ଫେକ୍‌ ଆକାଉଣ୍ଟକୁ ଫିଙ୍ଗି ଦେବ ଫେସବୁକ୍

ନୂଆଦିଲ୍ଲୀ:ଫେସବୁକ୍ ଅପବ୍ୟବହାର କଲେ ଆପଣଙ୍କ ଆକାଉଣ୍ଟ ସବୁଦିନ ପାଇଁ ବ୍ଲକ ହୋଇପାରେ। କାରଣ ନକଲି ଫେସବୁକ୍‌ ଆକାଉଣ୍ଟକୁ ଚିହ୍ନଟ  କରିବ ଫେସବୁକ୍‌। ଏପରିକି ଫେସବୁକ୍‌ରେ ମିଥ୍ୟା ‌ଖବର ଭାଇରାଲ କଲେ ମହଙ୍ଗା ପଡ଼ିପାରେ। ଏଣିକି ଟିକିନିଖି ତଥ୍ୟ ଯାଞ୍ଚ କରିବେ ‍ଫେସବୁକ୍‌ କର୍ତ୍ତୃପକ୍ଷ। ଦିନକୁ ଦିନ ସାଇବର କ୍ରାଇମ ବୃଦ୍ଧି ପାଇବା, ମିଛ ତଥ୍ୟ ପ୍ରକାଶ କରି ଲୋକଙ୍କୁ ବିଭ୍ରାନ୍ତି କରିବା ଉପରେ ରୋକ୍ ଲାଗିବ। ଫ୍ରାନ୍ସରେ ୩୦,୦୦୦ ନକଲି ଫେସବୁକ୍‌ ଆକାଉଣ୍ଟ ଚିହ୍ନଟ କରି ସେ […]

facebook

Rakesh Mallick
  • Published: Thursday, 13 April 2017
  • , Updated: 13 April 2017, 10:28 PM IST

ନୂଆଦିଲ୍ଲୀ:ଫେସବୁକ୍ ଅପବ୍ୟବହାର କଲେ ଆପଣଙ୍କ ଆକାଉଣ୍ଟ ସବୁଦିନ ପାଇଁ ବ୍ଲକ ହୋଇପାରେ। କାରଣ ନକଲି ଫେସବୁକ୍‌ ଆକାଉଣ୍ଟକୁ ଚିହ୍ନଟ  କରିବ ଫେସବୁକ୍‌। ଏପରିକି ଫେସବୁକ୍‌ରେ ମିଥ୍ୟା ‌ଖବର ଭାଇରାଲ କଲେ ମହଙ୍ଗା ପଡ଼ିପାରେ। ଏଣିକି ଟିକିନିଖି ତଥ୍ୟ ଯାଞ୍ଚ କରିବେ ‍ଫେସବୁକ୍‌ କର୍ତ୍ତୃପକ୍ଷ। ଦିନକୁ ଦିନ ସାଇବର କ୍ରାଇମ ବୃଦ୍ଧି ପାଇବା, ମିଛ ତଥ୍ୟ ପ୍ରକାଶ କରି ଲୋକଙ୍କୁ ବିଭ୍ରାନ୍ତି କରିବା ଉପରେ ରୋକ୍ ଲାଗିବ। ଫ୍ରାନ୍ସରେ ୩୦,୦୦୦ ନକଲି ଫେସବୁକ୍‌ ଆକାଉଣ୍ଟ ଚିହ୍ନଟ କରି ସେ ଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଫେସବୁକ୍‌ ପ୍ରୋଟେକ୍ଟ ଏବଂ କେୟାର ଟିମ୍‌ର ମୁଖ୍ୟ ସବ୍‌ନାମ ସାହିକ୍‌ ଏହି ସୂଚନା ଦେଇଛନ୍ତି। ଫେସବୁକ୍‌ରେ ବିଭ୍ରାନ୍ତି ଖବର ଭାଇରାଲ ହେବା ଯୋଗୁ ଗତ ବର୍ଷ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଗୁରୁତର ପ୍ରଭାବ ପଡ଼ିଥିଲା। ଏହା ପରଠାରୁ ଫେସବୁକ୍‌ ନିର୍ମାତା ତଥା ମାର୍କ ଜୁକର ବର୍ଗ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ପୂର୍ବରୁ ଫେସବୁକ୍‌ ପର୍ଣ୍ଣ ଭିଡିଓକୁ ବନ୍ଦ ପାଇଁ ପଦକ୍ଷେପ ନେଇଥିଲା। ଏବେ ନକଲି ଆକାଉଣ୍ଟ ଉପରେ ନଜର ରଖିବ ଫେସବୁକ୍‌।

Related story