ମୋଦିଙ୍କ ସହ ଦିନଟିଏ: ପଢ଼ନ୍ତୁ ଫିଟନେସ୍‌ ରାଜ

କେନ୍ଦ୍ରରେ ମୋଦି ସରକାରଙ୍କୁ  ଆଜି ୩ ବର୍ଷ ପୁରିଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ  ମଧ୍ୟ  ୬୬ ବର୍ଷ ଛୁଇଁଲାଣି। ଏବେ ବି  ସେ ଫିଟ୍‌।  ସବୁବେଳେ ତାଙ୍କ ମୁହଁରେ ଚମକ ଥାଏ।  ୬୬ ବର୍ଷରେ ୧୮ ଘଣ୍ଟା କାମ କରିଥାନ୍ତି ମୋଦି। କେବେ ବି ହାଲିଆ ହୁଅନ୍ତି ନାହିଁ। ସବୁବେଳେ କର୍ମଚଞ୍ଚଳ। ମୋଦିଙ୍କର କାମ କରିବା ଶୈଳୀ ସମସ୍ତଙ୍କଠାରୁ ନିଆରା । ଆସନ୍ତୁ ଜାଣିବା ମୋଦିଙ୍କ ଜୀବନଚର୍ଯ୍ୟା ବିଷୟରେ। ୧-ମୋଦି ଭୋର ୪ଟାରେ ଉଠନ୍ତି। ସକାଳର […]

modi

Rakesh Mallick
  • Published: Tuesday, 16 May 2017
  • , Updated: 16 May 2017, 04:59 PM IST

କେନ୍ଦ୍ରରେ ମୋଦି ସରକାରଙ୍କୁ  ଆଜି ୩ ବର୍ଷ ପୁରିଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ  ମଧ୍ୟ  ୬୬ ବର୍ଷ ଛୁଇଁଲାଣି। ଏବେ ବି  ସେ ଫିଟ୍‌।  ସବୁବେଳେ ତାଙ୍କ ମୁହଁରେ ଚମକ ଥାଏ।  ୬୬ ବର୍ଷରେ ୧୮ ଘଣ୍ଟା କାମ କରିଥାନ୍ତି ମୋଦି। କେବେ ବି ହାଲିଆ ହୁଅନ୍ତି ନାହିଁ। ସବୁବେଳେ କର୍ମଚଞ୍ଚଳ। ମୋଦିଙ୍କର କାମ କରିବା ଶୈଳୀ ସମସ୍ତଙ୍କଠାରୁ ନିଆରା । ଆସନ୍ତୁ ଜାଣିବା ମୋଦିଙ୍କ ଜୀବନଚର୍ଯ୍ୟା ବିଷୟରେ।

-ମୋଦି ଭୋର ୪ଟାରେ ଉଠନ୍ତି। ସକାଳର ଏକ କପ୍‌ ଚା’ରୁ ତାଙ୍କର ଦିନ ଆରମ୍ଭ ହୋଇଥାଏ। ପରେ ସେ ଇଣ୍ଟରନେଟ୍ ଓ ଟ୍ୱିଟରରେ ଆସିଥିବା ପ୍ରତିକ୍ରିୟା ଚେକ୍ କରନ୍ତି।

୨-ଫିଟ୍ ରହିବା ପାଇଁ ଅଧଘଣ୍ଟା ଯୋଗ କରନ୍ତି। ମୋଦି ବିଦେଶ ଗସ୍ତରେ ଗଲେ ମଧ୍ୟ ତାଙ୍କ ରୁଟିନ୍‌ ଅନୁସାରେ କାମ କରନ୍ତି।

୩-ମୋଦି  ସକାଳ ୯ଟାରେ ଗୁଜରାଟି ଖାଦ୍ୟ ସହ କିଛି ଫଳ ଆହାର କରନ୍ତି। ଖାଇବା ପରେ ସେ କିଛି ଗୁରୁତ୍ୱପୂର୍ଣ୍ଣ ଫୋନ୍ କଲ୍‌ କରିଥାନ୍ତି।

୪-ମୋଦି କାର୍ଯ୍ୟାଳୟରୁ ବାହାରିବା ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ଫାଇଲ ଗୁଡ଼ିକୁ ଚେକ୍‌ କରନ୍ତି।

୫-ମୋଦି ୯ଟା ୩୦ରେ  ନିଜ କାର୍ଯ୍ୟାଳୟରେ ପହଞ୍ଚିଥାନ୍ତି। ସେଠାରେ ସେ  ନିଜ ମନ୍ତ୍ରୀମାନଙ୍କ ସହ ବିଭିନ୍ନ କାର୍ଯ୍ୟ ବିଷୟରେ ଆଲୋଚନା କରନ୍ତି।

୬-ମୋଦି ମଧ୍ୟାହ୍ନ ଭୋଜନରେ ଗୁଜରାଟି ଖାଦ୍ୟ ସହ ଦକ୍ଷିଣ ଭାରତୀୟ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି। ଖାଇବା ପରେ ମୋଦି ଫୁଡ୍ ସାଲାଡ୍‌ ଖାଆନ୍ତି।

୭-ସନ୍ଧ୍ୟା ୭ଟା ୩୦ ମୋଦି କାର୍ଯ୍ୟାଳୟରୁ ଫେରନ୍ତି। ରାତି ୯ଟା ବେଳେ ରାତ୍ର ଭୋଜନ କରନ୍ତି। ପରେ ସେ ବାକିଥିବା ଥିବା କାମ କରନ୍ତି।

Related story