କ୍ଲବ ପରି ଅଫିସ୍‌: ଅଛି ମସାଜ୍‌ ସେଣ୍ଟର, ଇନଡୋର୍‌ ଷ୍ଟାଡିୟମ ଓ ମାଗଣା ଖାନା

ଗୁଗୁଲ୍‌ ମୁଖ୍ୟ କାର୍ଯ୍ୟାଳୟ ମାଉଣ୍ଟେନ ଲିଉ ଠାରେ ଅବସ୍ଥିତ। ଏହା ଏକ ବିରାଟକାୟ କାର୍ଯ୍ୟାଳୟ। ଏଠାରେ କର୍ମଚାରୀ ମାନଙ୍କୁ ମିଳୁଥିବା ସୁବିଧା ଅନ୍ୟ କେଉଁଠି ମିଳେନାହିଁ। କୁହାଯାଏ ଗୁଗୁଲ୍‌ କମ୍ପାନୀରେ ଚାକିରୀ ମିଳିବା ଯେତିକି କଷ୍ଟ ତାଠାରୁ ଅଧତ୍କ କଷ୍ଟ ଚାକିରି ଛାଡିବା। ଏଠାରେ କାମ କରୁଥିବା କର୍ମଚାରୀଙ୍କୁ ମାଗଣା ଖାଇବା ପିଇବା ସୁବିଧା ସହ ଅନ୍ୟ ସୁବିଧା ମିଳିଥାଏ।  ଆସନ୍ତୁ ନଜର ପକାଇବା କର୍ମଚାରୀ ମାନଙ୍କୁ ମିଳୁଥିବା ସୁବିଧା ବିଷୟରେ। ୧- ଗୁଗୁଲ୍‌ ଅଫିସ ଭିତରେ […]

google

Rakesh Mallick
  • Published: Thursday, 06 July 2017
  • , Updated: 06 July 2017, 05:01 PM IST

ଗୁଗୁଲ୍‌ ମୁଖ୍ୟ କାର୍ଯ୍ୟାଳୟ ମାଉଣ୍ଟେନ ଲିଉ ଠାରେ ଅବସ୍ଥିତ। ଏହା ଏକ ବିରାଟକାୟ କାର୍ଯ୍ୟାଳୟ। ଏଠାରେ କର୍ମଚାରୀ ମାନଙ୍କୁ ମିଳୁଥିବା ସୁବିଧା ଅନ୍ୟ କେଉଁଠି ମିଳେନାହିଁ। କୁହାଯାଏ ଗୁଗୁଲ୍‌ କମ୍ପାନୀରେ ଚାକିରୀ ମିଳିବା ଯେତିକି କଷ୍ଟ ତାଠାରୁ ଅଧତ୍କ କଷ୍ଟ ଚାକିରି ଛାଡିବା। ଏଠାରେ କାମ କରୁଥିବା କର୍ମଚାରୀଙ୍କୁ ମାଗଣା ଖାଇବା ପିଇବା ସୁବିଧା ସହ ଅନ୍ୟ ସୁବିଧା ମିଳିଥାଏ।  ଆସନ୍ତୁ ନଜର ପକାଇବା କର୍ମଚାରୀ ମାନଙ୍କୁ ମିଳୁଥିବା ସୁବିଧା ବିଷୟରେ।

୧- ଗୁଗୁଲ୍‌ ଅଫିସ ଭିତରେ ଆପଣ ସାଇକେଲ ଚଲାଇପାରିବେ,  କାମ କରି ଥକିଗଲେ ଅଫିସ୍ ଭିତରେ ବୁଲି ମଧ୍ୟ ପାରିବେ।

୨- ଗୁଗୁଲ୍‌ ଏକ ବିରାଟକାୟ କାର୍ଯ୍ୟାଳୟ ଓ ଏହାର କାରୁକାର୍ଯ୍ୟ ମଧ୍ୟ ଆକର୍ଷଣୀୟ। ମାଗଣା ଖାଇବା ପିଇବା ସୁବିଧା ଏଠାରେ କାମ କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ପ୍ରସ୍ତୁତ ହୋଇ ରହିଥାଏ।

୩- ଗୁଗୁଲ୍‌ ଅଫିସରେ ସବୁ ଡିପାର୍ଟମେଣ୍ଟରେ ଆପଣ ଅଲଗା ପ୍ରକାର ଫର୍ନିଚର ଦେଖିବାକୁ ପାଇବେ।

୪- ଗୁଗୁଲ୍‌ ଅଫିସରେ କାମ କରୁ୍ଥିବା କର୍ମଚାରୀ ମାନେ ଅଫିସ ମଧ୍ୟରେ  ନିଜ ମନପସନ୍ଦର ଗୀତ ମଧ୍ୟ ଶୁଣିପାରିବେ।

୫- ଗୁଗୁଲ୍‌ କାର୍ଯ୍ୟାଳୟରେ ଟେବୁଲ ଟେନିସ୍, ଭିଡିଓ ଗେମ୍ ଖେଳିବାର ସୁବିଧା ରହିଛି।

୬- କାମ କରି ଥକିଗଲେ ମସାଜ ଓ ଚୁଟି କାଟିବାର ସୁବିଧା ଗୁଗଲ କର୍ମଚାରୀଙ୍କୁ ମିଳିଥାଏ।

୭-ଦେଶର ସଂସ୍କୃତି ହିସାବରେ ଗୁଗୁଲ ଅଫିସ୍ ଡିଜାଇନ୍ ହୋଇଥାଏ। ଗୁଗଲର ନୂଆ କାର୍ଯ୍ୟାଳୟ  ଖୁବ ଶୀଘ୍ର ଲଣ୍ଡନରେ ଖୋଲାଯିବ। ଯେଉଁଠାରେ ୭ ହଜାର ଲୋକେ କାମ କରିବାର ସୁବିଧା ପାଇବେ। ୧୧ ମହଲା ବିଶିଷ୍ଟ ଏହି ଅଫିସରେ  ସବୁ ପ୍ରକାର ସୁବିଧା ମଧ୍ୟ କର୍ମଚାରୀ ମାନଙ୍କୁ ମିଳିବ

Related story