କମ ବୟସର ପୁଅଙ୍କୁ କାହିଁକି ଲାଇଫ ପାଟନର କରିବାକୁ ପସନ୍ଦ କରନ୍ତି ଝିଅ: ଜାଣିବାକୁ ପଢନ୍ତୁ ରିପୋର୍ଟ

ସମସ୍ତଙ୍କର ଧାରଣା ଝିଅମାନେ ନିଜଠାରୁ ଅଧିକ ବୟସର ପୁଅଙ୍କୁ ପସନ୍ଦ କରିଥାନ୍ତି। ହେଲେ ନିଜଠାରୁ କମ ବୟସର ପୁଅଙ୍କୁ ଝିଅମାନେ ପସନ୍ଦ କରିଥାନ୍ତି ବୋଲି ଏକ ସର୍ଭେରୁ ଜଣାପଡିଛି। ରିପୋର୍ଟ ଅନୁସାରେ ୯୭ ପ୍ରତିଶତ ଝିଅ ନିଜଠାରୁ କମ ବୟସର ପୁଅଙ୍କୁ ଲାଇଫ୍‌ ପାଟନର କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଭାରତ ମାଟ୍ରିମୋନିରେ ଲାଇଫ ପାଟନର ଖୋଜିବା ବେଳେ ଝିଅମାନେ କେଉଁ କେଉଁ କଥାକୁ ଗୁରୁତ୍ୱ ଦେଇଥାନ୍ତି ତାକୁ ନେଇ ଏକ ସର୍ଭେ କରାଯାଇଥିଲା। ଏହାର ଶୀର୍ଷକ […]

wedding

Rakesh Mallick
  • Published: Friday, 09 June 2017
  • , Updated: 09 June 2017, 08:40 PM IST

ସମସ୍ତଙ୍କର ଧାରଣା ଝିଅମାନେ ନିଜଠାରୁ ଅଧିକ ବୟସର ପୁଅଙ୍କୁ ପସନ୍ଦ କରିଥାନ୍ତି। ହେଲେ ନିଜଠାରୁ କମ ବୟସର ପୁଅଙ୍କୁ ଝିଅମାନେ ପସନ୍ଦ କରିଥାନ୍ତି ବୋଲି ଏକ ସର୍ଭେରୁ ଜଣାପଡିଛି। ରିପୋର୍ଟ ଅନୁସାରେ ୯୭ ପ୍ରତିଶତ ଝିଅ ନିଜଠାରୁ କମ ବୟସର ପୁଅଙ୍କୁ ଲାଇଫ୍‌ ପାଟନର କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।

ଭାରତ ମାଟ୍ରିମୋନିରେ ଲାଇଫ ପାଟନର ଖୋଜିବା ବେଳେ ଝିଅମାନେ କେଉଁ କେଉଁ କଥାକୁ ଗୁରୁତ୍ୱ ଦେଇଥାନ୍ତି ତାକୁ ନେଇ ଏକ ସର୍ଭେ କରାଯାଇଥିଲା। ଏହାର ଶୀର୍ଷକ ଥିଲା ‘ଗାର୍ଲ୍ସ ଆର ଓକେ, ଆର ଗାଏଜ୍‌’। ଏଥିରେ ୧୦ଟି ପ୍ରଶ୍ନ ପଚରା ଯାଇଥିଲା। ଏଥିରେ ୨୧୦୦ ଲୋକ ଭାଗ ନେଇଥିଲେ।

ସର୍ଭେରୁ ମିଳିଥିବା ତଥ୍ୟ

୧. ୯୭ ପ୍ରତିଶତ ଝିଅଙ୍କ ମତ ହେଲା ତାଙ୍କଠାରୁ କମ ବୟସର ପୁଅଙ୍କୁ ବିବାହ କରିବାରେ ସେମାନଙ୍କର କିଛି ସମସ୍ୟା ନାହିଁ।

