ସାଧାରଣତଃ ଆମେ ଛୋଟ ପିଲା ଦେଖିଲେ ତାକୁ ସ୍ନେହ କରିବାକୁ ପଛାନ୍ତି ନାହିଁ। ତାର ମିଠା ମିଠା ହସ ସମସ୍ତଙ୍କ ମନକୁ ପ୍ରଫୁଲ୍ଲ କରି ଦେଇଥାଏ। ହେଲେ ବଙ୍ଗଳାଦେଶର ମାଗଗୁରା ନିବାସୀ ୪ ବର୍ଷର ବାଳକ ବାଇଜିଦ୍କୁ ଦେଖିଲେ ଆପଣ ଭୟଭୀତ ହୋଇଯିବେ। ଏବେ ତାର ଶୈଶବ, କିନ୍ତୁ ହସିଲା ଖେଳିଲା ବୟସରେ ସେ ଦେଖାଯାଉଛି ଜଣେ ବୃଦ୍ଧ ମଣିଷ ପରି। ସଧାରଣତଃ ଆମ ପରିବାରରେ ଶିଶୁଟିଏ ଜନ୍ମ ହେଲେ, ସମସ୍ତଙ୍କ ଭିତରେ ଖୁସି ଭରିଯାଏ । କିନ୍ତୁ ବାଇଜିଦ୍ର ପରିବାରରେ ଖୁସି ନଥିଲା। ଏହାର କାରଣ ହେଲା ଶିଶୁ ବାଇଜିଦ୍ର ଚେହେରା। ଆଉଏକ ଆଶ୍ଚର୍ଯ୍ୟକର କଥା ହେଲା, ବାଇଜିଦ୍ ଜନ୍ମ ବେଳେ ତା ମା’ଙ୍କ ବୟସ ଥିଲା ମାତ୍ର ୧୪ ବର୍ଷ। ଶିଶୁର ଏପରି ଚେହେରା ଦେଖି ବାପା ମାଆଙ୍କ ଭିତରେ ବିଷାଦ ଘେରି ଯାଇଥିଲା।
ବାଇଜିଦ୍ଙ୍କୁ ସୁସ୍ଥ କରିବା ପାଇଁ ତାଙ୍କ ପରିବାର ଲୋକେ ବହୁ ଚେଷ୍ଟା କରିଛନ୍ତି। ଜନ୍ମରୁ ହିଁ ତା ଚର୍ମ ଲୋଚାକଚା ହୋଇ ଯାଇଥିଲା। ପିଠିରେ କେଶ ଓ ସଂପୂର୍ଣ୍ଣ ଶରୀର ଦୁର୍ବଳ ଥିଲା। ବାଇଜିଦ୍ କୌଣସି ମାରାତ୍ମକ ରୋଗରେ ପୀଡ଼ିତ ଥିବା ଆଶଙ୍କା କରାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଆମେରିକା ଝିଅ ହେଲେ ଓଡ଼ିଆ ବୋହୂ: ବଖାଣିଲେ କେମିତି ବଦଳିଲା ଜୀବନଶୈଳୀ
ଓଡ଼ିଆ ଯୁବକଙ୍କୁ ବବାହ କରି ବେଙ୍ଗାଲୁରୁରେ ରହୁଛନ୍ତି ଆମେରିକାର ହାନ୍ନା। କହିଲେ ସବୁ ବୋହୁ ମୋ ଭଳି ଭାଗ୍ୟବତୀ ନୁହନ୍ତି।
Special
ଭୋକର ଭୂଗୋଳ ଭିତରେ ଏମାନଙ୍କ ପାଇଁ ନୂଆବର୍ଷ ଅର୍ଥ କ’ଣ?
ବାପାଙ୍କ ଦେହାନ୍ତ ପରେ ବିକାଶଙ୍କ ପାଠ ପଢାରେ ଡୋରୀ ବାନ୍ଧିଲେ। ପେଟ ଚାଖଣ୍ଡକ ପାଇଁ ସେ ଅନୁଗୋଳରେ ଏକ ଧୂପ କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ଅଞ୍ଜଳି ପାଲ୍ଙ୍କ ସଂସ୍ପର୍ଶରେ ଆସିଥିଲେ ବିକାଶ।
Special
ବୟସ କମ୍ କିନ୍ତୁ ବୁଦ୍ଧି ପ୍ରଖର; ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି
କେବଳ ପାଠରେ ନୁହେଁ,ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ ଆକ୍ଟିଭିଟିରେ ବି ସେ ନିଜ ବୟସର ପିଲାମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବୁଦ୍ଧିମତା ଦେଖି ଦଶମ ଛାତ୍ର ବି ଛାନିଆ ।
Special
କାହାକୁ ଖୋଜୁଛି ବାଘୁଣୀ ‘ଜିନ୍ନତ’? କାହିଁକି ବୁଲୁଛି ୩ ରାଜ୍ୟରେ?
ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା।
Special
ଗାଁରୁ ପଞ୍ଚାୟତ ୨୦ କିମି; ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ
ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକଙ୍କୁମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାହିଁକି ନା ପେଟର ଭୋକ ସେମାନଙ୍କ ପାଦକୁ ଜଙ୍ଗଲୀ ରାସ୍ତାରେ ଆଗକୁ ଟାଣି ନେଉଛି।