Advertisment

ଓଡ଼ିଶା ଦେଖିବ ମୟୂରଭଞ୍ଜ ରାଜ୍ୟର ପ୍ରଥମ ରେଳ ଇଞ୍ଜିନ!

ବାରିପଦା(ମାଣିକ ଲାଲ ପାଣି): ସାରା ଦେଶ ଦେଖିବ ମୟୂରଭଞ୍ଜର ଐତିହ୍ୟ ବହନ କରୁଥିବା ରେଳ ଇଞ୍ଜିନ। ଯେଉଁ ରେଳ ଇଞ୍ଜିନ ପ୍ରଜାବତ୍ସଳ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବ୍ରିଟେନ୍‌ରୁ ଆଣିଥିଲେ। ଯାହାର ନାଁ ଥିଲା ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା। ବାରିପଦାରେ ତିଆରି ହେଉଥିବା ରେଳ ମ୍ୟୁଜିୟମ୍‌ରେ ଏହି ସବୁ ଶତାୟୁ ରେଳ ଇଞ୍ଜିନ ପ୍ରଦର୍ଶିତ ହେବ। ଏଥିସହିତ ନୂଆ ପୁରୁଣା ରେଳ ଇଞ୍ଜିନ ଓ ଡବା ମଧ୍ୟ ରହିବ। ପ୍ରଜାବତ୍ସଳ ଥିଲେ ମୟୂରଭଞ୍ଜ ରାଜ୍ୟର ମହାରାଜା ଶ୍ରୀରାମଚନ୍ଦ୍ର […]

ଅଦ୍ୟତନ ହୋଇଛି
ଓଡ଼ିଶା ଦେଖିବ ମୟୂରଭଞ୍ଜ ରାଜ୍ୟର ପ୍ରଥମ ରେଳ ଇଞ୍ଜିନ!

Baripada Rail

Advertisment

ବାରିପଦା(ମାଣିକ ଲାଲ ପାଣି): ସାରା ଦେଶ ଦେଖିବ ମୟୂରଭଞ୍ଜର ଐତିହ୍ୟ ବହନ କରୁଥିବା ରେଳ ଇଞ୍ଜିନ। ଯେଉଁ ରେଳ ଇଞ୍ଜିନ ପ୍ରଜାବତ୍ସଳ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବ୍ରିଟେନ୍‌ରୁ ଆଣିଥିଲେ। ଯାହାର ନାଁ ଥିଲା ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା। ବାରିପଦାରେ ତିଆରି ହେଉଥିବା ରେଳ ମ୍ୟୁଜିୟମ୍‌ରେ ଏହି ସବୁ ଶତାୟୁ ରେଳ ଇଞ୍ଜିନ ପ୍ରଦର୍ଶିତ ହେବ। ଏଥିସହିତ ନୂଆ ପୁରୁଣା ରେଳ ଇଞ୍ଜିନ ଓ ଡବା ମଧ୍ୟ ରହିବ।

Advertisment

ପ୍ରଜାବତ୍ସଳ ଥିଲେ ମୟୂରଭଞ୍ଜ ରାଜ୍ୟର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ। ସୁଖଦୁଃଖରେ ସବୁବେଳେ ପ୍ରଜାଙ୍କ ସହିତ ଛିଡ଼ା ହେଉଥିଲେ। ବଣ ପାହାଡ଼ ଘେରା ମୟୂରଭଞ୍ଜ ରାଜ୍ୟରେ ସେ ପ୍ରଥମେ ଚଳାଇଥିଲେ ବାସ୍ପ ଚାଳିତ ରେଳ। ସେଥିପାଇଁ ବ୍ରିଟିସ୍‌ ଲୋକୋମେଟିକ୍‌ କମ୍ପାନୀଠାରୁ ମହାରାଜା ୩ଟି ରେଳ ଇଞ୍ଜିନ ଆଣିଥିଲେ। ଇଞ୍ଜିନ ଓ ଡ଼ବା ଗୁଡ଼ିକ ପାଣି ଜାହାଜରେ ଆଣିଥିଲେ। ୧୯୦୪ ମସିହାରେ ମୟୂରଭଞ୍ଜରେ ପହଞ୍ଚିଥିଲା ରେଳ ଇଞ୍ଜିନ। ଯାହାର ନାଁ ରଖାଯାଇଥିଲା ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା।

୧୯୦୫ ମସିହାରେ ମୟୂରଭଞ୍ଜ ରାଜ୍ୟରେ ପ୍ରଥମ ଥର ପାଇଁ ବାରିପଦାରୁ ରୁପ୍‌ଷା ଭିତରେ ଗଡ଼ିଥିଲା ରେଳ। ଏହାର ଲୋକାର୍ପଣ ଉତ୍ସବରେ ଦେଶ ବିଦେଶର ଅତିଥିମାନେ ଯୋଗଦେଇଥିଲେ। ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଉପସ୍ଥିତି ବ୍ରିଟେନ୍‌ର ଆଣ୍ଡ୍ରୁ ଫେଜର ଓ ତାଙ୍କ ପତ୍ନୀ ରେଳ ଚଳାଚଳକୁ ଲୋକାର୍ପିତ କରିଥିଲେ। ପ୍ରଥମ ଟ୍ରେନ୍‌ ବାରିପଦାରୁ ବାଙ୍ଗିରିପୋଷୀକୁ ଗଡ଼ିଥିଲା। ପରେ ବାରିପଦାରୁ ବାଙ୍ଗିରିପୋଷୀ ଓ ବାଙ୍ଗିରିପୋଷୀରୁ ତାଳବନ୍ଧ ପର୍ଯ୍ୟନ୍ତ ଗଡ଼ିଥିଲା।

