Advertisment

୨୪ ଲକ୍ଷ ଟଙ୍କାର ଚାକିରି ଛାଡ଼ି ଗାଁରେ ଚାଷ କରୁଛନ୍ତି ଯୁବ ଇଞ୍ଜିନିୟର

ରାୟଗଡ଼ା (ମାଉଡ଼ି ବାରିକ): ଉଚ୍ଚ ଶିକ୍ଷିତ ଯୁବକ ସତ୍ୟ ପ୍ରବୀଣ। ମାଲେସିଆରେ ଚାକିରି କରୁଥିଲେ। ଭଲ ଦରମା ପାଉଥିଲେ। ହେଲେ ଚାକିରିରେ ଲାଗୁନଥିଲା ତାଙ୍କ ମନ। କୁଳ ବେଉସା ଚାଷକୁ ଫେରିବା ପାଇଁ ମନ ବଳାଇଲେ। ମାସିକ ୨ ଲକ୍ଷ ଟଙ୍କାର ଦରମା ଛାଡ଼ି ଗାଁକୁ ଫେରିଲେ ସତ୍ୟ। ଏବେ ଜୈବିକ ପ୍ରଣାଳୀରେ ଗାଁରେ ଫଳାଉଛନ୍ତି ସୁନାର ଫସଲ। ନିଜେ ସ୍ୱାବଲମ୍ବୀ ହେବା ସହିତ ୬୦ରୁ ଶ୍ରମିକଙ୍କ ମୁହଁରେ ଦାନା ଯୋଗାଉଛନ୍ତି ସତ୍ୟ। ଭେଜାଲ୍‌ ଦୁନିଆରେ ଏପରି […]

ଅଦ୍ୟତନ ହୋଇଛି
୨୪ ଲକ୍ଷ ଟଙ୍କାର ଚାକିରି ଛାଡ଼ି ଗାଁରେ ଚାଷ କରୁଛନ୍ତି ଯୁବ ଇଞ୍ଜିନିୟର

Kalyansinghpur

Advertisment

ରାୟଗଡ଼ା (ମାଉଡ଼ି ବାରିକ): ଉଚ୍ଚ ଶିକ୍ଷିତ ଯୁବକ ସତ୍ୟ ପ୍ରବୀଣ। ମାଲେସିଆରେ ଚାକିରି କରୁଥିଲେ। ଭଲ ଦରମା ପାଉଥିଲେ। ହେଲେ ଚାକିରିରେ ଲାଗୁନଥିଲା ତାଙ୍କ ମନ। କୁଳ ବେଉସା ଚାଷକୁ ଫେରିବା ପାଇଁ ମନ ବଳାଇଲେ। ମାସିକ ୨ ଲକ୍ଷ ଟଙ୍କାର ଦରମା ଛାଡ଼ି ଗାଁକୁ ଫେରିଲେ ସତ୍ୟ। ଏବେ ଜୈବିକ ପ୍ରଣାଳୀରେ ଗାଁରେ ଫଳାଉଛନ୍ତି ସୁନାର ଫସଲ। ନିଜେ ସ୍ୱାବଲମ୍ବୀ ହେବା ସହିତ ୬୦ରୁ ଶ୍ରମିକଙ୍କ ମୁହଁରେ ଦାନା ଯୋଗାଉଛନ୍ତି ସତ୍ୟ। ଭେଜାଲ୍‌ ଦୁନିଆରେ ଏପରି ଏକ ଭଲ ଖବର ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାରେ।

