ପେଟ କମାଇବାକୁ ଚାହୁଁଛନ୍ତି ? ପିଅନ୍ତୁ ଏହି ଦେଶୀ ପାନୀୟ

ମେଦ ବହୁଳତା ଆଜିକାଲି ଏକ ସାଧାରଣ ସମସ୍ୟା ହୋଇଗଲାଣି। ବଡ଼ ପେଟକୁ ନେଇ ଲୋକେ ବହୁ ସମସ୍ୟାରେ ପଡିଥାନ୍ତି। ଖାସ କରି କଲେଜ ପଢ଼ୁଆ ପିଲାମାନେ ନିଜର ମୋଟା ଓ ବଡ଼ ପେଟକୁ ଲୁଚାବାକୁ ବହୁ ଉପାୟ ଆପଣାଇଥାନ୍ତି। ଜିମ୍‌ ଯିବାଠାରୁ ଆରମ୍ଭ କରି ଖାଇବା ପିଇବା ନିୟନ୍ତ୍ରଣ କରିଥାନ୍ତି। ଏପରିକି ନିଜ ମୋଟା ଓ ବଡ଼ ପେଟକୁ ଲୁଚାବାକୁ ଢିଲା ସାର୍ଟ ପିନ୍ଧିଥାନ୍ତି। ତେବେ ଏପରି ଏକ ଜିନିଷ ଅଛି ଯାହାକୁ ବ୍ୟବହାର କଲେ ଆପଣଙ୍କ […]

green-coffee

Rakesh Mallick
  • Published: Saturday, 29 July 2017
  • , Updated: 29 July 2017, 03:56 PM IST

ମେଦ ବହୁଳତା ଆଜିକାଲି ଏକ ସାଧାରଣ ସମସ୍ୟା ହୋଇଗଲାଣି। ବଡ଼ ପେଟକୁ ନେଇ ଲୋକେ ବହୁ ସମସ୍ୟାରେ ପଡିଥାନ୍ତି। ଖାସ କରି କଲେଜ ପଢ଼ୁଆ ପିଲାମାନେ ନିଜର ମୋଟା ଓ ବଡ଼ ପେଟକୁ ଲୁଚାବାକୁ ବହୁ ଉପାୟ ଆପଣାଇଥାନ୍ତି। ଜିମ୍‌ ଯିବାଠାରୁ ଆରମ୍ଭ କରି ଖାଇବା ପିଇବା ନିୟନ୍ତ୍ରଣ କରିଥାନ୍ତି। ଏପରିକି ନିଜ ମୋଟା ଓ ବଡ଼ ପେଟକୁ ଲୁଚାବାକୁ ଢିଲା ସାର୍ଟ ପିନ୍ଧିଥାନ୍ତି। ତେବେ ଏପରି ଏକ ଜିନିଷ ଅଛି ଯାହାକୁ ବ୍ୟବହାର କଲେ ଆପଣଙ୍କ ମୋଟାପଣ ଦୂର ହୋଇପାରିବ। ଆଜ୍ଞା ହଁ ଆମେ ଗ୍ରୀନ୍‌ କଫି କଥା କହୁଛୁ। ସେମିତିରେ ବି କଫି ସ୍ୱାସ୍ଥ୍ୟ ପାଇଁ ହିତକର। ଗ୍ରୀନ୍‌ କଫିର ବିଶେଷତ୍ୱ ହେଉଛି ଏହା ମୋଟାତ୍ୱ ଦୂର କରିବା ସହ ଆପଣଙ୍କୁ ଫିଟ୍‌ ରଖିବାରେ ସହାୟକ ହୋଇଥାଏ। ଆସନ୍ତୁ ଜାଣିବା ଗ୍ରୀନ୍‌ କଫି କିପରି ମୋଟାପଣ ଦୂର କରିଥାଏ।

୧. ଏଥିରେ କ୍ଲୋରୋଜେନିକ୍‌ ଏସିଡ ଓ କୋଫିନ ଅଛି, ଯାହା ମୋଟାପଣ ଦୂର କରିଥାଏ। ଏହାସହ ମୋଟା ଲୋକଙ୍କ ଦେହରେ ଦେଖା ଯାଉଥିବା ଦାଗକୁ ମଧ୍ୟ ଦୂର କରିଥାଏ।

୨. କ୍ଲୋରୋଜେନିକ୍‌ ଏସିଡ ହେଉଛି ନେଚୁରାଲ ଆଣ୍ଟି ଅକ୍ସିଡେଣ୍ଟ, ଯାହା ମୋଟାପଣ ଦୂର କରିବା ସହ କୋଲେଷ୍ଟ୍ରୋଲକୁ ନିୟନ୍ତ୍ରିତ କରିଥାଏ।

୩. ପ୍ରତିଦିନ ସକାଳେ ଏହି କଫିକୁ ଖାଲି ପେଟରେ ପିଇଲେ ଶୀଘ୍ର ଓଜନ କମିଥାଏ।

୪. ଗ୍ରୀନ୍‌ କଫିରେ ବହୁ ପରିମାଣର ତତ୍ତ୍ୱ ରହିଛି ଯାହା ହଜମ ଶକ୍ତି ବଢାଇଥାଏ।

Related story