Advertisment

କରୋନା ଛଡ଼ାଇ ନେଇଥିଲା ଦାନା, ଛେଳି ଦେଲା ନୂଆ ପରିଚୟ

ଆଳି (ବନମାଳି ସାହୁ): ମହାକାରୀ କରୋନା ମୁହଁ ପାଖରୁ ଦାନା ଛଡ଼ାଇ ନେଇଥିଲା। ସମ୍ପୂର୍ଣ୍ଣ ବେସାହାରା କରିଦେଇଥିଲା। ଅସହାୟ ହୋଇ ଘରକୁ ଫେରି ଆସିଥିଲେ ଶିକ୍ଷିତ ଯୁବକ ନିରାକାର ମାହୁନ୍ତ। ଏଥିରେ ସେ ହାରିଲେ ନାହିଁ କି ଭାଙ୍ଗି ପଡ଼ିଲେନି। ସମୟ ସହିତ ତାଳଦେଇ ସଂଘର୍ଷ କରି ସଫଳ ହେଲେ। ଆଉ ଛେଳି ଦେଲା ତାଙ୍କୁ ନୂଆ ପରିଚୟ। ଏବେ ସେ ନିଜେ ସ୍ୱାବଲମ୍ୱୀ ହେବା ସହିତ କିଛି ଲୋକଙ୍କ ମୁହଁରେ ଦାନା ଯୋଗାଇ ପାରିଛନ୍ତି। କେନ୍ଦ୍ରାପଡ଼ା […]

କରୋନା ଛଡ଼ାଇ ନେଇଥିଲା ଦାନା, ଛେଳି ଦେଲା ନୂଆ ପରିଚୟ

Kendrapara

Advertisment

ଆଳି (ବନମାଳି ସାହୁ): ମହାକାରୀ କରୋନା ମୁହଁ ପାଖରୁ ଦାନା ଛଡ଼ାଇ ନେଇଥିଲା। ସମ୍ପୂର୍ଣ୍ଣ ବେସାହାରା କରିଦେଇଥିଲା। ଅସହାୟ ହୋଇ ଘରକୁ ଫେରି ଆସିଥିଲେ ଶିକ୍ଷିତ ଯୁବକ ନିରାକାର ମାହୁନ୍ତ। ଏଥିରେ ସେ ହାରିଲେ ନାହିଁ କି ଭାଙ୍ଗି ପଡ଼ିଲେନି। ସମୟ ସହିତ ତାଳଦେଇ ସଂଘର୍ଷ କରି ସଫଳ ହେଲେ। ଆଉ ଛେଳି ଦେଲା ତାଙ୍କୁ ନୂଆ ପରିଚୟ। ଏବେ ସେ ନିଜେ ସ୍ୱାବଲମ୍ୱୀ ହେବା ସହିତ କିଛି ଲୋକଙ୍କ ମୁହଁରେ ଦାନା ଯୋଗାଇ ପାରିଛନ୍ତି।

Advertisment

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ କାଟଣା ଗାଁର ନିରାକାର ମାହୁନ୍ତ। ସେ + ୩ ଯାଏଁ ପାଠ ପଢ଼ିଛନ୍ତି। ପାଠ ପଠା ସରିବା ପରେ ଏକ କନ୍‌ଷ୍ଟ୍ରକ୍‌ସନ୍‌ କମ୍ପାନୀରେ କାମ କରୁଥିଲେ। କିଛି ଦିନ କାମ କରିବା ପରେ ମହାମାରୀ କରୋନା ମାଡ଼ି ଆସିଲା। ଯେଉଁଥି ପାଇଁ ବନ୍ଦ ହୋଇଗଲା ସବୁ କାମଧନ୍ଦା। ଶେଷରେ ସେ ଫେରି ଆସିଲେ ଘରକୁ। କଣ କରିବେ କଣ କରିବେ ମନରେ ଭାବୁଥିଲେ? ଅନ୍ୟ ଉପରେ ନିର୍ଭର କରିବା ପରିବର୍ତ୍ତେ ନିଜେ କିଛି କରିବା ପାଇଁ ଚାହିଁଲେ।

ବହୁ ବଚାର ବିମର୍ଷ ପରେ ଛେଳି ଚାଷ କରିବାକୁ ନିଷ୍ପତ୍ତି ନେଲେ। ହେଲେ ଛେଳି ଆଣିବେ କେଉଁଠୁ? କେମିତି ଆଣିବେ ଛେଳି? କେନ୍ଦ୍ରାପଡ଼ାର ଜଳବାୟୁରେ କେଉଁ ପ୍ରଜାତିର ଛେଳି ଭଲ ବଢ଼ିବ? ଛେଳି ଚାଷ କରିବା ପୂର୍ବରୁ ନିରାକାରଙ୍କ ମନରେ ଏମିତି ଅନେକ ପ୍ରଶ୍ନ ଉଙ୍କି ମାରିଥିଲା। ଏହା ପରେ ସେ ବିଶେଷଜ୍ଞଙ୍କ ପରାମର୍ଶ ନେଇଥିଲେ। ତା’ପରେ ରାଜସ୍ଥାନର ‘ଶିରୋହି’ ପ୍ରଜାତିର ଛେଳି ଚାଷ କରିବାକୁ ମନସ୍ଥ କଲେ।

Advertisment

ରାଜସ୍ଥାନରୁ ଛେଳି ଛୁଆ ଆଣିବା ପରେ ନିଜର ତିନି ଏକର ବିଶିଷ୍ଟ ଜାଗାରେ ଆରମ୍ଭ କଲେ ଛେଳି ଫାର୍ମ। ଗୋଟିଏ ବର୍ଷ ପରେ ତାଙ୍କୁ ମିଳିଥିଲା ସଫଳତା। ଏବେ ତାଙ୍କ ଫର୍ମରେ ୪୦୦ରୁ ଊର୍ଦ୍ଧ୍ୱ ଛେଳି ଓ ୨୦୦ରୁ ଅଧିକ ଛେଳି ଛୁଆ ରହିଛନ୍ତି। ବର୍ଷକୁ ତାଙ୍କୁ ୫ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା ରୋଜଗାର ହୋଇଛି। ସେ ନିଜେ ସ୍ୱାବଲମ୍ୱି ହେବା ସହିତ କିଛି ଲୋକଙ୍କୁ ନିଜ ଫାର୍ମ ହାଉସରେ ନିୟୋଜିତ କରି ରୋଜଗାରକ୍ଷମ କରାଇ ପାରିଛନ୍ତି।

ନିରାକାର ଯେଉଁଠି ଥାଆନ୍ତୁ ନା କାହିଁକି ପ୍ରତିଦିନ ରାତି ପାହିଲେ ଧାଇଁ ଆସନ୍ତି ନିଜର ଫାର୍ମ ହାଉସକୁ। ଆଉ ନିଜେ ଛେଳିକୁ ଖାଇବାକୁ ଦେବାଠୁ ଆରମ୍ଭ କରି ଚିକିତ୍ସା ଯାଏଁ ସବୁ କିଛି ନିଜେ ବୁଝିଥାନ୍ତି। ଏହି ଛେଳିଚାଷ ପାଇଁ ନିରାକରଙ୍କୁ ତାଙ୍କ ପରିବାର ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe