ଗରିବଙ୍କ ପାଇଁ ଖୋଲିଲା ଫୁଡ୍ ଏଟିଏମ୍

କୋଲକାତା: ଟଙ୍କା ବାହାର କରିବା ପାଇଁ ଆମେ ଏଟିଏମ୍ ବ୍ୟବହାର କରୁ କିନ୍ତୁ କୋଲକାତାରେ ଏମିତି ଏକ ଏଟିଏମ୍ ଖୋଲିଛି, ଯେଉଁଠୁ ବାହାରୁଛି ଖାଦ୍ୟ ।ଘଟଣାଟି ହେଲା- ଗରିବ ମାନଙ୍କ ପାଇଁ କୋଲକାତାରେ ଆରମ୍ଭ ହୋଇଛି ଏକ ଫୁଡ୍ ଏଟିଏମ୍। ଏଟିଏମ୍ ମାନେ, ଏହା ଏକ ୩୨୦ ଲିଟର ବିଶିଷ୍ଟ ରେଫ୍ରିଜେରେଟର। କୋଲକାତାର ଏକ ରେସ୍ତୋରାଁର ମାଲିକ ଏହାକୁ ଆରମ୍ଭ କରିଛନ୍ତି। ସାଞ୍ଝା ଚୁଲା ନାମକ ଏହି ରେସ୍ତୋରାଁର ସହ-ମାଲିକ ଆସିଫ୍ ଅହମଦ ଏହି ଫୁଡ୍ ଏଟିଏମଟି […]

food

Rakesh Mallick
  • Published: Thursday, 24 August 2017
  • , Updated: 24 August 2017, 04:52 PM IST

କୋଲକାତା: ଟଙ୍କା ବାହାର କରିବା ପାଇଁ ଆମେ ଏଟିଏମ୍ ବ୍ୟବହାର କରୁ କିନ୍ତୁ କୋଲକାତାରେ ଏମିତି ଏକ ଏଟିଏମ୍ ଖୋଲିଛି, ଯେଉଁଠୁ ବାହାରୁଛି ଖାଦ୍ୟ ।ଘଟଣାଟି ହେଲା- ଗରିବ ମାନଙ୍କ ପାଇଁ କୋଲକାତାରେ ଆରମ୍ଭ ହୋଇଛି ଏକ ଫୁଡ୍ ଏଟିଏମ୍। ଏଟିଏମ୍ ମାନେ, ଏହା ଏକ ୩୨୦ ଲିଟର ବିଶିଷ୍ଟ ରେଫ୍ରିଜେରେଟର। କୋଲକାତାର ଏକ ରେସ୍ତୋରାଁର ମାଲିକ ଏହାକୁ ଆରମ୍ଭ କରିଛନ୍ତି। ସାଞ୍ଝା ଚୁଲା ନାମକ ଏହି ରେସ୍ତୋରାଁର ସହ-ମାଲିକ ଆସିଫ୍ ଅହମଦ ଏହି ଫୁଡ୍ ଏଟିଏମଟି ଆରମ୍ଭ କରିବାକୁ ରୋଟାରୀ, ରାଉଣ୍ଡ ଟେବୁଲ ଓ ଜେଆଇଟିଓ ନାମକ ଅନ୍ୟ ୩ଟି ସଂସ୍ଥାର ସାହାଯ୍ୟ ନେଇଛନ୍ତି। ଏହି ଏଟିଏମଟିକୁ ସେ ତାଙ୍କର ପାର୍କ ସର୍କସ୍ ରେସ୍ତୋରାଁ ବାହାରେ ଲଗାଇଛନ୍ତି। ଏପରି କରିବା ପଛର କାରଣଟି ମହତ , କାରଣ ହେଲା, ଖାଦ୍ୟ ନଷ୍ଟ ନହେଉ ଏବଂ ଭୋକିଲା ଓ ଗରିବଙ୍କୁ ଖାଦ୍ୟ ମିଳୁ।

ଅହମଦ କହିଛନ୍ତି ଯେ, “ଏହା ଏକ ଟ୍ରାନ୍ସପରେଣ୍ଟ ଡୋର ବାଲା ରେଫ୍ରିଜରେଟର। ଯାହାର ବ୍ୟବହାର ମୁଖ୍ୟତଃ ଖାଦ୍ୟକୁ ସୁରକ୍ଷିତ ଓ ତାଜା ରଖିବାକୁ ଆମେ କରୁଛୁ । ଆମେ ଆମ ଗ୍ରାହକ ମାନଙ୍କୁ ପରାମର୍ଶ ଦେଉଛୁ, ବଳି ପଡ଼ିଥିବା ଖାଦ୍ୟକୁ ନ ଫୋପାଡ଼ି ଦାନ କରି ଦିଅନ୍ତୁ। ଆମ ରେସ୍ତୋରାଁକୁ ଆସୁଥିବା ଗ୍ରାହକଙ୍କ ବ୍ୟତୀତ ସହରର ଅନ୍ୟ ଲୋକମାନେ ମଧ୍ୟ ଏଠି ଖାଦ୍ୟ ଦାନ କରିବାକୁ ଆସୁଛନ୍ତି। ଏଥିରେ ବିରିୟାନୀ ଏବଂ ରୁଟି ମୁଖ୍ୟ। ଖାଦ୍ୟକୁ ବାସୀ ହେବାକୁ ଦିଆଯାଉନି, ସବୁ କେମିତି ତାଜା ରହିବ ସେଥିପ୍ରତି ଦୃଷ୍ଟି ଦିଆଯାଉଛି” ।

ଏହି ରେଫ୍ରିଜେରେଟର ଉପରେ ଏକ ପ୍ଲାକାର୍ଡ ଲାଗିଛି । ଯେଉଁଥିରେ ଲେଖାଯାଇଛି, ‘ଯେତେ ଖାଦ୍ୟ ଗୋଟେ ବର୍ଷରେ ଭାରତରେ ନଷ୍ଟ ହେଉଛି, ସେଥିରେ ମିଶରର ସମସ୍ତ ବାସିନ୍ଦାଙ୍କୁ ବର୍ଷେ ପର୍ଯ୍ୟନ୍ତ ଖାଦ୍ୟ ଯୋଗାଯାଇ ପାରିବ।’ ଆସିଫ ଅହମଦ ଏହି ସେବାକୁ ସହରର ଆଉ ୩ଟି ଜାଗାରେ ଖୋଲିବାକୁ ଯୋଜନା ରଖିଛନ୍ତି। ଏଥିପାଇଁ ପ୍ରାରମ୍ଭିକ ଭାବେ ୫୦,୦୦୦ ଟଙ୍କା ଖର୍ଚ୍ଚା କରାଯାଇଛି।

Related story