ଗରିବ ପିଲାଙ୍କୁ ଆଇଏଏସ କରିବାକୁ ଛାଡ଼ିଲେ ଡାକ୍ତର, ଆଇଏଏସ ଚାକିରି: କିଏ ଏହି  ଯୁବକ?

ନୂଆଦିଲ୍ଲୀ: ଗୋଟିଏ ନୁହେଁ ଦୁଇ ଦୁଇଟା ଚାକିରି। ସେ ପୁଣି ଏମିତି ସେମିତି ନୁହେଁ। ସବୁଠୁ ମର୍ଯ୍ୟାଦାଜନକ ଆଉ ସମ୍ମାନଜନକ ଚାକିରି। ଦରମା ବି ସେମିତି ମୋଟା ଅଙ୍କର।  ଥରେ ଏମ୍‌ବିବିଏସ୍‌ ଡାକ୍ତର ଏବଂ ଆଉ ଥରେ ଆଇଏଏସ। କେତେ ଅଧ୍ୟବସାୟ କରି ନ ଥିବେ ଡାକ୍ତର ଓ ଆଇଏଏସ୍ ହେବାକୁ, ତଥାପି ଅତିସହଜରେ ଛାଡ଼ି ଦେଲେ। ବୟସ ବି ସେତେ ନୁହେଁ। ଅଳ୍ପ ବୟସରେ ସେ ସଫଳତାର ଶୀର୍ଷରେ ପହଞ୍ଚି ଯାଇଥିଲେ। ହେଲେ ଏମିତି ପଦକ୍ଷେପ […]

saini-1

Rakesh Mallick
  • Published: Sunday, 14 May 2017
  • , Updated: 15 May 2017, 08:52 AM IST

ନୂଆଦିଲ୍ଲୀ: ଗୋଟିଏ ନୁହେଁ ଦୁଇ ଦୁଇଟା ଚାକିରି। ସେ ପୁଣି ଏମିତି ସେମିତି ନୁହେଁ। ସବୁଠୁ ମର୍ଯ୍ୟାଦାଜନକ ଆଉ ସମ୍ମାନଜନକ ଚାକିରି। ଦରମା ବି ସେମିତି ମୋଟା ଅଙ୍କର।  ଥରେ ଏମ୍‌ବିବିଏସ୍‌ ଡାକ୍ତର ଏବଂ ଆଉ ଥରେ ଆଇଏଏସ। କେତେ ଅଧ୍ୟବସାୟ କରି ନ ଥିବେ ଡାକ୍ତର ଓ ଆଇଏଏସ୍ ହେବାକୁ, ତଥାପି ଅତିସହଜରେ ଛାଡ଼ି ଦେଲେ। ବୟସ ବି ସେତେ ନୁହେଁ। ଅଳ୍ପ ବୟସରେ ସେ ସଫଳତାର ଶୀର୍ଷରେ ପହଞ୍ଚି ଯାଇଥିଲେ। ହେଲେ ଏମିତି ପଦକ୍ଷେପ ପଛରେ ନ ଥିଲା ବଡ଼ ଚାକିରିର ଲୋଭ। ମନରେ ଥିଲା ଆଉ କିଛି ସ୍ୱପ୍ନ। ସବୁ କିଛି ପାଦରେ ଆଡ଼େଇ ଦେଇ ସେ ଉତ୍ସର୍ଗୀକୃତ ସେବାମନବୃତ୍ତିକୁ ଆପଣେଇ ନେଇଛନ୍ତି। ସିଏ ବି ହାଇଟେକ୍‌ ଉପାୟରେ। ଆଉ ଡିଜିଟାଲ ମୋଡ୍‌ରେ।  ସେହି ଯୁବକ ଜଣକ ହେଉଛନ୍ତି ରୋମାନ ସାଇନି।

