ଅଣ୍ଡା ଛାଡ଼ି ଚାଲିଗଲା ମାଆ ଗୋଖର: ଜନ୍ମ ହେଲେ ଡଜନେରୁ ଅଧିକ ଛୁଆ, ଜାଣନ୍ତୁ କେମିତି

ସାପ ଏପରି ଏକ ଜୀବ ଯାହାକୁ ସମସ୍ତଙ୍କର ଡର। ବାସ୍ତବରେ କିନ୍ତୁ ସାପ ବହୁତ ଶାନ୍ତ ଓ ଭୟାଳୁ ସ୍ୱଭାବର। ନିଜ ପ୍ରତି ବିପଦ ନ ଆସିବା ପର୍ଯ୍ୟନ୍ତ ସାପ କାହାକୁ ଆକ୍ରମଣ କରି ନଥାଏ। ଏହାସତ୍ତ୍ୱେ ସାପ ନାଁ ଶୁଣିଲେ ଲୋକଙ୍କ ହୃତକମ୍ପନ ବଢିଯାଏ ଓ ମନରେ ଅଜଣା ଭୟ ସୃଷ୍ଟି ହୋଇଥାଏ। ଏବେ କେରଳର ଏକ ଗାଁରେ ସାପକୁ ନେଇ ଭୟର ବାତାବରଣ ଖେଳି ଯାଇଛି। କାରଣ ଏହି ଗାଁରେ ଜନ୍ମ ନେଇଛନ୍ତି ଡଜନେରୁ […]

snake

Rakesh Mallick
  • Published: Thursday, 03 August 2017
  • , Updated: 03 August 2017, 05:59 PM IST

ସାପ ଏପରି ଏକ ଜୀବ ଯାହାକୁ ସମସ୍ତଙ୍କର ଡର। ବାସ୍ତବରେ କିନ୍ତୁ ସାପ ବହୁତ ଶାନ୍ତ ଓ ଭୟାଳୁ ସ୍ୱଭାବର। ନିଜ ପ୍ରତି ବିପଦ ନ ଆସିବା ପର୍ଯ୍ୟନ୍ତ ସାପ କାହାକୁ ଆକ୍ରମଣ କରି ନଥାଏ। ଏହାସତ୍ତ୍ୱେ ସାପ ନାଁ ଶୁଣିଲେ ଲୋକଙ୍କ ହୃତକମ୍ପନ ବଢିଯାଏ ଓ ମନରେ ଅଜଣା ଭୟ ସୃଷ୍ଟି ହୋଇଥାଏ। ଏବେ କେରଳର ଏକ ଗାଁରେ ସାପକୁ ନେଇ ଭୟର ବାତାବରଣ ଖେଳି ଯାଇଛି। କାରଣ ଏହି ଗାଁରେ ଜନ୍ମ ନେଇଛନ୍ତି ଡଜନେରୁ ଅଧିକ କିଙ୍ଗ୍ କୋବ୍ରା ବା ଗୋଖର।

ଭାରତରେ ଦେଖା ଯାଉଥିବା ବିଷାକ୍ତ ସାପଙ୍କ ମଧ୍ୟରେ ସବୁଠାରୁ ଭୟଙ୍କର ହେଉଛି ଗୋଖର। ତେଣୁ ଏକାଥରେ ଏତେ ସଂଖ୍ୟାରେ ଗୋଖର ସାପ ଜନ୍ମ ନେବା ନିଶ୍ଚିତ ଭାବେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ସ୍ବଭାବିକ। ତେବେ ଏହି ସାପ ଜନ୍ମ ନେବା ପଛରେ ୩ ଜଣ ବନ କର୍ମଚାରୀଙ୍କ ନିଷ୍ଠାପର ମନୋଭାବ ଓ ଦାୟିତ୍ୱବୋଧ ରହିଛି। ଏମାନଙ୍କ ଉଦ୍ୟମ ଯୋଗୁଁ ଆଜି ଏହି ସାପ ଶାବକମାନେ ଦୁନିଆ ଦେଖି ପାରିଛନ୍ତି।

କଥାଟି ଏମିତି। କେରଳର କୋଟ୍ଟିପୁରରେ ଗୋଟିଏ କିଙ୍ଗ କୋବ୍ରା ୧୦୦ଟି ଅଣ୍ଡା ଦେଇଥିଲା। ତେବେ ନିଜ ଜୀବନକୁ ବିପଦ ଥିବାରୁ ମାଆ ସାପଟି ଅଣ୍ଡାଗୁଡିକୁ ଛାଡି ଅଞ୍ଚଳ ଛାଡି ଚାଲି ଯାଇଥିଲା। ଯେତେବେଳେ ଗ୍ରାମବାସୀ ଏତେ ସଂଖ୍ୟାରେ ସାପ ଅଣ୍ଡା ପାଇଲେ ଭୟର ବାତାବରଣ ଖେଳି ଯାଇଥିଲା। ଗ୍ରାମବାସୀ ଅଣ୍ଡାଗୁଡିକୁ ନଷ୍ଟ କରିଦେବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ବନ କର୍ମଚାରୀ ବିଜୟ ଦିଲକଣ୍ଠନ୍‌, ଗୌରୀଶଙ୍କର ଏବଂ ଚନ୍ଦ୍ରନ୍‌ ସେଠାରେ ପହଞ୍ଚି ଅଣ୍ଡାଗୁଡିକୁ ଉଦ୍ଧାର କରିବା ସହ ସୁରକ୍ଷିତ ରଖିଥିଲେ।

ପ୍ରାୟ ୧୦୦ ଦିନ ପରେ ଏବେ ଅଣ୍ଡା ଫୁଟି ଛୁଆ ବାହାରିଛନ୍ତି। ତେବେ ଗ୍ରାମବାସୀଙ୍କ ଭୟକୁ ଦୃଷ୍ଟିରେ ରଖି କେତେ ସଂଖ୍ୟାରେ ଛୁଆ ଜନ୍ମ ହୋଇଛନ୍ତି ତାହା ଘୋଷଣା କରାଯାଇନାହିଁ। ଅଣ୍ଡାରୁ ଛୁଆ ଫୁଟିବା ପର୍ଯ୍ୟନ୍ତ ସାପଙ୍କ ପ୍ରତି ଗ୍ରାମବାସୀଙ୍କ ନମରେ ଥିବା ଭୟ ଦୂର କରିବାକୁ ଏହି ତିନି ବନ କର୍ମଚାରୀ ବହୁତ ଉଦ୍ୟମ କରିଥିଲେ।

Related story