ରାତି ଅଧରେ ନ୍ୟାୟ ମାଗୁଛି ଅତୃପ୍ତ ଆତ୍ମା କୋର୍ଟର ଏକ କୋଠରୀରେ ବନ୍ଦୀ ହୋଇ ଚିତ୍କାର କରି କହୁଛି- ଆଇ ନେଭର୍, ଆଇ ନେଭର୍। ଅର୍ଥାତ- ମୋର କିଛି ଭୁଲ ନାହିଁ, ମୋର କିଛି ଭୁଲ୍ ନାହିଁ। ପ୍ରେତାତ୍ମାର ଏ କରୁଣ ଚିତ୍କାର ରେକର୍ଡ ମଧ୍ୟ ହୋଇଛି।
ଭୁତପ୍ରେତକୁ ନେଇ ଆମ ସମାଜରେ ଏକ ମିଶ୍ର ପ୍ରତିକ୍ରିୟା ରହିଛି। କିଏ ଏଥିରେ ବିଶ୍ୱସ କରେ ତ କିଏ କରେନି। କିନ୍ତୁ ଏହି ଘଟଣାଟି ସାରା ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ପୂରା କାହାଣୀଟି ଏହିପରି।
କୁହାଯାଏ, ସେବେଠାରୁ ମହିଳାଙ୍କ ପ୍ରେତାତ୍ମା ଏହି କୋଠରୀରେ ରହୁଛି। ଭୁତପ୍ରେତ ଉପରେ ଗବେଷଣା କରୁଥିବା ଜଣେ ବ୍ୟକ୍ତି ପ୍ରସ୍ତୁତ କରିଥିବା ଭିଡ଼ିଓରୁ ଜଣା ପଡୁଛି, ଘରଟି ସଂପୂର୍ଣ୍ଣ ପରିତ୍ୟକ୍ତ ହୋଇ ରହିଛି। ଘରଟି ପରିତ୍ୟକ୍ତ ହେବାପରେ ମହିଳାଙ୍କ ପ୍ରେତାତ୍ମା ସେଠାରେ ରହୁଛି ନା ମହିଳାଙ୍କ ପ୍ରେତାତ୍ମା ରହୁଥିବା ଜଣାପଡ଼ିବା ପରେ ଲୋକେ ଆଉ ସେଠି ରହୁନାହାଁନ୍ତି ତାହା ଜଣାପଡ଼ିନାହିଁ।
କିନ୍ତୁ ପ୍ରାୟ ରାତି ଅଧରେ ମହିଳାଙ୍କ ପ୍ରେତାତ୍ମା କୋର୍ଟର ଏକ କୋଠରୀ ଭିତରୁ ବାରମ୍ବାର ନିଜକୁ ନିର୍ଦ୍ଦୋଶ ନିର୍ଦ୍ଦେଶ ବୋଲି ପାଟି କରୁଛି। ସିନ୍ ରୋନାଲ୍ଡସ୍ ନାମକ ଆମେରିକାର ଜଣେ ଭୂତ ଗବେଷକଙ୍କ କ୍ୟାମେରାରେ ପ୍ରେତାତ୍ମାର ଦେହ ଓ ଏହାର ସ୍ୱର ରେକର୍ଡ ହୋଇଛି।
ତେବେ ଭୁତପ୍ରେତରେ ବିଶ୍ୱାସ କରୁ ନଥିବା ହେତୁବାଦୀମାନେ ଏହାକୁ ମିଛ ବୋଲି କହିଛନ୍ତି। ସେମାନଙ୍କ କହିବା କଥା, ବାସ୍ତବ ଦୁନିଆରେ ଭୁତପ୍ରେତଙ୍କ ଅବସ୍ଥିତି କେବଳ ଏକ କୁହେଳିକା। ତେଣୁ ସେମାନଙ୍କ ଭିଡିଓ ଏବଂ ଅଡିଓ ରେକର୍ଡ ହେବା ଅସମ୍ଭବ। ଆମେରିକୀୟ ଭୁତ ଗବେଷକ ଜଣକ ମିଛ କହୁଛନ୍ତି। ତେବେ ସେ ଯାହା ବି ହେଉ, ଏହି ଖବରକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଜୋର୍ ଧରିଛି ଏବଂ ୟା ଭିତରେ ସଂପୃକ୍ତ ଭୁତ ଗବେଷକ ମଧ୍ୟ ପ୍ରସିଦ୍ଧ ହୋଇଯାଇଛନ୍ତି।