ବିଦ୍ୟୁତ ବିଲ୍‌ରୁ ମିଳିବ ମୁକ୍ତି: ଆଳୁରୁ ଜଳୁଛି ବଲବ୍‌

ଏବେ ଆପଣ ବି ଆଳୁରେ ଜଳାଇପାରିବେ ବଲବ୍‌। ଦସ୍ତା ଓ ଜିଙ୍କ ଧାତୁ ବ୍ୟବହାର କରି ଘରେ ଜଳାଇ ହେବ ବିଦ୍ୟୁତ ବଲବ୍‌। ହେବ୍ରୁ ଇଉନିଭର୍ସିଟିର ରାବିନୋଚିତ୍‌ ତାଙ୍କ ସାଥୀମାନଙ୍କ ସହ ମିଶି ଏପରି ଏକ ଚମତ୍କାର ଆବିଷ୍କାର କରିଛନ୍ତି। ଆଳୁକୁ 8 ମିନିଟ ଗରମ କଲା ପରେ ଏଥିରେ ଥିବା କାର୍ବନିକ ଟିସୁ ଭାଙ୍ଗିବାକୁ ଲାଗେ ଫଳରେ ଆଳୁରେ ଥିବା ଏସିଡି ଦସ୍ତା ଓ ତମ୍ବା ଉପରେ ରାସାୟନିକ ପ୍ରତିକ୍ରିୟା ହୋଇଥାଏ। ଏହାପରେ ଇଲେକ୍ଟ୍ରୋନ ଗୋଟିଏ […]

potato_electricity

Rakesh Mallick
  • Published: Monday, 12 June 2017
  • , Updated: 12 June 2017, 05:03 PM IST

ଏବେ ଆପଣ ବି ଆଳୁରେ ଜଳାଇପାରିବେ ବଲବ୍‌। ଦସ୍ତା ଓ ଜିଙ୍କ ଧାତୁ ବ୍ୟବହାର କରି ଘରେ ଜଳାଇ ହେବ ବିଦ୍ୟୁତ ବଲବ୍‌। ହେବ୍ରୁ ଇଉନିଭର୍ସିଟିର ରାବିନୋଚିତ୍‌ ତାଙ୍କ ସାଥୀମାନଙ୍କ ସହ ମିଶି ଏପରି ଏକ ଚମତ୍କାର ଆବିଷ୍କାର କରିଛନ୍ତି। ଆଳୁକୁ 8 ମିନିଟ ଗରମ କଲା ପରେ ଏଥିରେ ଥିବା କାର୍ବନିକ ଟିସୁ ଭାଙ୍ଗିବାକୁ ଲାଗେ ଫଳରେ ଆଳୁରେ ଥିବା ଏସିଡି ଦସ୍ତା ଓ ତମ୍ବା ଉପରେ ରାସାୟନିକ ପ୍ରତିକ୍ରିୟା ହୋଇଥାଏ। ଏହାପରେ ଇଲେକ୍ଟ୍ରୋନ ଗୋଟିଏ ପଦାର୍ଥରୁ ଅନ୍ୟ ପଦାର୍ଥକୁ ଗତି କଲାବେଳେ ବିଦ୍ୟୁତ ଉତ୍ପନ୍ନ ହୋଇଥାଏ। ଏହି ଫରମୁଲାର ବ୍ୟବାହର କରି ମୋବାଇଲ କିମ୍ବା ଲ୍ୟପଟପ ବ୍ୟାଟେରି ତିଆରି କରାଯାଇ ପାରିବ ବୋଲି ରାବିନୋଚିତ୍‌ କହିଛନ୍ତି। ଏହା ବହୁତ କମ ଖର୍ଚ୍ଚରେ ହୋଇ ପାରିବ ବୋଲି ସେ ଦାବି କରିଛନ୍ତି। ଗୋଟିଏ ଆଳୁରେ 40 ଦିନ ପ୍ରର୍ଯ୍ୟନ୍ତ ଗୋଟିଏ ଏଲିଡି ବଲବ୍‌ ଜଳାଇହେବ। ଯାହାଦ୍ୱାରା ବିଜୁଳିର ଅଭାବକୁ ଦୂର କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି। ପୂର୍ବରୁ 1780 ମସିହାରେ ଲୁଇକି ଗେଲବନୀ ପ୍ରଥମେ ଏହାର ଆବିଷ୍କାର କରିଥିବାର କୁହାଯାଏ।

Related story