ବର ସହ କୂଅରେ ଗଳି ପଡ଼ିଲା ଘୋଡ଼ା, ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ବହୁ ନୀତି ନିୟମରେ ବନ୍ଧା ବାହାଘର। ଏଥିପାଇଁ କେତେ ବ୍ୟବସ୍ଥା କେତେ ଆୟୋଜନ। କୌଣସି ବି ପରମ୍ପରା ଯେମିତି ରହିନଯାଏ, ସେଥିପାଇଁ ବର ଓ କନ୍ୟା ଘର ଲୋକେ ଯତ୍ନ ନେଇଥାନ୍ତି। ସେହିପରି ବାହାଘର ବେଳେ ଯେପରି କୌଣସି ଅଘଟଣ ନହୁଏ ସେଥିପାଇଁ ମଧ୍ୟ ସବୁ ବ୍ୟବସ୍ଥା ହୋଇଥାଏ। କିନ୍ତୁ ଏହାପରେ ବି ବେଳେବେଳେ ଘଟିଯାଏ ଅଘଟଣ। କିଛି ବଡ଼, କିଛି ଛୋଟ। ଏମିତି ଏକ ଅଘଟଣ ଘଟିଥିଲା ଉତ୍ତର ପ୍ରଦେଶର ଗୌଡ ଜିଲ୍ଲାର ଏକ […]

horse-groom-rescued

Rakesh Mallick
  • Published: Saturday, 15 July 2017
  • , Updated: 15 July 2017, 03:18 PM IST

ନୂଆଦିଲ୍ଲୀ: ବହୁ ନୀତି ନିୟମରେ ବନ୍ଧା ବାହାଘର। ଏଥିପାଇଁ କେତେ ବ୍ୟବସ୍ଥା କେତେ ଆୟୋଜନ। କୌଣସି ବି ପରମ୍ପରା ଯେମିତି ରହିନଯାଏ, ସେଥିପାଇଁ ବର ଓ କନ୍ୟା ଘର ଲୋକେ ଯତ୍ନ ନେଇଥାନ୍ତି। ସେହିପରି ବାହାଘର ବେଳେ ଯେପରି କୌଣସି ଅଘଟଣ ନହୁଏ ସେଥିପାଇଁ ମଧ୍ୟ ସବୁ ବ୍ୟବସ୍ଥା ହୋଇଥାଏ। କିନ୍ତୁ ଏହାପରେ ବି ବେଳେବେଳେ ଘଟିଯାଏ ଅଘଟଣ। କିଛି ବଡ଼, କିଛି ଛୋଟ।

ଏମିତି ଏକ ଅଘଟଣ ଘଟିଥିଲା ଉତ୍ତର ପ୍ରଦେଶର ଗୌଡ ଜିଲ୍ଲାର ଏକ ଗାଁରେ। ଏଠାକାର କାଜି ତରହର ଗାଁର ଏକ ଘରେ ଅନୁଷ୍ଠିତ ହେଉଥିଲା ଏକ ବାହାଘର। କନ୍ୟାଟି ସଜ ହୋଇ ବର ଅପେକ୍ଷାରେ ଥିଲା। କିନ୍ତୁ ହଠାତ୍ ଦେଖିଲା ବେଳକୁ ବର ମହାଶୟ ଘୋଡ଼ା ସହ ସେଠି ଥିବା ଏକ କୂଅରେ ଗଳି ପଡ଼ିଛନ୍ତି। ଏ କଥା ଜାଣିବା ପରେ ପୂରା ଉତ୍ସବରେ ହୋହାଲ୍ଲା ଆରମ୍ଭ ହୋଇଯାଇଥିଲା। ଏକ ମେସିନ୍ ସାହାଯ୍ୟରେ ବର ଓ ଘୋଡ଼ାକୁ କୂଅରୁ ବାହାର କରାଗଲା। କିନ୍ତୁ ପ୍ରଶ୍ନ ଉଠୁଛି, ଘୋଡ଼ା ସହ ବର କୂଅରେ ପଡ଼ିଲେ କେମିତି ? କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ସେଠାକାର ଏକ ପରମ୍ପରା ହେଲା, ବାହାହେବାକୁ ଆସିଥିବା ବରଟି ବାହାଘର ପୂର୍ବରୁ ଏକ ଘୋଡ଼ାରେ ସେଠାରେ ଥିବା ଏକ କୂଅକୁ ପରିକ୍ରମା କରିବ। ଏହି ପରମ୍ପରା ପାଳନ ବେଳେ ହିଁ ଘଟିଥିଲା ଅଘଟଣ। ପ୍ରଥମ ଘେରା ପରିକ୍ରମା ପରେ, ହଠାତ୍ କେହି ଏକ ବାଣ ଫୁଟେଇ ଦେବାରୁ ଘୋଡ଼ାଟି ତରକି ଯାଇଥିଲା। ତରକି ଯାଇ ଘୋଡ଼ାଟି ଏମିତି ଡେଇଁଲା ଯେ, ପିଠିରେ ବସିଥିବା ବର ସହ ଯାଇ ପଡ଼ିଲା କୂଅ ଭିତରେ। ବାହାଘର ବେଳେ କେହି ବ୍ୟକ୍ତି ଏହି ଘଟଣାର ସୁଟିଂ କରୁଥିଲେ। ସୁଟିଂ ବେଳେ ଅଘଟଣଟି ଘଟିଥିବାରୁ ତାହା କ୍ୟାମେରାରେ ରେକର୍ଡ ହୋଇ ରହିଯାଇଥିଲା। ଏବେ ସୋସିଆଲ୍  ମିଡିଆରେ ଏହି ଭିଡିଓଟି ଭାଇରାଲ୍  ହୋଇଯାଇଛି।

Related story