୨. ୮୦ ପ୍ରତିଶତ ଝିଅଙ୍କ କହିବାର ହେଲା ମା’ଙ୍କ କଥାରେ ଚାଲୁଥିବା ପୁଅଙ୍କ ସହ ବିବାହ କରିବାରେ କୌଣସି ସମସ୍ୟା ନାହିଁ।

୩. ୯୫ ପ୍ରତିଶତ ଲୋକ ଯୌଥ ପରିବାର (ଜଏଣ୍ଟ ଫ୍ୟାମିଲି)ରେ ରହିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ୬୦ ପ୍ରତିଶତ ଝିଅ ଏପରି ଆଗ୍ରହ ପ୍ରକାଶ କରିଥିବା ବେଳେ ୩୫ ପ୍ରତିଶତ ପୁଅ ‘ହଁ’ କହିଛନ୍ତି।

୪. ଘର ଅସନା କରିଥିଲେ ଏହାକୁ ସଫା ନ କରିବା ପର୍ଯ୍ୟନ୍ତ ବାହାରକୁ ଯାଇ ନ ଥାନ୍ତି ବୋଲି ୯୦ ପ୍ରତିଶତ ଝିଅ ମତ ଦେଇଛନ୍ତି।

୫. ଧର୍ଯ୍ୟ ଓ ସହନଶୀଳତା ଅଭାବରୁ ଲୋକେ ଝିଅମାନଙ୍କ ସହ ସପିଂ କରିବାକୁ ଯିବାକୁ ପସନ୍ଦ କରି ନ ଥାନ୍ତି।

୬. ଟିଭି ରିମୋଟ ନେବାକୁ ମହିଳାମାନେ ବ୍ଲାକମେଲିଂ କରିଥାନ୍ତି ବୋଲି ମତ ଦେଇଛନ୍ତି। ଏହି ସମୟରେ ସେମାନେ ଖାଇବାରେ ଭଲ ଆଇଟମ୍‌ ବନାଇବାକୁ କହି ରିମୋଟ ହାତେଇ ଥାନ୍ତି।

୭. ଲାଇଫ ପାଟନର ବାଛିବା ବେଳେ ଲୁକ ଅପେକ୍ଷା ଆକଟିଚ୍ୟୁଡ ଓ ଅଣ୍ଡରଷ୍ଟାଣ୍ଡିଂ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ଝିଅମାନେ ମତ ଦେଇଛନ୍ତି।

୮. ବିବାହ ପରେ ମଧ୍ୟ ପୁଅମାନେ ସେମାନଙ୍କ ଅଭ୍ୟାସ (ଯେପରି କ୍ରିକେଟ୍‌ ଖେଳିବା) ଛାଡି ନ ଥାନ୍ତି। କେବଳ କ୍ରିକେଟ୍‌ ନୁହେଁ କୌଣସି ବି ଖେଳ ଅଭ୍ୟାସ ଥିଲେ ଛାଡି ନ ଥାନ୍ତି ବୋଲି ଝିଅମାନେ ମତ ଦେଇଛନ୍ତି।

୯. ଅଧିକାଂଶ ଝିଅଙ୍କ କହିବା କଥା ହେଲା ସେମାନଙ୍କ ବ୍ୟକ୍ତିତ୍ୱକୁ ସମ୍ମାନ ମିଳିବା ଦରକାର। ସେମାନଙ୍କୁ ପୁଅଙ୍କ ମାଆ ମାନଙ୍କ ସହିତ ତୁଳନା କରାଯିବା ଉଚିତ ନୁହେଁ।

୧୦. ୮୫ ପ୍ରତିଶତ ଝିଅଙ୍କର କହିବାର ହେଲା ତାଙ୍କ ସ୍ୱାମୀ ନିଜ ସହର ଆଖପାଖରେ ରହୁଥିଲେ ଭଲ। ଏପରି ହେଲେ ସେମାନେ ନିୟମିତ ବ୍ୟବଧାନରେ ଘରକୁ ବୁଲିବାକୁ ଯାଇପାରିବେ।

Related story