Advertisment

ରାସ୍ତାକଡ଼ରେ ମାସ୍କ ବିକୁଛନ୍ତି ଇଞ୍ଜିନିୟରିଂ ଛାତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ‘ଝିଅ ହୁଅନ୍ତୁ ବା ପୁଅ, ମୁଁ ଚାହେଁ ସମସ୍ତେ ଇଣ୍ଡିପେଣ୍ଡେଣ୍ଟ ରହିବା ଦରକାର। ମା’ବାପାଙ୍କ ଉପରେ କେହି ନିର୍ଭର କର ନାହିଁ। ସେଥିପାଇଁ ମୁଁ ଘରୁ ବାହାରି କିଛି ନୂଆ କରିବା ପାଇଁ ଚିନ୍ତା କରିଥିଲି। ରାସ୍ତାକଡ଼ରେ ମାସ୍କ ଓ ସାନିଟାଇଡର୍‌ ଭଳି ଏବର ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଛି।’ ଆମେ କହୁଛୁ ଇଞ୍ଜିନିୟରିଂ ଛାତ୍ରୀ ନମ୍ରତା ହୋତାଙ୍କ କଥା। ଘର ଭୁବନେଶ୍ୱର ବରମୁଣ୍ଡାରେ। କରୋନା ଲକଡାଉନରେ ଘରେ ନବସି ଫୁଟ୍‌ଫାଥ୍‌ରେ […]

ଅଦ୍ୟତନ ହୋଇଛି
ରାସ୍ତାକଡ଼ରେ ମାସ୍କ ବିକୁଛନ୍ତି ଇଞ୍ଜିନିୟରିଂ ଛାତ୍ରୀ

namrata2

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ‘ଝିଅ ହୁଅନ୍ତୁ ବା ପୁଅ, ମୁଁ ଚାହେଁ ସମସ୍ତେ ଇଣ୍ଡିପେଣ୍ଡେଣ୍ଟ ରହିବା ଦରକାର। ମା’ବାପାଙ୍କ ଉପରେ କେହି ନିର୍ଭର କର ନାହିଁ। ସେଥିପାଇଁ ମୁଁ ଘରୁ ବାହାରି କିଛି ନୂଆ କରିବା ପାଇଁ ଚିନ୍ତା କରିଥିଲି। ରାସ୍ତାକଡ଼ରେ ମାସ୍କ ଓ ସାନିଟାଇଡର୍‌ ଭଳି ଏବର ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଛି।’ ଆମେ କହୁଛୁ ଇଞ୍ଜିନିୟରିଂ ଛାତ୍ରୀ ନମ୍ରତା ହୋତାଙ୍କ କଥା। ଘର ଭୁବନେଶ୍ୱର ବରମୁଣ୍ଡାରେ। କରୋନା ଲକଡାଉନରେ ଘରେ ନବସି ଫୁଟ୍‌ଫାଥ୍‌ରେ ମାସ୍କ ଓ ସାନିଟାଇଡର୍‌ ବିକ୍ରି କରୁଛନ୍ତି ନମ୍ରତା। ତାଙ୍କର ଏହି କାର୍ଯ୍ୟ ଏବେ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି।

Advertisment

ବାପାଙ୍କର ଦେହ ଖରାପ ହେବା ପରେ ପରିବାର ଚଳାଇବା କଷ୍ଟକର ହୋଇଥିଲା। ମା’ଙ୍କର ଯେତିକି ରୋଜଗାର ସେତିକିରେ ଘର ଚଳାଇବା ଅପେକ୍ଷା ନମ୍ରତା ଏହି ଛୋଟିଆ ବ୍ୟବସାୟ କରିବା ପାଇଁ ଆଗେଇ ଆସିଥିଲେ।

କରୋନା ପାଇଁ କଲେଜରେ କ୍ଲାସ୍‌ ବନ୍ଦ ଅଛି ଏବଂ ଅନଲାଇନ୍‌ କ୍ଲାସ ଚାଲିଛି। ଇଞ୍ଜିନିୟରିଂ ପଢ଼ିଥିଲେ ବି ମନରେ ତାଙ୍କର ଟିକେ ହେଲେ ସଙ୍କୋଚ ନାହିଁ। କାରଣ ତାଙ୍କ ମତରେ କୌଣସି କାମ ଛୋଟ କି ବଡ଼ ନୁହେଁ।

