ମାସ ତଳେ ଏହାର ନିର୍ମାଣ ହୋଇଛି। ହାଲପୋଡ଼ି ସହିତ ନିକଟସ୍ଥ ଝୁମୁକାପଷି ଗାଁ ଲୋକଙ୍କ ଜଳକଷ୍ଟକୁ ଦୂର କରିବାକୁ ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି। ଏହି ପ୍ରକଳ୍ପ ଯୋଗୁ ହାଲପୋଡ଼ି ଗ୍ରାମବାସୀଙ୍କ ଜଳ ସମସ୍ୟା ତ ଦୂର ହୋଇଯାଇଛି, କିନ୍ତୁ ଝୁମୁକାପଷି ଗାଁ ଲୋକେ ଏବେ ବି ପାଣି ପାଇଁ ଭାରି ହନ୍ତସନ୍ତ ହେଉଛନ୍ତି। କାରଣ ଏହି ପ୍ରକଳ୍ପରୁ ପାଣି ଯୋଗାଇ ଦେବାକୁ ସେମାନଙ୍କ ଗାଁକୁ ପାଇପ୍ ସଂଯୋଗ ହୋଇଥିଲେ ହେଁ ଏଯାଏ ସେଥିରେ ପାଣି ଆସିନି। ଗାଁଟି ଉଚ୍ଚ ସ୍ଥାନରେ ଥିବାରୁ ପାଣି ଆସି ପାରୁନି ବୋଲି କୁହାଯାଉଛି। 

ପ୍ରକଳ୍ପ ଶେଷ ହେବାର ଦୁଇ ମାସ ବିତି ଯାଇଥିଲେ ବି ଝୁମୁକାପଷିକୁ କେମିତି ଜଳ ଯୋଗାଣ ହୋଇପାରିବ ବା କେମିତି ସମସ୍ୟାର ସମାଧାନ କରାଯାଇପାରିବ, ସେ ଦିଗରେ ପ୍ରଶାସନ ଦୃଷ୍ଟି ଦେଇନି। ଏମିତିକି ଜିଲ୍ଲାପାଳଙ୍କ ନିକଟରେ ଲୋକେ ଫେରାଦ ହୋଇଥିଲେ ବି କିଛି ସୁଫଳ ମିଳି ନାହିଁ। ଫଳରେ ଗାଁରେ ସ୍ଥିତି ପୂର୍ବ ଭଳି ରହିଛି। ଏଠାରେ ୪୦୦ ଲୋକଙ୍କ ପାଇଁ ରହିଛି ଗୋଟିଏ ନଳକୂପ। ହେଲେ ଏହାର ପାଣି ପିଇବା ଉପଯୋଗୀ ନୁହେଁ। ଏଥିରୁ ନାଲି ପାଣି ବାହାରୁ ଥିବାରୁ ଲୋକେ ଏହାକୁ ବ୍ୟବହାର କରୁ ନାହାନ୍ତି। ସେମାନେ ହାଲକୁଡ଼ି ଗାଁରେ ଥିବା ନଳକୂପରୁ ପାଣି ଆଣୁଛନ୍ତି। ହାଲକୁଡ଼ି ଗାଁଟି ସେମାନଙ୍କ ଗାଁରୁ ଏକ କିଲୋମିଟର ଦୂରରେ ଅବସ୍ଥିତ। ଫଳରେ ସେମାନଙ୍କୁ ପାଣି ପାଇଁ ଖୁବ୍ କଷ୍ଟ କରିବାକୁ ପଡୁଛି। 

[caption id="attachment_456567" align="aligncenter" width="750"] ଝୁମକାପଷି ଗାଁରେ ଲାଗିଛି ଟ୍ୟାପ୍‌[/caption]

ଗାଁର ଝୁନୁ ନାୟକ କହିଛନ୍ତି, “ଆମ ଗାଁ ମୁଣ୍ଡା ସାହିରେ ଗୋଟିଏ ନଳକୂପ ଅଛି। ସେଥିରୁ ନାଲି ପାଣି ବାହାରୁଛି। ଏହି ପାଣିକୁ ରୋଷେଇବାସ କାମରେ ବ୍ୟବହାର କରି ହେଉନି। ତେଣୁ ଆମେ ଏକ କିଲୋମିଟରରେ ଥିବା ଆଉ ଏକ ଗାଁରୁ ପାଣି ଆଣୁଛୁ। ଏଥିଯୋଗୁଁ ରୋଷେଇ କାମରେ ମଠ ହେଉଛି।”

ଗାଁରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ ମଧ୍ୟ ପାଣିର ସୁବିଧା ନାହିଁ। ଏଥିପାଇଁ ଗାଁ ଲୋକେ ଅଙ୍ଗନବାଡ଼ି କେନ୍ଦ୍ରରେ ଏକ ନୂଳକୂପ ବସାଇବା ପାଇଁ ବିଡିଓଙ୍କ ଠାରେ ଦାବି କରିଥିଲେ ମଧ୍ୟ କିଛି ସୁଫଳ ମିଳିନି।

ଅଙ୍ଗନବାଡି କର୍ମୀ ଚିନ୍ମୟୀ ନାୟକ କହିଛନ୍ତି, “ରୋଷେଇ ପାଇଁ ଆମ ରାନ୍ଧୁଣୀ ଏକ କିଲୋମିଟର ଯାଉଛନ୍ତି। ସେଠାରୁ ପାଣି ଆସିଲେ ରୋଷେଇ ହେଉଛି। ଆମେ ପାଣି ପାଇଁ ଭାରି ହଇରାଣ ହେଉଛୁ। ଏନେଇ ବିଡିଓଙ୍କୁ ଦରଖାସ୍ତ ଦେଇଥିଲୁ। ହେଲେ ସେ କିଛି ବୁଝୁ ନାହାନ୍ତି।”

ଠିକାଦାର ଓ ଯନ୍ତ୍ରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ  ଝୁମୁକାପଷି ଗାଁ ଲୋକଙ୍କୁ ‘ବସୁଧା’ ଯୋଜନାରେ ପାଣି ମିଳୁନି ବୋଲି ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ତେଲକୋଇ ବିଡିଓ ଦିଲୀପ କୁମାର ବାଡ଼ା କହିଛନ୍ତି ଯେ ଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story