ଇଞ୍ଜିନିୟର ବନିଲେ ସଫଳ ଚାଷୀ: ମାସକୁ ରୋଜଗାର ୫ଲକ୍ଷରୁ ଊର୍ଦ୍ଧ୍ୱ

ନୂଆଦିଲ୍ଲୀ: ଜଣେ ଇଞ୍ଜିନିୟର ନିଜ ଶିକ୍ଷା ଓ ପରିଶ୍ରମକୁ ଆଧାର କରି ବନିଗଲେ ସଫଳ ଚାଷୀ। ଯାହା ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି। ମେକାନିକାଲ ଇଞ୍ଜିନିୟର ଭଳି ମର୍ଯ୍ୟାଦାପୂର୍ଣ୍ଣ ଚାକିରି କରୁଥିବା ଗୁଡଗାଁଓର ବିନୋଦ କୁମାର ଚାଷ ପାଇଁ ଚାକିରି ଛାଡି ଏବେ ସଫଳ ଚାଷୀ ପାଲଟିଯାଇଛନ୍ତି। ଗୁଡଗାଁଓର ଜମାଲଗଡ ଗାଁରେ ରହୁଥିବା ବିନୋଦ ନିଜ ଚାକିରିରେ ମିଳୁଥିବା ଦରମାରେ ସନ୍ତୁଷ୍ଟ ନ ଥିଲେ।  କିଭଳି ଅଧିକ ଟଙ୍କା ରୋଜଗାର କରିହେବ ସେନେଇ ବିନୋଦ […]

chinmayee1

Rakesh Mallick
  • Published: Sunday, 11 June 2017
  • , Updated: 11 June 2017, 07:20 PM IST

ନୂଆଦିଲ୍ଲୀ: ଜଣେ ଇଞ୍ଜିନିୟର ନିଜ ଶିକ୍ଷା ଓ ପରିଶ୍ରମକୁ ଆଧାର କରି ବନିଗଲେ ସଫଳ ଚାଷୀ। ଯାହା ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି। ମେକାନିକାଲ ଇଞ୍ଜିନିୟର ଭଳି ମର୍ଯ୍ୟାଦାପୂର୍ଣ୍ଣ ଚାକିରି କରୁଥିବା ଗୁଡଗାଁଓର ବିନୋଦ କୁମାର ଚାଷ ପାଇଁ ଚାକିରି ଛାଡି ଏବେ ସଫଳ ଚାଷୀ ପାଲଟିଯାଇଛନ୍ତି।

ଗୁଡଗାଁଓର ଜମାଲଗଡ ଗାଁରେ ରହୁଥିବା ବିନୋଦ ନିଜ ଚାକିରିରେ ମିଳୁଥିବା ଦରମାରେ ସନ୍ତୁଷ୍ଟ ନ ଥିଲେ।  କିଭଳି ଅଧିକ ଟଙ୍କା ରୋଜଗାର କରିହେବ ସେନେଇ ବିନୋଦ ସବୁବେଳେ ଚିନ୍ତା କରୁଥିଲେ। ଫଳରେ ନିଜ ଜମିରେ ସେ ଚାଷ କରିବା ପାଇଁ ମନ ବଳାଇଲେ। ଇଣ୍ଟରନେଟରେ ଚାଷ କରିବାର ବିଭିନ୍ନ ଉପାୟ ଓ ଫାଇଦା ଉପରେ ଜ୍ଞାନ ଆହରଣ କରିବା ପରେ  ଆରମ୍ଭ କରିଦେଇଥିଲେ ଚାଷ। ଭୁବନେଶ୍ୱର ଆସି ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ୍‌ ସିଫାରୁ ଏକ ସପ୍ତାହ ଟ୍ରେନିଂ ମଧ୍ୟ ଗ୍ରହଣ କରିଥିଲେ ଏଥିପାଇଁ।

ବିନୋଦ ଚାକିରି ସମୟରେ ସଞ୍ଚିତ କିଛି ଟଙ୍କାକୁ ବିନିଯୋଗ କରି ଆରମ୍ଭ କରିଥିଲେ ଚାଷକାମ। କମ ଖର୍ଚ୍ଚରେ ଆରମ୍ଭ କରିଥିବା ଚାଷରୁ ବିନୋଦ ଧିରେ ଧିରେ ଲାଭବାନ ହେବାକୁ ଲାଗିଲେ। ବର୍ତ୍ତମାନ ବିନୋଦ ଏଥିରୁ ମାସକୁ ୫ଲକ୍ଷରୁ ଉର୍ଦ୍ଧ ଟଙ୍କା ଆୟ କରୁଛନ୍ତୁ। ବିନୋଦଙ୍କ ଏହି ସଫଳତା ପରେ ସେ ଯୁବପିଢୀଙ୍କୁ କହିଛନ୍ତି ଯେ ଉଚ୍ଚ ଶିକ୍ଷା କରିଥିବା ବ୍ୟକ୍ତି କେବଳ ଚାକିରିରେ ନିର୍ଭର ନ ହୋଇ ନିଜ ଶିକ୍ଷାକୁ ବ୍ୟବସାୟ ଓ ଚାଷକାମରେ ଲଗାଇବା ଉଚିତ।

Related story