Advertisment

୩୦ ବର୍ଷ ତଳେ ସତ୍ୟ ପ୍ରବୀଣଙ୍କ ବାପା ଆନ୍ଧ୍ରପ୍ରଦେଶରୁ ଓଡ଼ିଶାର ରାୟଗଡ଼ା ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ଝିଞ୍ଜିଲିବାଡ଼ି ଗାଁକୁ ପଳାଇ ଆସିଥିଲେ। ସେଠାରେ ସେ ପନିପରିବା ଚାଷ କରି ପରିବାର ଭରଣପୋଷଣ କରୁଥିଲେ। ସତ୍ୟ ରାୟଗଡ଼ାରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ। ଭଲ ପଢ଼ୁଥିବାରୁ ମାଟ୍ରିକ୍‌ ପାସ୍‌ କରିବା ପରେ ଏକ ପ୍ରାଇଭେଟ୍‌ ଇଞ୍ଜିନିୟରିଂ କଲେଜରେ ପଢ଼ିଥିଲେ। ଭଲ ମାର୍କରେ ପାସ୍‌ ମଧ୍ୟ କରିଥିଲେ। ତା’ପରେ ଭଲ ଦରମାରେ ମାଲେସିଆରେ ନିଯୁକ୍ତି ପାଇଥିଲେ। ସେଠାରେ ସଫ୍ଟୱେୟାର୍‌ ଇଞ୍ଜିନିୟର ଭାବେ କାମ କରୁଥିଲେ।

ମାସକୁ ଦୁଇ ଲକ୍ଷ ଟଙ୍କା ଦରମା ପାଉଥିଲେ ସତ୍ୟ। ଭଲ ଦରମା ପାଉଥିଲେ ମଧ୍ୟ କାମରେ ମନ ଲାଗୁନଥିଲା। ଘର କଥା ଅନବରତ ମନେ ପଡ଼ୁଥିଲା। ୧୧ ବର୍ଷ ଚାକିରି କରିବା ପରେ ଘରକୁ ଫେରିବା ପାଇଁ ମନସ୍ତ କଲେ ସତ୍ୟ। ପରିବାର ଲୋକଙ୍କ ସହମତି ନେଇ ଗାଁକୁ ଫେରିଲେ। ପରିବାରର କୁଳ ବେଉସା ଚାଷକୁ ଆପଣାଇ ନେଲେ।

Advertisment

[caption id="attachment_791561" align="aligncenter" width="650"]Tamatoସତ୍ୟଙ୍କ ଚାଷ ଜମିରୁ ବାହାରୁଥିବା ଟମାଟୋ[/caption]

ସତ୍ୟଙ୍କର ଝିଞ୍ଜିଲିବାଡି ଗାଁରେ ଅଛି ୩୪ ହେକ୍ଟର ଜମି। ସେଠାରେ ନୂଆ ପ୍ରଣାଳୀରେ ପନିପରିବା ଚାଷ ଆରମ୍ଭ କଲେ। ସମ୍ପୂର୍ଣ୍ଣ ଜୈବିକ ପ୍ରଣାଳୀରେ ଚାଷ କରୁଛନ୍ତି ସତ୍ୟ।  ସେ ଟମାଟୋ, ବାଇଗଣ, କାକୁଡ଼ି, ଫୁଲ କୋବି, ବନ୍ଧା କୋବି ପରି ଅନ୍ୟାନ୍ୟ ଋତୁ କାଳୀନ ପନିପରିବା ଚାଷ କରୁଛନ୍ତି। ସତ୍ୟ ଚାଷ ଜମିରେ ନିଜେ କାମ କରିବା ସହିତ ୬୦ ଜଣ ଶ୍ରମିକଙ୍କୁ କାମରେ ଲଗାଇଛନ୍ତି। ତାଙ୍କ ଯୋଗୁ ୬୦ ଜଣ ରୋଜଗାରର ବାଟ ପାଇଛନ୍ତି।

ଇଞ୍ଜିନିୟରରୁ ସଫଳ ଚାଷୀ ବନିଥିବା ସତ୍ୟ ଅନ୍ୟ ପାଇଁ ଉଦାହରଣ ସୃଷ୍ଟି କରିପାରିଛନ୍ତି। କିଛି ଦିନ ତଳେ ସତ୍ୟଙ୍କ ଚାଷ ପରିଦର୍ଶନ କରିଥିଲେ ରାୟଗଡ଼ା ଜିଲ୍ଲାପାଳ ସ୍ଵଧାଦେବ ସିଂହ। ସେ ସତ୍ୟଙ୍କୁ ଉଚ୍ଚ ପ୍ରଶଂସା ମଧ୍ୟ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe