ଦେଖିବାକୁ ସୁନ୍ଦର, ହେଲେ ଗୋଖରଠାରୁ ଅଧିକ ବିଷାକ୍ତ ଏ ଗଛ

ଗଛଲତା ସବୁବେଳେ ମାନବ ସମାଜ ସହ ଜଡିତ। ବିଭିନ୍ନ କିସମର ଗଛଲତା ଥିବା ଶାନ୍ତ ଓ ନିର୍ମଳ ପରିବେଶରେ ସମୟ ବିତାଇବାକୁ ସମସ୍ତେ ଭଲ ପାଇଥାନ୍ତି। ଲୋକେ ସେମାନଙ୍କ ବଗିଚାରେ ବିଭିନ୍ନ ପ୍ରକାରର ଗଛ ଲଗାଇଥାନ୍ତି। ବିଭିନ୍ନ ପ୍ରକାର ଗଛରୁ ଆମେ ଘର ଉପକରଣ ନିଜିଷ ମଧ୍ୟ ବନାଇଥାନ୍ତି। ଗଛଲତାଙ୍କୁ ମନୁଷ୍ୟର ପ୍ରକୃତ ବନ୍ଧୁ ବୋଲି କୁହାଯାଇଥାଏ। ହେଲେ ଆମେ ଏପରି ଏକ ଗଛ ସମ୍ପର୍କରେ କହିବାକୁ ଯାଉଛୁ, ଯାହାକୁ ଛୁଇଁବା ମନା। ଛୁଇଁବା କଥା ଛାଡନ୍ତୁ, […]

Rakesh Mallick
  • Published: Monday, 18 September 2017
  • , Updated: 18 September 2017, 08:54 PM IST

ଗଛଲତା ସବୁବେଳେ ମାନବ ସମାଜ ସହ ଜଡିତ। ବିଭିନ୍ନ କିସମର ଗଛଲତା ଥିବା ଶାନ୍ତ ଓ ନିର୍ମଳ ପରିବେଶରେ ସମୟ ବିତାଇବାକୁ ସମସ୍ତେ ଭଲ ପାଇଥାନ୍ତି। ଲୋକେ ସେମାନଙ୍କ ବଗିଚାରେ ବିଭିନ୍ନ ପ୍ରକାରର ଗଛ ଲଗାଇଥାନ୍ତି। ବିଭିନ୍ନ ପ୍ରକାର ଗଛରୁ ଆମେ ଘର ଉପକରଣ ନିଜିଷ ମଧ୍ୟ ବନାଇଥାନ୍ତି। ଗଛଲତାଙ୍କୁ ମନୁଷ୍ୟର ପ୍ରକୃତ ବନ୍ଧୁ ବୋଲି କୁହାଯାଇଥାଏ। ହେଲେ ଆମେ ଏପରି ଏକ ଗଛ ସମ୍ପର୍କରେ କହିବାକୁ ଯାଉଛୁ, ଯାହାକୁ ଛୁଇଁବା ମନା। ଛୁଇଁବା କଥା ଛାଡନ୍ତୁ, ଏହି ଗଛ ପାଖକୁ ଯିବାକୁ ମଧ୍ୟ ବାରଣ କରାଯାଇଥାଏ। ଆସନ୍ତୁ ଜାଣିବା ଗୋଖର ବିଷଠାରୁ ବି ଭୟଙ୍କର ବିଷାକ୍ତ ଗଛ ହୋଗୱେଡ ସମ୍ପର୍କରେ। ଏହାକୁ କିଲର ଟ୍ରି ମଧ୍ୟ କୁହାଯାଇଥାଏ। ଏତେ ବିଷାକ୍ତ ଓ ଭୟଙ୍କର ହୋଇଥିଲେ ମଧ୍ୟ ଏହାର ଫୁଲ ଓ ଫଳ ଦେଖିବାକୁ ବହୁତ ସୁନ୍ଦର।

ନ୍ୟୁୟର୍କ, ପେନସିଲଭାନିଆ, ଓହିୟୋ, ମେରିଲ୍ୟାଣ୍ଡ, ୱାସିଂଟନ, ମିରିଗନ ଓ ହେମ୍ପଶାୟରରେ ଦେଖିବାକୁ ମିଳିଥାଏ ଏହି ବିଷାକ୍ତ ଗଛ।

ଛୁଇଁ ଦେଲେ ଚରିଯାଏ ବିଷ

ଛୁଇଁ ଦେବା ମାତ୍ରେ ଏହା ଚର୍ମ ଉପରେ ବିଷାକ୍ତ ପ୍ରକ୍ରିୟା ଆରମ୍ଭ କରିଦେଇଥାଏ। ଚମଡା ଫାଟିବା ସହ କାତି ଛାଡିବା ପରି ଫଡା ଫଡା ହୋଇ ଉଠିଥାଏ। କୁହାଯାଏ ଏହା ସଂସ୍ପର୍ଶରେ ଆସିଲେ ଲୋକେ ଅନ୍ଧ ହୋଇଯାଇଥାନ୍ତି। ଥରେ ଏହା ସଂସ୍ପର୍ଶରେ ଆସିଲେ ଭଲ ହେବାକୁ ବର୍ଷ ବର୍ଷ ଲାଗି ଯାଇଥାଏ। ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଏହି ଗଛ ଦ୍ୱାରା ଶରୀରରେ ଦେଖା ଦେଉଥିବା ସମସ୍ୟାର ସମାଧାନ ପାଇଁ କୌଣସି ସଠିକ ଔଷଧ ବର୍ତ୍ତମାନ ସୁଦ୍ଧା ବାହାରି ପାରିନାହିଁ।

କାହିଁକି ଏତେ ବିଷାକ୍ତ ହୋଗୱେଡ

ଏହି ଗଛ ଏତେ ବିଷାକ୍ତ ହେବାର କାରଣକୁ ନେଇ ସମସ୍ତେ ଦ୍ୱନ୍ଦ୍ୱରେ। ଗଛରେ ସେନ୍ସଟାଇଜିଙ୍ଗ ଫୁରାନୋମାରିନ୍ସ ନାମକ ରସାୟନ ରହିଛି। ଏହି ସାପ ବିଷଠାରୁ ମଧ୍ୟ ଅଧିକ ଭୟଙ୍କର। ଏହା ସଂସ୍ପର୍ଶରେ ଆସିବାର କିଛି ଘଣ୍ଟା ମଧ୍ୟରେ ଦେହ ଜଳାପୋଡ଼ା କରିବା ଆରମ୍ଭ କରିଦେଇଥାଏ ଓ ପରିମାଣ ଭୟଙ୍କର ହୋଇଯାଇଥାଏ। ଏହି ଗଛ ସଂସ୍ପର୍ଶରେ ଆସି କିଛି ଲୋକ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଏପରିକି ସେମାନେ ୬ମାସ ପର୍ଯ୍ୟନ୍ତ ସୂର୍ଯ୍ୟକିରଣକୁ ଆସି ପାରି ନଥିଲେ।

Related story