ଫେସବୁକ୍ ଆଣିଲା ନୂଆ ଫିଚର୍: ଆପଣଙ୍କ ଫଟୋକୁ ନା କେହି କରିପାରିବେ ଡାଉନଲୋଡ୍, ନା ନେଇପାରିବେ ସ୍କ୍ରିନ୍‌ସଟ୍‌

ଫେସବୁକ୍ ତାର ବ୍ୟବହାରକାରୀଙ୍କ ସୁବିଧା ପାଇଁ ସବୁବେଳେ କିଛି ନା କିଛି ନୂଆ ବିକଳ୍ପ ଆଣିଥାଏ। ଏବେ ପର୍ଯ୍ୟନ୍ତ ଫେସବୁକ୍‌ର ସବୁଠାରୁ ବଡ ସମସ୍ୟା ହେଲା, ଆପଣଙ୍କ ପ୍ରୋଫାଇଲ୍ ଫଟୋ ଓ ପୋଷ୍ଟରେ ଦିଆଯାଇଥିବା ଫଟୋକୁ କେହି ବି ଡାଉନଲୋଡ୍ କରିପାରୁଥିଲେ। ହେଲେ ବର୍ତ୍ତମାନ ଆଉ ଏପରି କରିହେବ ନାହିଁ। କାରଣ ଫେସବୁକ୍ ତାର ବ୍ୟବହାରକାରୀଙ୍କ ପ୍ରୋଫାଇଲ୍ ଫଟୋର ସୁରକ୍ଷା ପାଇଁ  ଆଣିଛି ଏକ ନୂଆ ଟୁଲ୍। କ’ଣ ଏହି ନୂଆ ଟୁଲ୍ ?     […]

facebook-app-iphone-hed-2013_2

Rakesh Mallick
  • Published: Thursday, 22 June 2017
  • , Updated: 22 June 2017, 08:30 PM IST

ଫେସବୁକ୍ ତାର ବ୍ୟବହାରକାରୀଙ୍କ ସୁବିଧା ପାଇଁ ସବୁବେଳେ କିଛି ନା କିଛି ନୂଆ ବିକଳ୍ପ ଆଣିଥାଏ। ଏବେ ପର୍ଯ୍ୟନ୍ତ ଫେସବୁକ୍‌ର ସବୁଠାରୁ ବଡ ସମସ୍ୟା ହେଲା, ଆପଣଙ୍କ ପ୍ରୋଫାଇଲ୍ ଫଟୋ ଓ ପୋଷ୍ଟରେ ଦିଆଯାଇଥିବା ଫଟୋକୁ କେହି ବି ଡାଉନଲୋଡ୍ କରିପାରୁଥିଲେ। ହେଲେ ବର୍ତ୍ତମାନ ଆଉ ଏପରି କରିହେବ ନାହିଁ। କାରଣ ଫେସବୁକ୍ ତାର ବ୍ୟବହାରକାରୀଙ୍କ ପ୍ରୋଫାଇଲ୍ ଫଟୋର ସୁରକ୍ଷା ପାଇଁ  ଆଣିଛି ଏକ ନୂଆ ଟୁଲ୍।

’ଣ ଏହି ନୂଆ ଟୁଲ୍ ?

 

 

 

 

 

 

 

 

 

 

 

 

ଫେସବୁକର ଏହି ନୂଆ ଟୁଲ୍‌ ଦ୍ୱାରା ବ୍ୟବହାରକାରୀଙ୍କୁ  ନିଜ ପ୍ରୋଫାଇଲ୍ ଫଟୋରେ ପ୍ରାଇଭେସି ଅପସନ୍ ଦିଆଯାଇଛି। ଆପଣ ଚାହିଁଲେ ଏହି ଅପସନ୍ କ୍ଲିକ୍ କରିପାରିବେ। ଆପଣ ନିଜ ପ୍ରୋଫାଇଲ୍ ଓ କଭର୍ ଫଟୋକୁ ଡାଉନଲୋଡ ଓ ସେୟାର ନ ହେବାପାଇଁ ଅପସନ୍ ଦେଇ ସେଟିଙ୍ଗ୍ କରିପାରିବେ ଅର୍ଥାତ ଆପଣଙ୍କ ଫଟୋକୁ କିଏ ଡାଉନଲୋଡ କରିପାରିବେ ତାର ଅନୁମତି ଆପଣ ଦେଇପାରିବେ। ଏଥିପାଇଁ ପ୍ରୋଫାଇଲ୍ ପିକ୍ଚର ଗାର୍ଡ୍ ଫିଚର୍ ଦିଆଯାଇଛି।

କେବଳ ଏତିକି ନୁହେଁ,  ଯଦି ଆପଣଙ୍କ ପ୍ରୋଫାଇଲ୍ ଫଟୋର କେହି ସ୍କ୍ରିନ୍‌ସଟ୍ ଉଠାଇବାକୁ  ପ୍ରୟାସ କରନ୍ତି ତେବେ ଫେସବୁକ୍ ତାଙ୍କୁ ରୋକିବ। ଏହାସହ ଫେସବୁକ୍ ଆପଣଙ୍କ ପ୍ରୋଫାଇଲ୍‌ରେ ଏକ ବ୍ଲୁ ବର୍ଡର୍ ବା ନୀଳବର୍ଣ୍ଣର ଏକ ସୁରକ୍ଷା କବଚ ମଧ୍ୟ ଲଗାଇବ। ଯାହାଦ୍ୱାରା ଆପଣଙ୍କ ଫଟୋଗୁଡିକ ସୁରକ୍ଷିତ ରହିବ। ବର୍ତ୍ତମାନ ଏହି ଫିଚର୍ କେବଳ ଭାରତରେ ଲଞ୍ଚ୍ କରାଯାଇଛି। ବହୁତ ଶୀଘ୍ର ଅନ୍ୟ ଦେଶମାନଙ୍କରେ ମଧ୍ୟ ଲଞ୍ଚ କରାଯିବ। ଏହି ନୂଆ ଫିଚର୍ ବର୍ତ୍ତମାନ ପାଇଁ କେବଳ ଆଣ୍ଡ୍ରଏଡ୍ ଫୋନରେ କାମକରୁଛି।

 

Related story