ରାଜସ୍ଥାନର ଜୟପୁରରେ ତାଙ୍କ ଘର। ରୋମାନ ଏବେ ଇ-ଟ୍ୟୁଟର ମାଧ୍ୟମରେ ସିଭିଲ ସର୍ଭିସ କୋଚିଂ ଦେଉଛନ୍ତି।  ସେ ପୁଣି ବିନାମୂଲ୍ୟରେ। ସାଇନିଙ୍କୁ ଯେତେବେଳେ ୧୬ ବର୍ଷ ହୋଇଥିଲା  ସେ ସେତେବେଳେ ଏମ୍‌ସରେ ଏଣ୍ଟ୍ରାସ ବଜାଇ ମେଡିକାଲ ପଢିବା ଆରମ୍ଭ କରିଥିଲେ। ଅର୍ଥାତ ସେତେବେଳକୁ ସେ ଡାକ୍ତର ହୋଇଯାଇଥିଲେ। ତାଙ୍କୁ ସବୁଠୁ କନିଷ୍ଠ ଡାକ୍ତର ବୋଲି କୁହାଯାଉଥିଲା।  ୨୦ ବର୍ଷରେ ସେ ମେଡିକାଲ ଡିଗ୍ରୀ ହାତେଇ ଥିଲେ।  ଆଉ ୨୨ ବର୍ଷରେ ସେ ୟୁପିଏସସି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସବୁଠୁ କନିଷ୍ଠ ଆଇଏଏସ ଅଫିସର ଆଖ୍ୟା ପାଇଥିଲେ । ଚାକିରିର ମାତ୍ର ୨ ବର୍ଷ ପରେ ଆର୍ଥାତ ତାଙ୍କୁ ଯେତେବେଳେ ୨୪ ବର୍ଷ ହୋଇଥିଲା ସିଏ  ସହକାରୀ ଜିଲ୍ଲାପାଳ ପଦବୀରୁ  ଇସ୍ତଫା ଦେଇଥିଲେ। ସେହି ସମୟରେ ସେ ମଧ୍ୟପ୍ରଦେଶର ଜବଲପୁରରେ ଚାକିରି କରୁଥିଲେ। ୨୦୧୬ରେ ସେ ଚାକିରି ଛାଡ଼ିବା ପରେ ଗରିବ ପିଲାଙ୍କୁ କୋଚିଂ ଦେବାକୁ ନିଷ୍ପତ୍ତି ନେଇଥିଲେ ।

ସେବେଠାରୁ ସେ ଅନ୍‌ଲାଇନ ମାଧ୍ୟମରେ ସିଭିଲ ସର୍ଭିସ ପାଇଁ କୋଚିଂ ଦେଇ ଆସୁଛନ୍ତି।  ତାଙ୍କ ଟ୍ୟୁଟରିଆଲର ନାମ ରହିଛି ଅନ୍‌ ଏକାଡେମି। କେବଳ ସେତିକି ନୁହଁ ୟୁ-ଟ୍ୟୁବ୍‌ରେ ମଧ୍ୟ ସେ ଡାକ୍ତରୀ ଏବଂ ସିଭିଲ ସର୍ଭିସ ପାଇଁ  ଟିପ୍‌ସ୍‌ ଦେଉଛନ୍ତି। ତାଙ୍କ ଠାରୁ  ଶିକ୍ଷା ପାଇଥିବା ପ୍ରାୟ ୧୦ ଜଣ ସିଭିଲ ସର୍ଭିସରେ କୃତକାର୍ଯ୍ୟ ହୋଇସାରିଲେଣି।  ଏପରିକି ୟୁ-ଟ୍ୟୁବ୍‌ରେ ସେ ବାଣ୍ଟୁଥିବା ଜ୍ଞାନଧର୍ମୀ  ଭିଡିଓକୁ  ଲକ୍ଷ ଲକ୍ଷ ଲୋକ ଦେଖିସାରିଲେଣି। ଶିକ୍ଷାର ମାନକୁ ଡିଜିଟାଲ ମୁଡରେ ଗତିଶୀଳ କରିବା ପାଇଁ ତାଙ୍କର ଲକ୍ଷ୍ୟ ଥିଲା। ଯେଉଁଠି ସେ ପହଞ୍ଚି ସାରିଛନ୍ତି । ତଥାପି ବାଟଚଲା ସରି ନାହିଁ ବୋଲି ତାଙ୍କର ବିଶ୍ୱାସ। । ଆଜିର ଯୁଗରେ ସମସ୍ତେ ଚାକିରି ପଛରେ ଧାଉଁଥିବା ବେଳେ  ସାଇନିକଙ୍କ ଏହି ପ୍ରୟାସ ଅନ୍ୟମାନଙ୍କ ପାଇଁ ନିଶ୍ଚୟ ପ୍ରେରଣାଦାୟକ ହେବ। ଏଥିରେ ଦ୍ୱିମତ ନାହିଁ।

ସୌଜନ୍ୟ ଇଣ୍ଡିଆ ଟାଇମ୍‌ସ୍‌.କମ୍‌

Related story