Advertisment

ମିଠା ମକା ପାଇଁ ବଜାର ନାହିଁ, ରାସ୍ତା କଡ଼ରେ ବିକି ପରିବାର ଚଳାଉଛନ୍ତି ଚାଷୀ

କାମାକ୍ଷାନଗର (ବିଦ୍ୟାଧର ବରାଳ): ଟେଷ୍ଟି ଟେଷ୍ଟି ମିଠା ମକା। ଏହି ସ୍ୱାଦିଷ୍ଟ ମକା ଆଜି ହାତ ପାହାନ୍ତାରେ ମିଳୁଛି। ଢେଙ୍କାନାଳରୁ କାମାକ୍ଷାନଗର ଯାଇଥିବା ରାଜ୍ୟ ରାଜପଥ ପାର୍ଶ୍ୱରେ ଶହଶହ ହେକ୍ଟର ଜମିରେ ଦୋହଲୁଛି ମିଠା ମକାର ଫସଲ। ସବୁଥର ପରି ଏଥର ମଧ୍ୟ ଭଲ ଫସଲ ହେଉଛି। ହେଲେ ଉଚିତ୍‌ ବଜାର ବ୍ୟବସ୍ଥା ନଥିବାରୁ ଚାଷୀ ରାସ୍ତା କଡ଼ରେ ବିକ୍ରି କରି ଗୁଜୁରାଣ ମେଣ୍ଟାଉଛନ୍ତି। ଆଉ କିଛି ବ୍ୟବସାୟୀ ଚାଷୀଙ୍କଠାରୁ କମ୍‌ ଦରରେ କିଣି ନେଉଥିବା ଅଭିଯୋଗ […]

ଅଦ୍ୟତନ ହୋଇଛି
ମିଠା ମକା ପାଇଁ ବଜାର ନାହିଁ, ରାସ୍ତା କଡ଼ରେ ବିକି ପରିବାର ଚଳାଉଛନ୍ତି ଚାଷୀ

Sweet corn

Advertisment

କାମାକ୍ଷାନଗର (ବିଦ୍ୟାଧର ବରାଳ): ଟେଷ୍ଟି ଟେଷ୍ଟି ମିଠା ମକା। ଏହି ସ୍ୱାଦିଷ୍ଟ ମକା ଆଜି ହାତ ପାହାନ୍ତାରେ ମିଳୁଛି। ଢେଙ୍କାନାଳରୁ କାମାକ୍ଷାନଗର ଯାଇଥିବା ରାଜ୍ୟ ରାଜପଥ ପାର୍ଶ୍ୱରେ ଶହଶହ ହେକ୍ଟର ଜମିରେ ଦୋହଲୁଛି ମିଠା ମକାର ଫସଲ। ସବୁଥର ପରି ଏଥର ମଧ୍ୟ ଭଲ ଫସଲ ହେଉଛି। ହେଲେ ଉଚିତ୍‌ ବଜାର ବ୍ୟବସ୍ଥା ନଥିବାରୁ ଚାଷୀ ରାସ୍ତା କଡ଼ରେ ବିକ୍ରି କରି ଗୁଜୁରାଣ ମେଣ୍ଟାଉଛନ୍ତି। ଆଉ କିଛି ବ୍ୟବସାୟୀ ଚାଷୀଙ୍କଠାରୁ କମ୍‌ ଦରରେ କିଣି ନେଉଥିବା ଅଭିଯୋଗ ହୋଇଛି।

Advertisment

ଶିଳ୍ପ ସମୃଦ୍ଧ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅଞ୍ଚଳରେ କୌଣସି କଳକାରଖାନା ନାହିଁ। ତେଣୁ ଲୋକମାନେ ଚାଷବାସ ଉପରେ ନିର୍ଭର କରୁଛନ୍ତି। ଧାନ ଓ ପନିପରିବା ଚାଷ କରୁଥିଲେ। ବେଶ୍‌ ଲାଭବାନ ମଧ୍ୟ ହେଉଥିଲେ। କିନ୍ତୁ ଚାଷରୁ ହେଉଥିବା ଆୟରରେ ସନ୍ତୁଷ୍ଟ ନଥିଲେ। ଚାଷରୁ ଆହୁରି ଅଧିକ କେମିତି ଉତ୍ପାଦନ ହୋଇପାରିବ ସେ ନେଇ ଚାଷୀମାନେ ବିଚାର ବିମର୍ଷ କରୁଥିଲେ। କୃଷୀ ଅଧିକାରୀଙ୍କ ସହିତ ଆଲୋଚନା ମଧ୍ୟ କରୁଥିଲେ।

