ବାପା ଥିଲେ ରାଜା, ପୁଅ ହେଲେ ସନ୍ନ୍ୟାସୀ, ପଢନ୍ତୁ ସିକିମ ବୁଦ୍ଧଙ୍କ କାହାଣୀ
ଇତିହାସରେ ଆମେ ଗୌତମ ବୁଦ୍ଧଙ୍କ କାହାଣୀ ବିଷୟରେ ଜାଣିଛନ୍ତି। ପିତା ସୁଧୋଦନଙ୍କ ରାଜକୀୟ ସମ୍ରାଜାକୁ ଛାଡି ଗୌତମ ଆପଣେଇ ଥିଲେ ସନ୍ୟାସର ବାଟ। ପତ୍ନି, ପୁତ୍ର ଓ ରାଜ ପରିବାର ଧନ ସମ୍ପତ୍ତିର ମୋହ ତାଙ୍କୁ ଅଟକାଇ ପାରିନଥିଲା। ସେ ସିଦ୍ଧାର୍ଥ ଗୌତମରୁ ପାଲଟିଗଲେ ଗୌତମ ବୁଦ୍ଧ। ଇଏ ଥିଲା ଭଗବାନ ବୁଦ୍ଧଙ୍କ କଥା। କିନ୍ତୁ ଆମେ ଏପରି ଜଣେ ରାଜକୁମାରଙ୍କ କଥା କହିବୁ ଯିଏ ଆପଣାଇଥିଲେ ଗୌତମ ବୁଦ୍ଧଙ୍କ ପଥ। ବାପାଙ୍କ ରାଜ ଗାଦି ଓ […]
ଇତିହାସରେ ଆମେ ଗୌତମ ବୁଦ୍ଧଙ୍କ କାହାଣୀ ବିଷୟରେ ଜାଣିଛନ୍ତି। ପିତା ସୁଧୋଦନଙ୍କ ରାଜକୀୟ ସମ୍ରାଜାକୁ ଛାଡି ଗୌତମ ଆପଣେଇ ଥିଲେ ସନ୍ୟାସର ବାଟ। ପତ୍ନି, ପୁତ୍ର ଓ ରାଜ ପରିବାର ଧନ ସମ୍ପତ୍ତିର ମୋହ ତାଙ୍କୁ ଅଟକାଇ ପାରିନଥିଲା। ସେ ସିଦ୍ଧାର୍ଥ ଗୌତମରୁ ପାଲଟିଗଲେ ଗୌତମ ବୁଦ୍ଧ। ଇଏ ଥିଲା ଭଗବାନ ବୁଦ୍ଧଙ୍କ କଥା। କିନ୍ତୁ ଆମେ ଏପରି ଜଣେ ରାଜକୁମାରଙ୍କ କଥା କହିବୁ ଯିଏ ଆପଣାଇଥିଲେ ଗୌତମ ବୁଦ୍ଧଙ୍କ ପଥ। ବାପାଙ୍କ ରାଜ ଗାଦି ଓ ଅଚଳାଚଳ ସମ୍ପତ୍ତିର ମୋହ ତ୍ୟଗ କରି ରାଜକୁମାରରୁ ପାଲଟି ଗଲେ ବୌଦ୍ଧ ସନ୍ୟାସି। ରାଜକୀୟ ବେଶଭୁଷା ଛାଡି ପରିଧାନ କଲେ ଗେରୁଆ ବସ୍ତ୍ର। ମୁହଁରେ ଗୌରବାନ୍ନିତ ହସ ବଦଳରେ ଝଙ୍କାର ହେଉଛି ବୁଦ୍ଧଂ ସରଣଂ ଗଚ୍ଛାମି ଶଙ୍ଘଂ ସରଣଂ ଗଚ୍ଛାମୀ।
ଆମେ କହୁଛୁ ସିକିମ ରାଜ କୁମାର ୱାଂଚୁକ ନାମଗ୍ୟାଲଙ୍କ କଥା। ସିକିମର ଶେଷ ରାଜା ପାଲଡେନ ଥୋଣ୍ଡପଙ୍କ ଏକମାତ୍ର ପୁଅ ହେଉଛନ୍ତି ୱାଂଚୁକ୍ ନାମଗ୍ୟାଲ। ୧୯୫୨ମସିହାରେ ଜନ୍ମ ହୋଇଥିଲେ ୱାଂଚୁକ। ଦୁର୍ଘଟଣାରେ ତାଙ୍କର ବଡ ଭାଇ ଓ ଭଉଣୀଙ୍କର ମୃତ୍ୟ ହୋଇ ଯାଇଥିବାରୁ ୱାଂଚୁକ ଥିଲେ ସିକିମ ରାଜାଙ୍କ ଏକମାତ୍ର ଦାୟାଦ। ସେତେବେଳେ ସିକିମ ଥିଲା ଏକ ସ୍ୱତନ୍ତ୍ର ପ୍ରଦେଶ। ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜ ଶାସନର ଅନ୍ତ ଘଟିଲା। ଅନେକ ଛୋଟ ଛୋଟ ପ୍ରଦେଶ ଭାରତରେ ମିଶିଗଲେ। ସିକିମର ଜନତା ପାଲଡେନଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିବା ପରେ ୧୯୭୫ ମସିହାରେ ସିକିମ ମଧ୍ୟ ଭାରତରେ ମିଶିଗଲା। ସେତେବେଳକୁ ୱାଂଚୁକ 22 ବର୍ଷର ହୋଇଥିଲେ। ଏହି ଘଟଣା ପରେ ନାମଗ୍ୟାଲ ରାଜ ପରିବାର ସହିତ ଜଡିତ କିଛି ଲୋକ ନିଜ ନିଜର ସମ୍ପତ୍ତି ବଢାଇବାକୁ ଚାହିଁଲେ। କିପରି ରାଜ ପରିବାରର ସମ୍ପତି ଦୁଇଗୁଣ ହୋଇ ପାରିବ ସେ ଚିନ୍ତାର ବୁଡି ରହିଲେ। ରାଜ ପରିବାରରେ ଜଡିତ କିଛି ଲୋକ ପାଲଟିଗଲେ ଜଣେ ଜଣେ ଧନଶାଳୀ ବ୍ୟକ୍ତି। କିଏ ବଡ ହୋଟେଲର ମାଲିକ ତ ଆଉ କିଏ ଗୁଜୁରାତି ବଗିଚାର ମାଲିକ। କିନ୍ତୁ ରଜାଙ୍କ ପ୍ରକୃତ ଦାୟାଦ ଜଣେ ସନ୍ୟାସୀ। ୱାଂଚୁକ ଥିଲେ ସମ୍ପୁର୍ଣ୍ଣ ଭିନ୍ନ। ସେ ରାଜକୀୟ ଭୋଗ ବିଳାସରୁ ଦୂରେଇ ରହିବାକୁ ଚାହିୁଁଥିଲେ । ଶେଷରେ ସେ ବାପାଙ୍କ ଅଚଳାଚଳ ସମ୍ପତ୍ତିର ମୋହ ତ୍ୟାଗ କରି ନିଜ ପାଇଁ ବାଛି ନେଲେ ସନ୍ୟାସର ପଥ। ସେବେଠାରୁ ବିଗତ ୩୫ ବର୍ଷ ହେବ ସେ ବୌଦ୍ଧ ଗୁମ୍ଫା ଗୁଡିକରେ ବୁଲି ବୁଲି ଯୋଗ ସାଧନା କରୁଛନ୍ତି। ସେ ଲୋକ ଲୋଚନକୁ ବହୁତ କମ ସମୟରେ ଆସିଥାନ୍ତି। ନେପାଳ ଓ ଭୁଟାନରେ ଥିବା ଗୁମ୍ଫା ଗୁଡିକରେ ଯୋଗ ସାଧନ କରୁଥିବା ଅବସ୍ଥାରେ ଲୋକ ତାଙ୍କୁ ଦେଖିଥିବାର କଥା ଶୁଣାଯାଏ। କେବେ କେବେ ୱାଂଚୁକ ଗ୍ୟାଙ୍ଗଟକରେ ଥିବା ତାଙ୍କ ପୈତୃକ ରାଜମହଲକୁ ଯିବା ଆସିବ କରନ୍ତି। କିନ୍ତୁ ସେଠାରେ କିଛି ସମୟ ବୁଲା ବୁଲି କରି ପୁଣି ଫେରି ଯାଆନ୍ତି ବଣ ପାହଡ ଘେରା ଗୁମ୍ଫାକୁ। ୧୯୮୨ ମସିହାରେ ତାଙ୍କ ବାପାଙ୍କ ମୃତ୍ୟ ହେବା ପରେ ୱାଂଚୁକ ସମ୍ପୁର୍ଣ୍ଣ ଘର ଛାଡି ଚାଲିଯାଇଥିଲେ ଯେ କେବେ ଆଉ ଫେରି ନାହାଁନ୍ତି।