Advertisment

publive-image

ଏହି ବ୍ୟବସାୟକୁ ନେଇ ନମ୍ରତା କୁହନ୍ତି, ‘ ମାସ୍କ ଓ ସାନିଟାଇଜର୍‌ ସମସ୍ତେ ମେଡିସିନ୍‌ ଷ୍ଟୋର ଯାଇ ଆଣିପାରନ୍ତି ନାହିଁ। ତେଣୁ ରାସ୍ତା କଡ଼ରେ ଏହି ବ୍ୟବସାୟ ଆରମ୍ଭ କରିଛି। ଆଜିର ଯୁବପିଢ଼ିଙ୍କୁ ମୋର ଗୋଟିଏ ପରାମର୍ଶ, ରୋଜଗାର ନାହିଁ ବୋଲି କେହି ନିରାଶ ହୁଅନ୍ତୁ ନାହିଁ। ଓଡ଼ିଶାରେ ସବୁକିଛି ଅଛି, ଖାଲି ମୁଣ୍ଡ ଖର୍ଚ୍ଚ କରି ଯୋଜନା କରନ୍ତୁ। ଚାକିରି ପାଇଁ କେହି ବାହାରକୁ ଯାଆନ୍ତୁ ନାହିଁ। ରୋଜଗାର ଆମେ ନିଜ ପାଇଁ କରୁ ଅନ୍ୟ କାହା ପାଇଁ ନୁହେଁ। ତେଣୁ ନିରାଶ ନହୋଇ କିଛି କରିବା ପାଇଁ ଚେଷ୍ଟା କରନ୍ତୁ। କୌଣସି କାମ ଛୋଟ ନୁହେଁ।

ସେ ଆହୁରି ମଧ୍ୟ କହିଛନ୍ତି, ରୋଜଗାର ବନ୍ଦ ହୋଇଗଲେ କିଛି ଲୋକ ଡିପ୍ରେସନ୍‌କୁ ଚାଲିଯାଉଛନ୍ତି। ମୋ ସାଙ୍ଗମାନେ ମଧ୍ୟ ଏବେ ଡିପ୍ରେସନ୍‌ରେ ରହିଛନ୍ତି। ଚାକିରି ନାହିଁ ବୋଲି ଡିପ୍ରେସନ୍‌ରେ ରହିବାର କୌଣସି ଆବଶ୍ୟକତା ନାହିଁ। କାହାର ବି ପରାମର୍ଶ ନେଇ ଛୋଟିଆ ବିଜ୍‌ନେସ୍‌ଟିଏ ଆରମ୍ଭ କରନ୍ତୁ। ନିଜକୁ ବ୍ୟସ୍ତ ରଖନ୍ତୁ। ଟଙ୍କା ନଥିଲେ ସାଙ୍ଗମାନେ ମିଳିମିଶି କାମ କରନ୍ତୁ।

ତେବେ ନମ୍ରତାଙ୍କ ଏହି ଗୋଟିଏ ଷ୍ଟଲ୍‌ ନୁହେଁ, ଭୁବନେଶ୍ୱର ଅନ୍ୟ କୋତୋଟି ଷ୍ଟଲ୍‌ ମଧ୍ୟ ରହିଛି। ଗୋଟିଏ ଷ୍ଟଲରୁ ଦିନକୁ ଦୁଇରୁ ତିନି ହଜାର ବାହାରିଥାଏ ବୋଲି ସେ କହିଛନ୍ତି।

କରୋନା ପୂର୍ବରୁ ନମ୍ରତା ଛୋଟ ପିଲାଙ୍କୁ ଟ୍ୟୁସନ୍ କରି ମାସକୁ ୧୦ ହଜାର ଟଙ୍କା ଉପାର୍ଜନ କରୁଥିଲେ ହେଲେ କରୋନା ପାଇଁ ଏବେ କାହା ଘରକୁ ଯିବାକୁ ଠିକ୍‌ ନୁହେଁ ବୋଲି ଚିନ୍ତା କରି ଏହି ବିଜ୍‌ନେସ୍‌ ଆରମ୍ଭ କରିଛନ୍ତି।

ଅଭାବ ବା ପ୍ରତିକୂଳ ପରିସ୍ଥିତିରେ ହିଁ ମଣିଷ ମନରେ ନୂଆ ଆଶାର ସଞ୍ଚାର ହୋଇଥାଏ। ଯାହାର ଜ୍ୱଳନ୍ତ ଉଦାହରଣ ନମ୍ରତା। ଚାକିରି ପଛରେ ଧାଉଁଥିବା ଯୁବପିଢ଼ିଙ୍କ ପାଇଁ ନମ୍ରତା ଏକ ଆଦର୍ଶ କହିଲେ ଅତ୍ୟୁକ୍ତି ହେବ ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe