ଈଶ୍ୱରଙ୍କ ଦୂତ ପରି କାମ କଲା ମାଙ୍କଡ଼: ୪୦ ଫୁଟ୍‌ କୂଅରୁ ଉଦ୍ଧାର ହେଲା ଶିଶୁ

ମାଙ୍କଡକୁ ପ୍ରଭୁ ହନୁମାନଙ୍କ ଆଖ୍ୟା ଦିଆଯାଇଥାଏ। ସେହି ମାଙ୍ଗଡ ଆଜି ହନୁମାନଙ୍କ ପରି ରକ୍ଷକ ସାଜି ଗୋଟେ ନିରୀହ ଶିଶୁର ଜୀବନ ବଞ୍ଚାଇବା ଦେଖିବାକୁ ମିଳିଛି।  ନିକଟରେ ଉତ୍ତର ପ୍ରଦେଶର ଏମିତି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି ଯେଉଁଠି ମାଙ୍କଡ ପାଇଁ ଏକ ଦୁଇଦିନର ଶିଶୁକୁ ୪୦ ଫୁଟ ଗଭୀର କୂଅରୁ ଉଦ୍ଧାର କରିବାରେ ଲୋକେ ସକ୍ଷମ ହୋଇଛନ୍ତି। ଘଟଣାଟି ଘଟିଛି ଉତ୍ତର ପ୍ରଦେଶର ବୁଲନ୍ଦସରରେ। ସୂଚନା ଅନୁଯାୟୀ ନିକଟରେ ରୁକନପୁରରେ ଏକ ମାଙ୍କଡ ସକାଳ ପାଖାପାଖି […]

monky

Rakesh Mallick
  • Published: Tuesday, 11 July 2017
  • , Updated: 11 July 2017, 03:37 PM IST

ମାଙ୍କଡକୁ ପ୍ରଭୁ ହନୁମାନଙ୍କ ଆଖ୍ୟା ଦିଆଯାଇଥାଏ। ସେହି ମାଙ୍ଗଡ ଆଜି ହନୁମାନଙ୍କ ପରି ରକ୍ଷକ ସାଜି ଗୋଟେ ନିରୀହ ଶିଶୁର ଜୀବନ ବଞ୍ଚାଇବା ଦେଖିବାକୁ ମିଳିଛି।  ନିକଟରେ ଉତ୍ତର ପ୍ରଦେଶର ଏମିତି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି ଯେଉଁଠି ମାଙ୍କଡ ପାଇଁ ଏକ ଦୁଇଦିନର ଶିଶୁକୁ ୪୦ ଫୁଟ ଗଭୀର କୂଅରୁ ଉଦ୍ଧାର କରିବାରେ ଲୋକେ ସକ୍ଷମ ହୋଇଛନ୍ତି।

ଘଟଣାଟି ଘଟିଛି ଉତ୍ତର ପ୍ରଦେଶର ବୁଲନ୍ଦସରରେ। ସୂଚନା ଅନୁଯାୟୀ ନିକଟରେ ରୁକନପୁରରେ ଏକ ମାଙ୍କଡ ସକାଳ ପାଖାପାଖି ୭ ଟାରେ ସେହି ଗାଁର ଜଣେ ଯୁବକଙ୍କ ମୋବାଇଲ ନେଇ ଗାଁ ପାଖ କୂଅରେ ପକାଇ ଦେଇଥିଲା। ଯୁବକ ଜଣଙ୍କ ମୋବାଇଲକୁ ଆଣିବା ପାଇଁ କୂଅ ଭିତରକୁ ଡେଇଁ ପଡିଲେ। କୂଅ ଭିତରକୁ ପସିବା କ୍ଷଣୀ ତାଙ୍କୁ ଏକ ଛୋଟ ପିଲାର କାନ୍ଦିବା ସ୍ୱର ଶୁଣା ଯାଇଥିଲା। ଏହି ସ୍ୱରକୁ ପ୍ରଥମେ ସେ କେଉଁ ଭୂତର ସ୍ୱର ଭାବି କୂଅରୁ ବାହାରି ଆସିଥିଲେ। ସାହସ ଜୁଟାଇ ମୋବାଇଲ ଆଣିବାକୁ ପୁଣି ଥରେ କୂଅ ଭିତରକୁ ଏକ ଟର୍ଚ ଲାଇଟ୍ ନେଇ ପସିଲେ। କୂଅ ଭିତରେ ପସିବା ପରେ ସେଠାରେ ତାଙ୍କୁ ଏକ ବ୍ୟାଗ ମିଳିଥିଲା, ଯେଉଁଥିରେ ଏକ ନବଜାତ ଶିଶୁ ଥିଲା। ଟର୍ଚ୍ଚ ଲାଇଟ ପକାଇବା କ୍ଷଣି ଶିଶୁଟି ପୁଣି ଥରେ କାନ୍ଦିବା ଆରମ୍ଭ କରିଦେଲା। ଏହା ପରେ ଯୁବକ ଜଣଙ୍କ ଶିଶୁକୁ ଉଦ୍ଧାର କରି ଏହି ଘଟଣା ସମ୍ପର୍କରେ ପୋଲିସକୁ ଜଣାଇଥିଲେ ।

Related story