ଚାଷୀଙ୍କ ମନର ଦୁଃଖ ଓ ଯନ୍ତ୍ରଣାକୁ ମର୍ମେମର୍ମେ ଅନୁଭବ କରୁଥିଲା କୃଷୀ ବିଭାଗ। ଚାଷୀଙ୍କୁ ନୂଆ କିଛି କରିବାର ପ୍ରେରଣା ଯୋଗାଇବା ଉଦ୍ଦେଶ୍ୟରେ ଆଜକୁ ୧୫ ବର୍ଷ ତଳେ ଆଲୁଅଝରଣ ପଞ୍ଚାୟତ କଦଳୀପାଳ ଗାଁରେ ଗୃଷୀ ବିଭାଗ କରିଥିଲା ମିଠା ମକା(ସୁଇଟ୍‌ କର୍ଣ୍ଣ) ଚାଷ ନେଇ ପ୍ରଦର୍ଶନୀ। ଏଥିରେ ଢେଙ୍କାନାଳ ଓ ପଡ଼ୋଶୀ ଜିଲ୍ଲାର ଶହଶହ ଚାଷୀ ଯୋଗଦେଇ ଦେଇଥିଲେ। ମିଠା ମକା ଚାଷ ସମ୍ପର୍କରେ ଚାଷୀଙ୍କୁ ସୂଚନା ଦିଆଯାଇଥିଲା। ଏହାଛଡ଼ା କଦଳୀପାଳ ଗାଁରେ ହୋଇଥିବା ମିଠା ମକା ଚାଷ, ଚାଷୀଙ୍କୁ ଦେଖାଯାଇଥିଲା। ସେହିଠାରୁ ଆରମ୍ଭ ହୋଇଥିଲା ଢେଙ୍କାନାଳ ଜିଲ୍ଲାରେ ମିଠା ମକା ଚାଷର ପରମ୍ପରା।

Advertisment

ତା’ପରଠାରୁ ଚାଷୀମାନେ ଶହଶହ ଏକର ଜମିରେ କରୁଛନ୍ତି ମିଠା ମକା ଚାଷ। ବିଶେଷ କରି ମହୁଲପାଳ, କୁସୁମଯୋଡି, ଅଁଳାବେରେଣୀ ଆଦି ପଞ୍ଚାୟତରେ ଢିପ ଜମି ଅଧିକ ଥିବାରୁ ଚାଷୀମାନେ ମିଠା ମକା ଚାଷ କରୁଛନ୍ତି। ଏହାଛଡ଼ା ଜିଲ୍ଲାର ଜଳବାୟୁ ମିଠା ମକା ଚାଷ ପାଇଁ ଉତ୍ତମ ହୋଇଥିବାରୁ ଚାଷୀ ଭାଇମାନେ ବେଶ ଲାଭବାନ ହୋଇପାରୁଛନ୍ତି। ଦୁଇବର୍ଷ ବ୍ୟବଧାନରେ ଚାଷୀ ଭାଇମାନେ ମକା ଚାଷ କରୁଛନ୍ତି। ଚାଷୀମାନେ ପ୍ରଥମ ଦୁଇବର୍ଷ ଧାନ ଓ ପନିପରିବା ଚାଷ କରୁଛନ୍ତି ଓ ତା’ ପର ବର୍ଷ ଚାଷୀ ସେହି ଜମିରେ ମକା ଚାଷ କରୁଛନ୍ତି।

ମିଠା ମକା ବିକ୍ରି ପାଇଁ ଢେଙ୍କାନାଳ ଜିଲ୍ଲାରେ ସେଭଳି ଭଲ ବଜାର ନାହିଁ। ତେଣୁ ଚାଷୀମାନେ ନିଜ ଜମିରେ ଫଳୁଥିବା ମକାକୁ ଆଣି ଢେଙ୍କାନାଳ, କଟକ, ଭୁବନେଶ୍ୱର କିମ୍ବା କେଉଁଝର ଅଞ୍ଚଳକୁ ଯାଉଥିବା ରାଜ୍ୟ ରାଜପଥ ପାର୍ଶ୍ୱରେ ବିକ୍ରି କରୁଛନ୍ତି। ମିଠା ମକାର ଟେଷ୍ଟ ଭଲ ଥିବାରୁ ପଥଚାରୀମାନେ କିଣିବା ପାଇଁ ଭିଡ ଜମାଉଥିବା ଦେଖିବାକୁ ମିଳୁଛି। ଏହାଛଡ଼ା ଢ଼େଙ୍କାନାଳ ଓ ତାଳଚେର ଅଞ୍ଚଳର ବ୍ୟବସାୟୀମାନେ ଯାଇ ଚାଷୀମାନଙ୍କଠାରୁ କିଣି ଆଣୁଛନ୍ତି। ଏଥିରୁ ଚାଷୀମାନେ ଭଲ ଅର୍ଥ ଉପାର୍ଜନ କରିପାରୁଛନ୍ତି। ହେଲେ ବିକ୍ରି ପାଇଁ ବଜାର ବ୍ୟବସ୍ଥା ନଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଚାଷୀମାନଙ୍କୁ ‘ଆତ୍ମା’ ଯୋଜନାରେ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଉଥିବା କୃଷି ଅଧିକାରୀ ଦିଲ୍ଲୀପ କୁମାର ମିଶ୍ର ପ୍ରକାଶ କରିଛନ୍ତି। ସେ ଆହୁରି କହିଛନ୍ତି “ଚାଷୀମାନଙ୍କୁ ମିଠା ମକା ଚାଷ ସମ୍ପର୍କରେ ସୂଚନା ଦିଆଯାଉଛି। ଏଥିସହି ବିହନ ଯୋଗାଇ ଦିଆଯାଉଛି। ଚାଷୀମାନେ ଭଲ ରୋଜଗାର କରିପାରୁଛନ୍ତି।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe