'ପାଣ୍ଟାଲୁନ୍' ମାଲିକଙ୍କ ସଂଘର୍ଷପୂର୍ଣ୍ଣ ଜୀବନ କାହାଣୀ: ପାଠରେ ଥିଲେ ଦୁର୍ବଳ କିନ୍ତୁ ହିସାବରେ ମାହିର

ଭାରତର ‘ରିଟେଲ୍ କିଙ୍ଗ୍’ ନାମରେ ପରିଚିତ କିଶୋର ବିୟାନୀଙ୍କୁ ଫେ।ର୍ବସ ପତ୍ରିକା ପୁଣିଥରେ ୨୦୧୭ ବର୍ଷର ଶ୍ରେଷ୍ଠ-୧୦୦ ଧନୀ ତାଲିକାରେ ସାମିଲ କରିଛି। ତାଲିକାରେ କିଶୋର ୫୫ ନମ୍ୱର ସ୍ଥାନରେ ଅଛନ୍ତି। ‘ଫ୍ୟୁଚର ଗୃପ୍’ ସିଇଓ ହେଉଛନ୍ତି କିଶୋର ବିୟାନୀ। ୧୯୮୭ ମସିହାରେ ପାଣ୍ଟାଲୁନ୍ସ ନାମକ ଏକ କମ୍ପାନୀ ଖୋଲି ସେ ଆଜି ଦେଶର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ହୋଇପାରିଛନ୍ତି। ମାର୍କେଟରେ ତାଙ୍କର ୯ ହଜାର କୋଟି ଟଙ୍କ।ର ଟର୍ଣ୍ଣଓଭର ରହିଛି। ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ […]

Rakesh Mallick
  • Published: Saturday, 07 October 2017
  • Updated: 07 October 2017, 07:30 PM IST

Sports

Latest News

ଭାରତର 'ରିଟେଲ୍ କିଙ୍ଗ୍' ନାମରେ ପରିଚିତ କିଶୋର ବିୟାନୀଙ୍କୁ ଫେ।ର୍ବସ ପତ୍ରିକା ପୁଣିଥରେ ୨୦୧୭ ବର୍ଷର ଶ୍ରେଷ୍ଠ-୧୦୦ ଧନୀ ତାଲିକାରେ ସାମିଲ କରିଛି। ତାଲିକାରେ କିଶୋର ୫୫ ନମ୍ୱର ସ୍ଥାନରେ ଅଛନ୍ତି।

'ଫ୍ୟୁଚର ଗୃପ୍' ସିଇଓ ହେଉଛନ୍ତି କିଶୋର ବିୟାନୀ। ୧୯୮୭ ମସିହାରେ ପାଣ୍ଟାଲୁନ୍ସ ନାମକ ଏକ କମ୍ପାନୀ ଖୋଲି ସେ ଆଜି ଦେଶର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ହୋଇପାରିଛନ୍ତି। ମାର୍କେଟରେ ତାଙ୍କର ୯ ହଜାର କୋଟି ଟଙ୍କ।ର ଟର୍ଣ୍ଣଓଭର ରହିଛି। ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୨.୭୫ ବିଲିୟନ ଆମେରିକୀୟ ଡଲାର। ତାଙ୍କର ଏହି ସଫଳତା ପଛରେ ଲୁଚି ରହିଛି ଅନେକ ସଂଘର୍ଷର କାହାଣୀ।

