ବାପା ହିଟ୍‌ ପିଲା ଫ୍ଲପ୍‌: ରାଜନେତାଙ୍କ ଘରେ ଅଭିନେତା, କ୍ଳିକ୍‌ କରନ୍ତୁ, ପଞ୍ଜିକା ପଢନ୍ତୁ

ଫିଲ୍ମ ଇଣ୍ଡଷ୍ଟ୍ରି ଏପରି ଏକ କ୍ଷେତ୍ର ଯେଉଁଥିରେ ସମସ୍ତେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଚାହିଁଥାନ୍ତି। କିଛି ଏଥିରେ ସଫଳ ହେଉଥିବା ବେଳେ ଆଉ କିଛି ପରଦା ପଛରେ ‘ଗୁମ୍‌ନାମ୍‌’ ହୋଇଯାଇଛନ୍ତି। ରାଜନୀତିରେ ନିଜକୁ ପ୍ରତିଷ୍ଠିତ କରି ପାରିଥିବା କିଛି ନେତାଙ୍କ ପିଲା ଫିଲ୍ମ ଦୁନିଆକୁ କ୍ୟାରିୟର କରିଛନ୍ତି। ପ୍ରତିଷ୍ଠିତ ଘରୁ ଆସିଥିବା ଏହି ‘ପଲିଟିକାଲ ବେଟା, ବେଟି’ଙ୍କୁ କିନ୍ତୁ ରିଲ୍‌ ଲାଇଫ୍‌ରେ ବିଫଳତାର ମୁହଁ ଦେଖିବାକୁ ପଡିଛି। ଆସନ୍ତୁ ଜାଣିବା ଏମିତି କିଛି ଅଭିନେତା ଓ […]

download (2)

Rakesh Mallick
  • Published: Wednesday, 03 May 2017
  • , Updated: 03 May 2017, 06:41 PM IST

ଫିଲ୍ମ ଇଣ୍ଡଷ୍ଟ୍ରି ଏପରି ଏକ କ୍ଷେତ୍ର ଯେଉଁଥିରେ ସମସ୍ତେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଚାହିଁଥାନ୍ତି। କିଛି ଏଥିରେ ସଫଳ ହେଉଥିବା ବେଳେ ଆଉ କିଛି ପରଦା ପଛରେ ‘ଗୁମ୍‌ନାମ୍‌’ ହୋଇଯାଇଛନ୍ତି। ରାଜନୀତିରେ ନିଜକୁ ପ୍ରତିଷ୍ଠିତ କରି ପାରିଥିବା କିଛି ନେତାଙ୍କ ପିଲା ଫିଲ୍ମ ଦୁନିଆକୁ କ୍ୟାରିୟର କରିଛନ୍ତି। ପ୍ରତିଷ୍ଠିତ ଘରୁ ଆସିଥିବା ଏହି ‘ପଲିଟିକାଲ ବେଟା, ବେଟି’ଙ୍କୁ କିନ୍ତୁ ରିଲ୍‌ ଲାଇଫ୍‌ରେ ବିଫଳତାର ମୁହଁ ଦେଖିବାକୁ ପଡିଛି। ଆସନ୍ତୁ ଜାଣିବା ଏମିତି କିଛି ଅଭିନେତା ଓ ଅଭିନେତ୍ରୀଙ୍କ ସମ୍ପର୍କରେ।

ନେହା ଶର୍ମା: କଂଗ୍ରେସ୍‌ ବିଧାୟକ ଅଜିତ ଶର୍ମାଙ୍କ ଝିଅ ନେହା ୨୦୧୦ରେ ‘କ୍ରୁକ୍‌’ ଫିଲ୍ମରେ କିସିଂ ଷ୍ଟାର ଇମରାନ ହାସମିଙ୍କ ଅପୋଜିଟ୍‌ରେ ଡେବ୍ୟୁ କରିଥିଲେ। ୨୦୧୬ରେ ‘ତୁମ ବିନ-୨’ରେ ନାହାଙ୍କୁ ଦେଖିବାକୁ ମିଳିଥିଲା। ସେ ହିନ୍ଦୀ ସହ ତେଲଗୁ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ଉଭୟ ଇଣ୍ଡଷ୍ଟ୍ରିରେ ନେହା କିଛି ଖଶସ୍‌ କରିଶ୍ମା ଦେଖାଇ ପାରିନାହାନ୍ତି।

ଅରୁଣୋଦୟ ସିଂହ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଅର୍ଜୁନ ସିଂହଙ୍କ ନାତି ଅରୁଣୋଦୟ ୨୦୧୧ରେ ପରଦାକୁ ଆସିଥିବା ‘ୟେ ସାଲୀ ଜିନ୍ଦେଗୀ’ରୁ ଚର୍ଚ୍ଚାକୁ ଆସିଥିଲେ। ୨୦୦୯ରେ ଅରୁଣୋଦୟ ‘ସିକନ୍ଦର’ ଫିଲ୍ମରୁ ଡେବ୍ୟୁ କରିଥିଲେ। ‘ଜିସମ୍‌-୨’, ‘ମେଁ ତେରା ହିରୋ’ ଓ ‘ମୋହେନଜୋ ଦାରୋ’ ଫିଲ୍ମରେ ନଜରକୁ ଆସିଥିଲେ।

ଚିରାଗ ପାଶୱନ: ରାମବିଲାସ ପାଶୱାନଙ୍କ ପୁଅ ଚିରାଗଙ୍କ ବଲିଉଡ ଏଣ୍ଟ୍ରି ଝଡ ପରି ହୋଇ ଝଡରେ ମେଳାଇ ଗଲା। ୨୦୧୧ରେ ‘ମିଲ ନା ମିଲେ ହାମ୍‌’ ରୁ ବି-ଟାଉନରେ ଏଣ୍ଟ୍ରି ମାରିଥିଲେ ଚିରାଗ। ହେଲେ ଏହି ଫିଲ୍ମ ବିଫଳ ହେବା ପରେ ଫିଲ୍ମ ମୋହ ଛାଡି ଚିରାଗ ବିହାର ଫେରିଯାଇଥିଲେ। ଏବେ ସେ ଜମୁଇ ନିର୍ବାଚନ ମଣ୍ଡଳୀରୁ ସାଂସଦ ଅଛନ୍ତି।

ଉଦୟାନିଧି: ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଆକ୍ଟର ଓ ପ୍ରଡ୍ୟୁସ୍‌ର ଉଦୟାନିଧି ହେଉଛନ୍ତି ଏମ୍‌. କରୁଣାନିଧିଙ୍କ ନାତି। ୨୦୦୮ରେ ‘କୁରୁଭି’ରୁ ପ୍ରଡ୍ୟୁସ୍‌ର ଓ ୨୦୦୯ରେ ‘ଆଧଭନ’ରୁ ଅଭିନାତା ଭାବେ ଡେଭ୍ୟୁ କରିଥିଲେ ଉଦୟାନିଧି। ୨୦୧୨ରେ ଆସିଥିବା ତାଙ୍କ ‘ଓରୁ କାଲ ଓରୁ କାନ୍ନାଦୀ’ ପାଇଁ ତାଙ୍କୁ ବେଷ୍ଟ ଡେବ୍ୟୁ ମେଲ୍‌ର ଫିଲ୍ମ ଫେୟାର ନୋମିନେସନ ମିଳିଥିଲା।

ଅଜିତ ଆଣ୍ଟୋନୀ: କଂଗ୍ରେସ୍‌ ସରକାର ବେଳେ କେନ୍ଦ୍ରମନ୍ତ୍ରୀ ଥିବା ଏକେ ଆଣ୍ଟୋନୀଙ୍କୁ ପୁଅ ଅଜିତ ୨୦୧୨ରେ ଫିଲ୍ମ ଦୁନିଆରେ ଏଣ୍ଟ୍ରି କରୁଥିବା ଶୁଣିବାକୁ ମିଳିଥିଲା। ତାଙ୍କ ଡେବ୍ୟୁ ଫିଲ୍ମର (ଓବରାଓଁ) ନାମ ମଧ୍ୟ ଘୋଷଣା ହୋଇସାରିଥିଲା। ଏହାପରେ ତାଙ୍କ ସମ୍ପର୍କରେ ଆଉ କିଛି ଶୁଣିବାକୁ ମିଳିନାହିଁ।

ଇଏ ହେଉଛନ୍ତି ବ୍ୟତିକ୍ରମ

ରିତେଶ ଦେଶମୁଖ: ବିଲାଶାରାଓ ଦେଶମୁଖଙ୍କ ପୁଅ ରିତେଶ ହେଉଛନ୍ତି ଏକମାତ୍ର ବ୍ୟତିକ୍ରମ। ଏହି ତାଲିକାରେ ତାଙ୍କୁ ସଫଳ ଅଭିନେତା ବୋଲି ବିବେଚନା କରାଯାଏ। ବାପା ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବା ସହ କେନ୍ଦ୍ରର କଂଗ୍ରେସ୍‌ ସରକାର ବେଳେ ମନ୍ତ୍ରୀ ବି ହୋଇଥିଲେ। ୨୦୦୩ରେ ‘ତୁଝେ ମେରୀ କସମ୍‌’ରେ ରିତେଶ ଡେବ୍ୟୁ କରିଥିଲେ। ଏପର୍ଯ୍ୟନ୍ତ ୧୩ ବର୍ଷରେ ୩୬ଟି ଫିଲ୍ମ କରିସାରିଛନ୍ତି।

Related story