ପାକିସ୍ତାନରେ ଜନ୍ମ ହୋଇଥିଲେ ଭଗବାନ ରାମ!

ଭଗବାନ ଶ୍ରୀରାମଙ୍କ ଜନ୍ମ ଅଯୋଧ୍ୟାରେ ହୋଇଥିଲା। ଏହା ଆମେ ଶୁଣି ଆସିଛେ ଓ ପଢ଼ି ଆସିଛେ। କିନ୍ତୁ ଅଲ୍ ଇଣ୍ଡିଆ ମୁସ୍‌ଲିମ୍ ପର୍ସନଲ ଲ’ ବୋର୍ଡର ଜଣେ ସଦସ୍ୟ ତାଙ୍କ ପୁସ୍ତକ ‘ଫ୍ୟାକ୍ଟସ୍ ଅଫ୍ ଅଯୋଧ୍ୟା ଏପିସୋଡ୍’ରେ ଲେଖିଛନ୍ତି କିଛି ଅଲଗା। ସେ ଦାବି କରିଛନ୍ତି ଯେ ରାମ ଅଯୋଧ୍ୟାରେ ନୁହେଁ, ପାକିସ୍ତାନରେ ଜନ୍ମ ହୋଇଛନ୍ତି। ଏ ବହିରେ ଏମିତି ଅନେକ ଦାବି କରିଛନ୍ତି। ସେ ଲେଖିଛନ୍ତି: -ରାମ ଜନ୍ମ ବିବାଦ ଇଂରେଜ ଶାସନ ଅମଳରୁ ରହିଛି। […]

sriram

Rakesh Mallick
  • Published: Friday, 31 March 2017
  • , Updated: 31 March 2017, 12:12 PM IST

ଭଗବାନ ଶ୍ରୀରାମଙ୍କ ଜନ୍ମ ଅଯୋଧ୍ୟାରେ ହୋଇଥିଲା। ଏହା ଆମେ ଶୁଣି ଆସିଛେ ଓ ପଢ଼ି ଆସିଛେ। କିନ୍ତୁ ଅଲ୍ ଇଣ୍ଡିଆ ମୁସ୍‌ଲିମ୍ ପର୍ସନଲ ଲ’ ବୋର୍ଡର ଜଣେ ସଦସ୍ୟ ତାଙ୍କ ପୁସ୍ତକ ‘ଫ୍ୟାକ୍ଟସ୍ ଅଫ୍ ଅଯୋଧ୍ୟା ଏପିସୋଡ୍’ରେ ଲେଖିଛନ୍ତି କିଛି ଅଲଗା। ସେ ଦାବି କରିଛନ୍ତି ଯେ ରାମ ଅଯୋଧ୍ୟାରେ ନୁହେଁ, ପାକିସ୍ତାନରେ ଜନ୍ମ ହୋଇଛନ୍ତି। ଏ ବହିରେ ଏମିତି ଅନେକ ଦାବି କରିଛନ୍ତି।

ସେ ଲେଖିଛନ୍ତି:

-ରାମ ଜନ୍ମ ବିବାଦ ଇଂରେଜ ଶାସନ ଅମଳରୁ ରହିଛି। ରାମ ମନ୍ଦିର ଭାଙ୍ଗି ମସଜିଦ ନିର୍ମାଣ କରାଯାଇଥିବା କଥା ଇଂରେଜମାନେ ହିଁ ଉଠାଇଥିଲେ। ଏହା ଏକ ମିଛ କାହାଣୀ। ହିନ୍ଦୁ ଓ ମୁସ୍‌ଲିମ୍‌ଙ୍କ ମଧ୍ୟରେ ଅସହିଷ୍ଣୁତା ଓ ହିଂସା ବଢ଼ାଇବା ପାଇଁ ଇଂରେଜମାନେ ଏମିତି ମିଛ କାହାଣୀ ପ୍ରସ୍ତୁତ କରିଥିଲେ।

-ଭଗବାନ ରାମଙ୍କ ଜନ୍ମ ତ୍ରେତୟା ଯୁଗରେ ହୋଇଥିଲା।

-ବେଦ ପୁରାଣ ଅନୁସାରେ ଗଙ୍ଗା ନଦୀ କୂଳରେ କେଉଁଠି ବି ରାମଙ୍କ ସାମ୍ରାଜ୍ୟ ଥିବା କଥା ଉଲ୍ଲେଖ ନାହିଁ।

-ଭଗବାନ ରାମଙ୍କ ରାଜ୍ୟ ସପ୍ତ ସିନ୍ଧୁର କୌଣସି ସ୍ଥାନରେ ଥିଲା। ଭଗବାନ ରାମଙ୍କ ଜନ୍ମ ହରିଆଣା,ପଞ୍ଜାବ, ପାକିସ୍ତା ଅବା ଆଫଗାନିସ୍ତାନର କୌଣସି ଅଞ୍ଚଳରେ ହୋଇଥାଇପାରେ।

-ପୂର୍ବତନ ଅଧିକାରୀ ଜସ୍ମୁ ରାମଙ୍କ ଲେଖାର ଉଦାହରଣ ଦେଇ ସେ ଲେଖିଛନ୍ତି ଯେ ଭଗବାନ ରାମ ପାକିସ୍ତାନର ଡେରା ଇସ୍‌ମାଇଲରେ ହୋଇଥିଲା।

-ଏହିଭଳି ଭାବେ ଭଗବାନ ରାମ ୧.୮୦ କୋଟି ବର୍ଷ ପୂର୍ବେ ଥିଲେ। କିନ୍ତୁ ଏତେ ବର୍ଷ ତଳେ ମାନବ ସଭ୍ୟତା ଥିବାର ପ୍ରମାଣ ନାହିଁ।

 

Related story