କଥାରେ ଅଛି ବାଣିଜ୍ୟେ ବସତେ ଲକ୍ଷ୍ମୀ। କଥାଟିକୁ ଅତି କମ୍ ବୟସରୁ ଭଲ ଭାବରେ ବୁଝି ପାରିଥିଲେ କିଶୋର। ରାଜସ୍ଥାନର ଏକ ମଧ୍ୟବିତ୍ତ ପରିବାରରେ ତାଙ୍କର ଜନ୍ମ ହୋଇଥିଲା। ଜେଜେବାପା ରାଜସ୍ଥାନ ଛାଡ଼ି ବ୍ୟବସାୟ କରିବା ପାଇଁ ମୁମ୍ୱାଇ ଚାଲି ଆସିଥିଲେ। ସେଠାରେ  ସେ ଏକ  ଦୋକାନ ଖୋଲି ଧୋତି ଓ ଶାଢ଼ି ବିକ୍ରି କରୁଥିଲେ। ପିଲାବେଳୁ କିଶୋରଙ୍କର ପାଠ ପଢ଼ାରେ ମନ ଲାଗୁନଥିଲା। ଭଲ ପାଠ ବି ହେଉ ନଥିଲା। ଦିନକୁ ଦିନ ଜେଜେବାପାଙ୍କ ବ୍ୟବସାୟ କ୍ଷେତ୍ରେରେ ତାଙ୍କର ଆଗ୍ରହ ବଢ଼ିଥିଲା। ଏପରିକି ସେ କଲେଜ ଯାଉଥିଲେ ବି କ୍ଲାସ୍ କରନ୍ତି ନାହିଁ। ଅଧିକାଂଶ ସମୟରେ ସେ ପାଖାପାଖି ଦୋକାନକୁ ଯାଇ ଘଣ୍ଟା ଘଣ୍ଟା ଧରି ଗ୍ରାହକଙ୍କ ପସନ୍ଦ ନାପସନ୍ଦକୁ ଲକ୍ଷ୍ୟ କରନ୍ତି। ଏହାପରେ କିଶୋର ଜେଜେବାପାଙ୍କୁ ଅନୁସରଣ କରି ବ୍ୟବସାୟ କରିବାକୁ ଇଚ୍ଛା କଲେ। ଟ୍ରାଉଜର ତିଆରି କରି ବଜାରରେ ବିକ୍ରି କରିବାକୁ ଲାଗିଲେ।

ମାତ୍ର ୨୨ ବର୍ଷରେ ପରିବାର ଲୋକେ କିଶୋରଙ୍କ ବାହାଘର କରିଦେଲେ। ଦୋକାନରେ ବାପାଙ୍କ ସହ ମିଶି କିଶୋର କପଡ଼ା ବ୍ୟବସାୟରେ ମନ ଦେଲେ। ବାପାଙ୍କ ବ୍ୟବସାୟ କରିବାର ପୁରୁଣା ଶୈଳୀ କିଶୋରଙ୍କୁ ଭଲ ଲାଗୁନଥିଲା। ତେଣୁ ସେ ନିଜେ କିଛି ନୂଆ କରିବାକୁ ଚାହୁଁଥିଲେ। ତେଣୁ ସେ ୧୯୮୭ ମସିହାରେ ଓୟାର ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ କମ୍ପାନୀ ପ୍ରତିଷ୍ଠା କଲେ। ସେଥିରେ ଗ୍ରାହକଙ୍କ ପସନ୍ଦ ଅନୁଯାୟୀ ପାଣ୍ଟାଲୁନ ନାମରେ କପଡ଼ା ବ୍ୟବସାୟ କରିବାକୁ ଲାଗିଲେ। ପାଣ୍ଟାଲୁନ ଉଦ୍ଦୁର୍ ଶବ୍ଦ 'ପତଲୁନ୍' ସହିତ ମେଳ ଖାଉଥିଲା। ତେଣୁ ଏହି ନଁା ଧୀରେ ଧୀରେ ଲୋକଙ୍କ ମଧ୍ୟରେ ପରଚିତ ହୋଇଗଲା। ପରେ ୧୯୯୧ରେ ଗୋଆରେ 'ପାଣ୍ଟାଲୁନ୍' ନାମରେ ଏକ ସୋ-ରୁମ୍ ନିର୍ମାଣ କରି ବ୍ୟବସାୟ ଆରମ୍ଭ କରିଦେଲେ। ଏହାର ବର୍ଷକ ପରେ ସେୟାର ବଜାରରୁ ଲୋନ୍ ନେଇ ବ୍ୟବସାୟରେ ନିବେଶ କଲେ। ଚାହୁଁ ଚାହୁଁ ପାଣ୍ଟାଲୁନ୍ ଏକ ବ୍ରାଣ୍ଡ ହୋଇଗଲା। ଖାଲି ସେତିକି ନୁହେଁ, ବିଗ୍ବଜାର ମଧ୍ୟ ଓ ତାଙ୍କର ଏକ ବଡ଼ ସଫଳତା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story