Advertisment

[caption id="attachment_666758" align="aligncenter" width="650"]Baripada Rail ଦେଶ ସ୍ୱାଧୀନ ପୂର୍ବରୁ ମୟୂରଭଞ୍ଜ ରାଜ୍ୟରେ ଗଡ଼ୁଥିବା ରେଳ(ଫାଇଲ ଫଟୋ)[/caption]

ରାଜ୍ୟର ଜନତା ଏହି ଟ୍ରେନ୍‌ରେ ଯାତ୍ରା କରୁଥିଲେ। ଏହାଛଡ଼ା ରାଜ୍ୟ ବାହାରୁ ଆସୁଥିବା ଲୋକମାନେ ରେଳରେ ବସି ବଣ ପାହାଡ଼ ଘେରା ମୟୂରଭଞ୍ଜର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥିଲେ। ବିଦେଶୀରୁ ମଧ୍ୟ ବହୁ ଲୋକ ଟ୍ରେନ୍‌ର ମଜା  ନେଉଥିଲେ। ମହାରାଜାଙ୍କ ଏପରି ଉଦ୍ୟମକୁ ସେତେବେଳେ ବହୁ ପ୍ରଶଂସା କରାଯାଇଥିଲା।

ଏବେ ଦେଶ ସ୍ୱାଧୀନ ହୋଇଛି। ରାଜତନ୍ତ୍ର ଯାଇ ଗଣତନ୍ତ୍ର ପ୍ରତିଷ୍ଠା ହୋଇଛି। ମୟୂରଭଞ୍ଜ ପରି ରାଜ୍ୟ ଓଡ଼ିଶାରେ ମିଶି ତିଆରି ହୋଇଛି ବୃହତ ଭୂଖଣ୍ଡ। ଏହାରି ଭିତରେ ରେଳ ବିଭାଗ ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ୁଛି। ମିଟ୍‌ର ଗେଜ୍‌ ଯାଇ ବିଦ୍ୟୁତ ଚାଳିତ ଟ୍ରେନ୍‌ ଟ୍ରାକ୍‌ରେ ଦୌଡ଼ୁଛି। ଯେଉଁଥିପାଇଁ ଦେଶ ସ୍ୱାଧୀନ ପୂର୍ବରୁ ମୟୂରଭଞ୍ଜ ରାଜ୍ୟରେ ଦୌଡ଼ୁଥିବା ରେଳ ଗୁଡ଼ିକ ଅଦରକାରି ହୋଇ ପଡ଼ିଛି। ଏବେ ଖଣ୍ଡ ବିଖଣ୍ଡିତ ଇଞ୍ଜିନ ଓ ଡବା ଗୁଡ଼ିକ ବାରିପଦା ରେଳ ଷ୍ଟେସନ୍‌ ପଛ ପାର୍ଶ୍ୱରେ ଥିବା ଷ୍ଟକ୍‌ୟାର୍ଡରେ ନଷ୍ଟ ହେଉଛି। ଆଉ କିଛି ଡବା ବର୍ଷା ପାଣିରେ ଭିଜି ନଷ୍ଟ ହେବାକୁ ବସିଲାଣି। ଏହାର ସଂରକ୍ଷଣ ପାଇଁ ବହୁ ବର୍ଷ ତଳୁ ଆରମ୍ଭ ହୋଇଥିଲା ଉଦ୍ୟମ।

ଦୀର୍ଘ ଦିନ ପରେ ମୟୂରଭଞ୍ଜବାସୀଙ୍କ ସ୍ୱପ୍ନ ସାକାର ହେବାକୁ ଯାଉଛି। ବାରିପଦାରେ ୧ କୋଟି ୫୫ ଲକ୍ଷ ଟଙ୍କାରେ ତିଆରି ହେଉଛି ରେଳ ମ୍ୟୁଜିୟମ୍‌। ଏଠାରେ ଶତାୟୁ ରେଳ ଇଞ୍ଜିନ୍‌ ଓ ଡବା (ଯାହାକୁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବ୍ରିଟେନ୍‌ରୁ ଆଣିଥିଲେ) ରହିବ। ଏହାଛଡ଼ା ଡିଜେଲ୍‌ ଇଞ୍ଜିନ ଓ ନୂତନ ପିଢ଼ିର ଇଞ୍ଜିନ୍‌ ଏଠାରେ ରହିବ। ଯାହା ଆଗାମୀ ପିଢ଼ି ପାଇଁ ମାର୍ଗ ଦେଖାଇବ ଓ ମୟୂରଭଞ୍ଜ ରାଜ୍ୟର ଗୌରବ ବଖାଣିବ। ଏହି ମ୍ୟୁଜିୟମ୍‌ ଦକ୍ଷିଣ-ପୂର୍ବ ରେଳବାଇ ଖଡ଼କପୁର ଅଧୀନରେ ରହିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe